ନୂଆ ପର୍ବତାରୋହୀଙ୍କୁ ଶବ ଦେଖାଉଛି ଏଭରେଷ୍ଟରେ ରାସ୍ତା
ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ, ନାଁ ଶୁଣିଲେ ଯେତିକି ଉତ୍ସାହ ମନକୁ ଆସେ ଏହା ଉପରେ ଚଢିବା ସେତିକି କଷ୍ଟକର । ଶସ୍ତା କିମ୍ବା ସହଜ ହୋଇନଥିଲେ ମଧ୍ୟ ଏଭରେଷ୍ଟ ଉପରେ ଚଢିବା ଲାଗି ୨୯୨୧ରେ ପ୍ରଥମେ ପ୍ରୟାସ କରାଯାଇଥିଲା । ହେଲେ ଏଥିରେ ସଫଳତା ମିଳିନଥିଲା । ୧୯୫୩ରେ ଏଡ୍ମଣ୍ଡ ଗେଲେକୀ ଏବଂ ତେନଜିଙ୍ଗ ନୋର୍ଗି ଏଭରେଷ୍ଟ ଶୀର୍ଷରେ ପହଞ୍ଚି ପାରିଥିଲେ । ୧୯୫୩ଠାରୁ ଆଜି ପର୍ଯ୍ୟନ୍ତ ବହୁ ଲୋକ ଏଭରେଷ୍ଟ ଚଢିଛନ୍ତି । କିନ୍ତୁ ଏଭିତରେ […]
ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ, ନାଁ ଶୁଣିଲେ ଯେତିକି ଉତ୍ସାହ ମନକୁ ଆସେ ଏହା ଉପରେ ଚଢିବା ସେତିକି କଷ୍ଟକର । ଶସ୍ତା କିମ୍ବା ସହଜ ହୋଇନଥିଲେ ମଧ୍ୟ ଏଭରେଷ୍ଟ ଉପରେ ଚଢିବା ଲାଗି ୨୯୨୧ରେ ପ୍ରଥମେ ପ୍ରୟାସ କରାଯାଇଥିଲା । ହେଲେ ଏଥିରେ ସଫଳତା ମିଳିନଥିଲା । ୧୯୫୩ରେ ଏଡ୍ମଣ୍ଡ ଗେଲେକୀ ଏବଂ ତେନଜିଙ୍ଗ ନୋର୍ଗି ଏଭରେଷ୍ଟ ଶୀର୍ଷରେ ପହଞ୍ଚି ପାରିଥିଲେ । ୧୯୫୩ଠାରୁ ଆଜି ପର୍ଯ୍ୟନ୍ତ ବହୁ ଲୋକ ଏଭରେଷ୍ଟ ଚଢିଛନ୍ତି । କିନ୍ତୁ ଏଭିତରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ୮୮୪୮ ମିଟର (୨୯,୦୨୯ ଫୁଟ୍) ଉଚ୍ଚ ଏଭରେଷ୍ଟରେ ସବୁଠାରୁ ଅଧିକ ମୃତ୍ୟୁ ୮ହାଜର ମିଟର (୨୬୦୦୦ ଫୁଟ) ଉପରେ ହୋଇଛି । ଏହାକୁ ଡେଥ୍ ଜୋନ କୁହାଯାଏ । ସେଠାରୁ ପର୍ବତାରୋହୀଙ୍କ ଶବକୁ ତଳକୁ ଆଣିବା ଅତ୍ୟନ୍ତ କଷ୍ଟକର ବା ଏକପ୍ରକାର ଅସମ୍ଭବ ଅଟେ । ତେଣୁ ଶବକୁ ସେହିଠାରେ ଛାଡି ଦିଆଯାଇଥାଏ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମୃତ ପର୍ବାତାରୋହୀଙ୍କୁ ଶବକୁ ହିଁ ଦେଖି ଅନ୍ୟମାନେ ଉପରକୁ ଯିବାର ରାସ୍ତା ଜାଣିଥାନ୍ତି । ଶବ ସେମାନଙ୍କ ପାଇଁ ମାଇଲଖୁଣ୍ଟ କହିଲେ ଭୁଲ ହେବନି । ନୂଆ ପର୍ବତାରୋହୀମାନଙ୍କୁ ଏହି ଶବ ରାସ୍ତା ଦେଖାଇଥାଏ ବୋଲି ଅନେକ ନିଜ ଅଭିଜ୍ଞତାରେ କହିଛନ୍ତି । ଏଭରେଷ୍ଟ ଉପରେ ବର୍ଷ ବର୍ଷ ପଡ଼ିଥିବା ଏହି ଶବଗୁଡିକ ପଚିସଢି ନଷ୍ଟ ହୁଏନାହିଁ । ଏହାର ବଡ଼ କାରଣ ହେଉଛି, ବିଯୁକ୍ତ ତାପମାତ୍ରା । ଏଭରେଷ୍ଟର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୬ରୁ ବିଯୁକ୍ତ ୪୦ ମଧ୍ୟରେ ରହିଥାଏ । ଏହି ତାପମାତ୍ରାରେ ମୃତ ବ୍ୟକ୍ତିଙ୍କ ଶବ ଖରାପ ହୁଏନାହିଁ ।
ସୂଚନା ଅନୁସାରେ, ସବୁଠାରୁ ଅଧିକ ନେପାଳର ୧୧୯ଜଣ ବ୍ୟକ୍ତିଙ୍କ ଏଭରେଷ୍ଟ ଉପରେ ମୃତୁ୍ୟ ହୋଇଥିବା ବେଳେ ଏହା ତଳକୁ ଭାରତ ଓ ଜାପାନର ୧୯ ଜଣ ଲେଖାଁଏ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ସେହିପରି ୟୁକେର ୧୭, ଆମେରିକାର ୧୫, ଚୀନର ୧୨, ଦକ୍ଷିଣ କୋରିଆର ୧୧ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ପୋଲାଣ୍ଡ, ଋଷ, କାନାଡା, ଫ୍ରାନ୍ସ, ସ୍ପେନ ସମେତ ବହୁ ଦେଶର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଭରେଷ୍ଟ ଉପରେ ହୃଦଘାତ, ହାଲିଆ ହେବା, ହିମସ୍ଖଳନ, ତଳକୁ ଖସି ପଡ଼ିବାରୁ ମୁଖ୍ୟତ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥାଏ ।
ମାଉଣ୍ଟ ଏଭରେଷ୍ଟ ଉପରେ ପଡ଼ିଥିବା ପ୍ରତି ଶବର ଏକ ଭିନ୍ନ ନାମ ରହିଛି । ଏମିତି ଏକ ପ୍ରସିଦ୍ଧ ଶବ ହେଉଛି ଗ୍ରୀନ ବୁଟ୍ସ । ସେ ହେଉଛନ୍ତି ସେଭେଙ୍ଗ ପାଲଜୋର । ୧୯୯୯ରେ ଏଭରେଷ୍ଟ ଚଢ଼ୁଥିବା ବେଳେ ଏକ ଝଡର ସମ୍ମୁଖୀନ ହେବାପରେ ତାଙ୍କର ମୃତୁ୍ୟ ହୋଇଥିଲେ । ଆଉ ସେଠାରୁ ତାଙ୍କ ଶବ ସେହିଠାରେ ପଡ଼ିଛି, ଏବଂ ଅନ୍ୟମାନଙ୍କୁ ରାସ୍ତା ଦେଖାଉଛି । ସେହିପରି ନିଜ ବ୍ୟାଗ୍କୁ ଆଉଜି ବସିଥିବା ଜଣେ ଜର୍ମାନୀ ମହିଳାଙ୍କ ଶବ ରାସ୍ତାରେ ପଡିଥାଏ । ଦୂରରୁ ଦେଖିଲେ ସେ ଆରାମ କରୁଥିବା ଜଣାପଡେ । ସେହିଆ ହିଁ ତାଙ୍କ ସହିତ ଘଟିଥିଲା । ସେ ଉପକୁ ଚଢ଼ୁଥିବା ବେଳେ ଥକିଯିବା ପରେ ନିଜ ବ୍ୟାଗ୍ ଉପରେ ଆରାମ କରିବା ପାଇଁ ବସିଥିଲେ, ସେଠାରୁ ସେ ଆଉ କେବେ ଉଠିନଥିଲେ । କୁହାଯାଏ ଏଭରେଷ୍ଟରେ ମୃତୁ୍ୟ ବରଣ କରିଥିବା ସେ ପ୍ରଥମ ମହିଳା । ଏମିତି ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଶବ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳେ ।
ଆଡଭେଞ୍ଜରରେ ରହିଛି ବିପଦ । ଏକଥାକୁ ସମସ୍ତେ ସ୍ୱୀକାର କରିବେ । କିନ୍ତୁ ଆଉ ଗୋଟେ ବଡ଼ କଥା ହେଉଛି । ଟ୍ରାଫିକ୍ ଜାମ । ସେ ପୁଣି ରାସ୍ତା ଘାଟରେ ନୁହେଁ, ଏଭରେଷ୍ଟ ଉପରେ । କଥାଟା ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏଭରେଷ୍ଟର ଶୀର୍ଷରେ ପହଞ୍ଚିବାକୁ ଜାମ ଲାଗୁଛି । ଅନଭିଜ୍ଞ ଚଢ଼ାଳି ଆଗରେ ଥିଲେ ଏହି ଜାମ ଆହୁରୀ ଅଧିକ ହୋଇ ପଡୁଛି ।





