ଆସନ୍ତା ୨୯ ତାରିଖରୁ ଚାଷୀଙ୍କ ଟ୍ରାକ୍ଟର ରାଲି ନିଷ୍ପତ୍ତି, ଯେଉଁଠି ପୁଲିସ ଅଟକାଇବ ସେହିଠାରେ ଦିଆଯିବ ଧାରଣା

The Sakala Picture
Published On

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ନୂଆ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ କରିବେ ଟ୍ରାକ୍ଟର ରାଲି । ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା ଦିଲ୍ଲୀ ପୁଲିସ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ହୋଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ବର୍ଷେ […]

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ନୂଆ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ କରିବେ ଟ୍ରାକ୍ଟର ରାଲି । ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା ଦିଲ୍ଲୀ ପୁଲିସ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ହୋଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ବର୍ଷେ ପୂରିଥିବା ବେଳେ, ତଥାପି ନିଜ ଜିଦରେ ଅଟଳ ରହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ୍ ମାମଲା: ନିଦା ଖାନ୍ ଏଚଆର ମୁଖ୍ୟ ନା ବିପିଓ ଟେଲିକଲର? ସାମ୍ନାକୁ ଆସିଲା ବଡ଼ ସତ

୨୯ ତାରିଖରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଶାନ୍ତିପୂର୍ଣ୍ଣ ଭାବେ ଗାଜିପୁର ସୀମା ଓ ଟିକ୍ରି ସୀମାରୁ ସଂସଦ ଅଭିମୁଖେ ଯାତ୍ରା କରିବେ । ଯେଉଁଠି ପୁଲିସ ସେମାନଙ୍କୁ ଅଟକାଇବ ସେହିଠାରେ ଧାରଣା ଦିଆଯିବ ବୋଲି ଚାଷୀ ନେତା ଧମକ ଦେଇଛନ୍ତି। ସମଗ୍ର ଶୀତକାଳୀନ ଅଧିବେଶନ କାଳରେ ଏହି ଅଭିଯାନ ଜାରି ରହିବ। ଦୈନିକ ୫୦୦ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବେ । ରାଲି ସମୟରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ଯକଳାପ କରାଯିବ ନାହିଁ । ଆସନ୍ତା ୨୬ ତାରିଖ ସୁଦ୍ଧା ଯଦି ସରକାର ଏହି ବିବାଦୀୟ ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ଟ୍ରାକ୍ଟର ରାଲି ପୁଣି ଆୟୋଜନ ହେବ । ଅଭିଯାନ ଲାଗି ଚାଷୀମାନେ ୨୭ ତାରିଖରୁ ସୀମାନ୍ତ ଅଞ୍ଚଳରେ ଠୁଳ ହୋଇ ଏଥିରେ ସାମିଲ ହେବେ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାଏତ ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

10 Nov 2021 By The Sakala

ଆସନ୍ତା ୨୯ ତାରିଖରୁ ଚାଷୀଙ୍କ ଟ୍ରାକ୍ଟର ରାଲି ନିଷ୍ପତ୍ତି, ଯେଉଁଠି ପୁଲିସ ଅଟକାଇବ ସେହିଠାରେ ଦିଆଯିବ ଧାରଣା

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ନୂଆ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ କରିବେ ଟ୍ରାକ୍ଟର ରାଲି । ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା ଦିଲ୍ଲୀ ପୁଲିସ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ହୋଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ବର୍ଷେ ପୂରିଥିବା ବେଳେ, ତଥାପି ନିଜ ଜିଦରେ ଅଟଳ ରହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

୨୯ ତାରିଖରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଶାନ୍ତିପୂର୍ଣ୍ଣ ଭାବେ ଗାଜିପୁର ସୀମା ଓ ଟିକ୍ରି ସୀମାରୁ ସଂସଦ ଅଭିମୁଖେ ଯାତ୍ରା କରିବେ । ଯେଉଁଠି ପୁଲିସ ସେମାନଙ୍କୁ ଅଟକାଇବ ସେହିଠାରେ ଧାରଣା ଦିଆଯିବ ବୋଲି ଚାଷୀ ନେତା ଧମକ ଦେଇଛନ୍ତି। ସମଗ୍ର ଶୀତକାଳୀନ ଅଧିବେଶନ କାଳରେ ଏହି ଅଭିଯାନ ଜାରି ରହିବ। ଦୈନିକ ୫୦୦ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବେ । ରାଲି ସମୟରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ଯକଳାପ କରାଯିବ ନାହିଁ । ଆସନ୍ତା ୨୬ ତାରିଖ ସୁଦ୍ଧା ଯଦି ସରକାର ଏହି ବିବାଦୀୟ ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ଟ୍ରାକ୍ଟର ରାଲି ପୁଣି ଆୟୋଜନ ହେବ । ଅଭିଯାନ ଲାଗି ଚାଷୀମାନେ ୨୭ ତାରିଖରୁ ସୀମାନ୍ତ ଅଞ୍ଚଳରେ ଠୁଳ ହୋଇ ଏଥିରେ ସାମିଲ ହେବେ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାଏତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର