ଜୁନ୍‌ ୨ରେ ବିଜେପିରେ‌ ଯୋଗ ଦେବେ କଂଗ୍ରେସ ଛାଡିଥିବା ହାର୍ଦ୍ଦିକ ପଟେଲ୍‌

The Sakala Picture
Published On

ନୂଆଦିଲ୍ଲୀ : ଗତ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ ଜୁନ୍‌ ୨ ତାରିଖ ଅର୍ଥାତ ଗୁରୁବାର ଦିନ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ମେ ୧୮ ତାରିଖରେ ଟ୍ବିଟ୍‌ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ଦଳୀୟ ନେତୃତ୍ବକୁ ବିରୋଧ କରି କଂଗ୍ରେସ ହାତ ଛାଡ଼ିଥିଲେ ଗୁଜରାଟର ଏହି ପଟିଦାର ନେତା । ତେବେ ସେ ନିଜର ୧୫ ହଜାର […]

ନୂଆଦିଲ୍ଲୀ : ଗତ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ ଜୁନ୍‌ ୨ ତାରିଖ ଅର୍ଥାତ ଗୁରୁବାର ଦିନ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ମେ ୧୮ ତାରିଖରେ ଟ୍ବିଟ୍‌ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ଦଳୀୟ ନେତୃତ୍ବକୁ ବିରୋଧ କରି କଂଗ୍ରେସ ହାତ ଛାଡ଼ିଥିଲେ ଗୁଜରାଟର ଏହି ପଟିଦାର ନେତା । ତେବେ ସେ ନିଜର ୧୫ ହଜାର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ବେଜିଂରେ ଟ୍ରମ୍ପ-ଜିନପିଙ୍ଗ୍ ମହାବୈଠକ: ବାଣିଜ୍ୟ, ଏଆଇ ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ହାର୍ଦ୍ଦିକ ପଟେଲ ନିଶ୍ଚିତ କରିଛନ୍ତି ଯେ, ଜୁନ୍ ୨ ଅର୍ଥାତ୍ ଗୁରୁବାର ସେ ବିଜେପିରେ ଯୋଗଦେବେ । ଏହି ସମୟ ମଧ୍ୟରେ ରାଜ୍ୟ ସଭାପତି ସି.ଆର୍‌ ପାଟିଲ ଉପସ୍ଥିତ ରହି ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବେ। ତେବେ ମେ ୨୭ରେ ହାର୍ଦ୍ଦିକ ପଟେଲ୍‌ ଟ୍ବିଟ କରି ସିଏଏ-ଏନ୍‌ଆରସି ଏବଂ ଧାରା ୩୭୦ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି।  ସେ ଲେଖିଥିଲେ, ଦେଶକୁ ବିରୋଧର ଆବଶ୍ୟକତା ନାହିଁ, ବରଂ ଏକ ବିକଳ୍ପ ଯାହା ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରେ। ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ହେଉ, ସିଏଏ-ଏନ୍‌ଆରସି ପ୍ରସଙ୍ଗ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅପସାରଣ କିମ୍ବା ଜିଏସଟି ଲାଗୁ ହେଉ । ଦୀର୍ଘ ଦିନ ଧରି ଦେଶ ସେମାନଙ୍କ ପାଇଁ ସମାଧାନ ଚାହୁଁଥିଲା । ହେଲେ କଂଗ୍ରେସ ଦଳ ଏଥିରେ ବାଧା ସୃଷ୍ଟି କରିଚାଲିଛି ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

ଅନ୍ୟପଟେ ଏପ୍ରିଲ୍‌ ମାସରେ ଅହମ୍ମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପାଟିଦାର ନେତା ହାର୍ଦ୍ଦିକ ପଟେଲ ଭେଟିଥିଲେ। ସେବେଠୁ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଖବର ମିଳିଥିଲା। ହେଲେ ହାର୍ଦ୍ଦିକ ପଟେଲ୍‌ ଖବରକୁ ମିଥ୍ୟା ବୋଲି କହୁଥିଲେ। ହେଲେ ଦଳରୁ ଅସନ୍ତୋଷ ହୋଇ ଗୁଜରାଟ କଂଗ୍ରେସର ପୂର୍ବତନ କାର୍ୟ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ମେ’ ୧୮ ତାରିଖରେ ଟ୍ୱିଟ୍‌ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା କଥା କହିଥିଲେ।

ଆହୁରି ପଢ଼ନ୍ତୁ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଝଟକା: ବିବାଦୀୟ ବୟାନ ମାମଲାରେ ୨ ବର୍ଷର ଜେଲଦଣ୍ଡ

ସେ ଟ୍ୱିଟ୍‌ କରି ଲେଖିଥିଲେ, ‘ ଆଜି ମୁଁ ଦୃଢ଼ ଆତ୍ମବିଶ୍ୱସର ସହିତ ଗୁଜରାଟ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ସଭାପତି ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି। ‌ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବ।’ କଂଗ୍ରେସ ଛାଡିବା ପରେ ହାର୍ଦ୍ଦିକ ପଟେଲ ଦଳକୁ ଟାର୍ଗେଟ ମଧ୍ୟ କରିଥିଲେ। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।

31 May 2022 By The Sakala

ଜୁନ୍‌ ୨ରେ ବିଜେପିରେ‌ ଯୋଗ ଦେବେ କଂଗ୍ରେସ ଛାଡିଥିବା ହାର୍ଦ୍ଦିକ ପଟେଲ୍‌

ନୂଆଦିଲ୍ଲୀ : ଗତ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲ ଜୁନ୍‌ ୨ ତାରିଖ ଅର୍ଥାତ ଗୁରୁବାର ଦିନ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ମେ ୧୮ ତାରିଖରେ ଟ୍ବିଟ୍‌ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। ଦଳୀୟ ନେତୃତ୍ବକୁ ବିରୋଧ କରି କଂଗ୍ରେସ ହାତ ଛାଡ଼ିଥିଲେ ଗୁଜରାଟର ଏହି ପଟିଦାର ନେତା । ତେବେ ସେ ନିଜର ୧୫ ହଜାର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ।

ହାର୍ଦ୍ଦିକ ପଟେଲ ନିଶ୍ଚିତ କରିଛନ୍ତି ଯେ, ଜୁନ୍ ୨ ଅର୍ଥାତ୍ ଗୁରୁବାର ସେ ବିଜେପିରେ ଯୋଗଦେବେ । ଏହି ସମୟ ମଧ୍ୟରେ ରାଜ୍ୟ ସଭାପତି ସି.ଆର୍‌ ପାଟିଲ ଉପସ୍ଥିତ ରହି ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବେ। ତେବେ ମେ ୨୭ରେ ହାର୍ଦ୍ଦିକ ପଟେଲ୍‌ ଟ୍ବିଟ କରି ସିଏଏ-ଏନ୍‌ଆରସି ଏବଂ ଧାରା ୩୭୦ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି।  ସେ ଲେଖିଥିଲେ, ଦେଶକୁ ବିରୋଧର ଆବଶ୍ୟକତା ନାହିଁ, ବରଂ ଏକ ବିକଳ୍ପ ଯାହା ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରେ। ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ହେଉ, ସିଏଏ-ଏନ୍‌ଆରସି ପ୍ରସଙ୍ଗ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅପସାରଣ କିମ୍ବା ଜିଏସଟି ଲାଗୁ ହେଉ । ଦୀର୍ଘ ଦିନ ଧରି ଦେଶ ସେମାନଙ୍କ ପାଇଁ ସମାଧାନ ଚାହୁଁଥିଲା । ହେଲେ କଂଗ୍ରେସ ଦଳ ଏଥିରେ ବାଧା ସୃଷ୍ଟି କରିଚାଲିଛି ।

ଅନ୍ୟପଟେ ଏପ୍ରିଲ୍‌ ମାସରେ ଅହମ୍ମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପାଟିଦାର ନେତା ହାର୍ଦ୍ଦିକ ପଟେଲ ଭେଟିଥିଲେ। ସେବେଠୁ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଖବର ମିଳିଥିଲା। ହେଲେ ହାର୍ଦ୍ଦିକ ପଟେଲ୍‌ ଖବରକୁ ମିଥ୍ୟା ବୋଲି କହୁଥିଲେ। ହେଲେ ଦଳରୁ ଅସନ୍ତୋଷ ହୋଇ ଗୁଜରାଟ କଂଗ୍ରେସର ପୂର୍ବତନ କାର୍ୟ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍‌ ମେ’ ୧୮ ତାରିଖରେ ଟ୍ୱିଟ୍‌ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା କଥା କହିଥିଲେ।

ସେ ଟ୍ୱିଟ୍‌ କରି ଲେଖିଥିଲେ, ‘ ଆଜି ମୁଁ ଦୃଢ଼ ଆତ୍ମବିଶ୍ୱସର ସହିତ ଗୁଜରାଟ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ସଭାପତି ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି। ‌ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବ।’ କଂଗ୍ରେସ ଛାଡିବା ପରେ ହାର୍ଦ୍ଦିକ ପଟେଲ ଦଳକୁ ଟାର୍ଗେଟ ମଧ୍ୟ କରିଥିଲେ। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର