ବିଦ୍ୟୁତ୍ ହେଉଛି ଲୋକଙ୍କ ମୌଳିକ ଆବଶ୍ୟକତା, ଏଥିରୁ କାହାକୁ ବି ବଞ୍ଚିତ କରାଯାଇପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ବିଦ୍ୟୁତକୁ ଲୋକଙ୍କ ମୌଳିକ ଆବଶ୍ୟକତା ବୋଲି ବର୍ଣ୍ଣନା କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଥିରୁ କେହି ବଞ୍ଚିତ ହୋଇପାରିବେ ନାହିଁ। ପ୍ରାୟ ଏକ ବର୍ଷ ଧରି ବିଦ୍ୟୁତ ବିନା ଜୀବନ ବିତାଉଥିବା ମହିଳାଙ୍କ ସପକ୍ଷରେ ରାୟ ଦେବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସ୍ୱାମୀଙ୍କ ପରିଚୟପତ୍ର ବିନା ମହିଳାଙ୍କ ଘରେ ବିଦ୍ୟୁତ ସଂଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ଜଷ୍ଟିସ […]

ନୂଆଦିଲ୍ଲୀ: ବିଦ୍ୟୁତକୁ ଲୋକଙ୍କ ମୌଳିକ ଆବଶ୍ୟକତା ବୋଲି ବର୍ଣ୍ଣନା କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଥିରୁ କେହି ବଞ୍ଚିତ ହୋଇପାରିବେ ନାହିଁ। ପ୍ରାୟ ଏକ ବର୍ଷ ଧରି ବିଦ୍ୟୁତ ବିନା ଜୀବନ ବିତାଉଥିବା ମହିଳାଙ୍କ ସପକ୍ଷରେ ରାୟ ଦେବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ସ୍ୱାମୀଙ୍କ ପରିଚୟପତ୍ର ବିନା ମହିଳାଙ୍କ ଘରେ ବିଦ୍ୟୁତ ସଂଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଜଷ୍ଟିସ ମନୋଜ କୁମାର ଓହ୍ରି ସୁପ୍ରିମକୋର୍ଟଙ୍କ ପୂର୍ବ ରାୟକୁ ଉଲ୍ଲେଖ କରି କହିଛନ୍ତି ଯେ ବିଦ୍ୟୁତ୍ ହେଉଛି ଲୋକଙ୍କ ମୌଳିକ ଆବଶ୍ୟକତା। ଏଥିରୁ କାହାକୁ ବଞ୍ଚିତ କରାଯାଇପାରିବ ନାହିଁ। ଏହା ସହିତ ମହିଳାଙ୍କ ଘରେ ବିଦ୍ୟୁତ ମିଟର / ସଂଯୋଗ ସ୍ଥାପନ କରିବାକୁ ହାଇକୋର୍ଟ ଟାଟା ପାୱାର ଦିଲ୍ଲୀ ଲିମିଟେଡ (ଟିପିଡିଡିଏଲ) କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ସଂଯୋଗ ପାଇଁ ମହିଳାଙ୍କ ସ୍ୱାମୀଙ୍କ କୌଣସି ପ୍ରମାଣପତ୍ର ନ ନେବାକୁ ହାଇକୋର୍ଟ ଟିପିଡିଡିଏଲକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ମହିଳାଙ୍କ ପକ୍ଷରୁ ଓକିଲ ପ୍ରଦୀପ କ୍ଷତ୍ରି ହୋଇକୋର୍ଟକୁ କହିଥିଲେ ଯେ ମହିଳା ଜଣକ ସମ୍ପୃକ୍ତ ଘରେ ତାଙ୍କ ଅସୁସ୍ଥ ପୁଅ ସହିତ ରୁହନ୍ତି । ଗତ ବର୍ଷ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଅଲଗା ରହିବା ଆରମ୍ଭ କରିଥିଲେ। ଓକିଲ କହିଛନ୍ତି, ଯାଚିକାର୍ତ୍ତା ମହିଳା ଉକ୍ତ ଘରର ଭାଗିଦାରୀ ରହିଛନ୍ତି। ଓକିଲ କହିଛନ୍ତି ଯେ ଯେତେବେଳେ ମହିଳା ବିଦ୍ୟୁତ ସଂଯୋଗ ପାଇଁ କମ୍ପାନୀ ନିକଟକୁ ଯାଇଥିଲେ, ସେତେବେଳେ ସେ ସ୍ୱାମୀଙ୍କ ଆପତ୍ତି ପ୍ରମାଣପତ୍ର ବିନା ସଂଯୋଗ ଦେବାକୁ ମନା କରିଦେଇଥିଲେ। ଆବେଦନକାରୀ ମହିଳାଙ୍କୁ କମ୍ପାନୀରେ ଆବେଦନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଓସି ବିନା ସଂଯୋଗ ଦେବାକୁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମହିଳାଙ୍କୁ ବିଦ୍ୟୁତ ସଂଯୋଗ ପାଇଁ ଅତିରିକ୍ତ ସୁରକ୍ଷା ରାଶି ୧୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି ମହିଳା ବିଦ୍ୟୁତ୍ ବିଲ୍ ପୈଠ କରିବାରେ ବିଫଳ ହୁଅନ୍ତି, ତେବେ କମ୍ପାନୀ ସଂଯୋଗ ବିଚ୍ଛିନ୍ନ କରିପାରିବ |

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର