ମୃତ୍ଯୁ ପ୍ରମାଣପତ୍ରରେ ରହିବ କାରଣ, ଆଉ ଲୁଚାଇହେବନି କରୋନା ମୃତ୍ଯୁ ସଂଖ୍ଯା

The Sakala Picture
Published On

ଏବେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ  ପ୍ରମାଣପତ୍ରରେ ଏହାର କାରଣ ରେକର୍ଡ କରାଯିବ। ଏଥିରେ କରୋନାରେ ପ୍ରାଣ ହରାଇଥିବା ଉଲ୍ଲେଖ କରାଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଙ୍ଗ ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହା ଅଧିନରେ କରୋନା ଜନିତ ମୃତ୍ୟୁର ସରକାରୀ ତଥ୍ୟ ଜାରି କରାଯିବ। ସୁପ୍ରିମକୋର୍ଟ ସମାଲୋଚନା କରିବାର ୧୦ ଦିନ ପରେ […]

ଏବେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ୍ୟୁ  ପ୍ରମାଣପତ୍ରରେ ଏହାର କାରଣ ରେକର୍ଡ କରାଯିବ। ଏଥିରେ କରୋନାରେ ପ୍ରାଣ ହରାଇଥିବା ଉଲ୍ଲେଖ କରାଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଙ୍ଗ ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହା ଅଧିନରେ କରୋନା ଜନିତ ମୃତ୍ୟୁର ସରକାରୀ ତଥ୍ୟ ଜାରି କରାଯିବ। ସୁପ୍ରିମକୋର୍ଟ ସମାଲୋଚନା କରିବାର ୧୦ ଦିନ ପରେ କେନ୍ଦ୍ର ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି କରୋନାରେ ପ୍ରାଣ ହରାନ୍ତି ତେବେ ମୃତ୍ୟୁ ପ୍ରମାଣପତ୍ରରେ ଏହା ଦର୍ଶାଇବାକୁ ପଡିବ। ପୂର୍ବରୁ ଅନେକ ଲୋକ କରୋନାରେ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ପରିବାର ଲୋକଙ୍କୁ ମିଳିଥିବା ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯାଉ ନ ଥିଲା । ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଏ ସମ୍ପର୍କିତ ନିୟମ ସରଳ କରିବାକୁ କେନ୍ଦ୍ରକୁ କହିଥିଲେ। ନୂଆ ନିୟମରେ ପୂର୍ବରୁ ମୃତ୍ୟୁ ପ୍ରମାଣପତ୍ର ପାଇ ନ ଥିବା ଲୋକ ଏଥିପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କିମ୍ବା ସଂଶୋଧୃତ କରୋନା ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେବେ।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ନୂଆ ମାର୍ଗଦର୍ଶିକା ଅନୁଯାୟୀ ଆରଟି-ପିସିଆର, ମଲିକ୍ୟୁଲାର, ରାପିଡ-ଆଣ୍ଟିଜେନ ଟେଷ୍ଟ କରିଥିବା କିମ୍ବା ଘରେ ଡାକ୍ତରଙ୍କ ଯାଞ୍ଚ ସମୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ତଦ୍‌ଜନିତ ବୋଲି ଧରାଯିବ। ତେବେ ବିଷ ଖାଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣା ସମେତ ଅନ୍ୟ କାରଣ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ତାହାକୁ କରୋନା ଜନିତ ଧରାଯିବ ନାହିଁ। ଏହା ସହିତ ଘରେ କିମ୍ବା ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଏବଂ ପଞ୍ଜୀକରଣ ସଂସ୍ଥାକୁ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୧୯୬୯ (ଧାରା ୧୦)। ଅନୁଯାୟୀ ମେଡିକାଲ ପ୍ରମାଣପତ୍ରର ଫର୍ମ ୪ ଏବଂ ୪ଏ ଦିଆଯାଇଥିଲେ ତାହାକୁ କରୋନା ସମ୍ବନ୍ଧିତ ଧରାଯିବ।

ଆହୁରି ପଢ଼ନ୍ତୁ: ଦୀର୍ଘ ୬ ବର୍ଷ ପରେ ଗୁଆଙ୍ଗଜୋ-ଦିଲ୍ଲୀ ବିମାନ ସେବା ପୁଣି ଆରମ୍ଭ କରିବ ଚୀନ୍ ସଦର୍ଣ୍ଣ ଏୟାରଲାଇନ୍ସ

ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଆଇସିଏମଆର ଅଧ୍ୟୟନ ଅନୁଯାୟୀ କରୋନା ସଂକ୍ରମିତ ହେବାର ୨୫ ଦିନ ମଧ୍ୟରେ ୯୫ ପ୍ରତିଶତ ମୃତ୍ୟୁ ହୋଇଯାଇଥାଏ। ଏବେ ନିୟମରେ ପରିବର୍ତ୍ତନ କରାଯାଇଛି। କରୋନା ପରୀକ୍ଷା କରିବାର ତାରିଖ କିମ୍ବା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ହେଉଥିବା ମୃତ୍ୟୁକୁ ତଦଜନିତ ଧରାଯିବ। ଯଦି କୌଣସି ମିଳିନାହିଁ କିମ୍ବା ମୃତକଙ୍କ ପରିବାର ସେମାନେ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ସ୍ତରରେ ଗଠନ କରାଯାଇଥିବା କମିଟିକୁ ସୂଚନା ଦେଇପାରିବେ।

ମାମଲାରେ ମୃତ୍ୟୁ ପ୍ରମାଣପତ୍ରରେ ଦିଆଯାଇଥିବା କାରଣରେ ଅସନ୍ତୋଷ ପ୍ରକାଶ କରନ୍ତି ଏବଂ କିମ୍ବା ଉପରୋକ୍ତ ମାନଦଣ୍ଡ ପୂରଣ କରୁନାହାନ୍ତି ତେବେ ସେମାନେ ରାଜ୍ଯ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ସ୍ତରରେ ଗଠନ କରାଯାଇଥିବା କମିଟିକୁ ସୂଚନା ଦେଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର