ଚୀନ୍‌ରେ କରୋନା ସ୍ଥିତି ସାଂଘାତିକ, ଗୋଦାମ ଘରେ ରଖାଯାଉଛି ଶବ

The Sakala Picture
Published On

ବେଜିଂ: ଚୀନ୍‌ ବିଶ୍ବ ପାଇଁ ପୁଣିଥରେ ବିପଦ ସୃଷ୍ଟି କରିଛି। ଦୁନିଆକୁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍‌ରେ ଏହି ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ତେଣୁ ଶବ ରଖିବା ପାଇଁ ସ୍ଥାନାଭାବ ଦେଖାଯାଇଛି। ଏଥିଯୋଗୁଁ ଗୋଦାମ ଘରେ ହଜାର ହଜାର ଶବ ରଖାଯାଇଛି। ସ୍ଥିତି ଏଭଳି ହୋଇଛି ଯେ କେବଳ ଝେଜିଆଙ୍ଗ […]

ବେଜିଂ: ଚୀନ୍‌ ବିଶ୍ବ ପାଇଁ ପୁଣିଥରେ ବିପଦ ସୃଷ୍ଟି କରିଛି। ଦୁନିଆକୁ କରୋନା ଦେଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ଚୀନ୍‌ରେ ଏହି ଭୂତାଣୁ ଜଟିଳ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ତେଣୁ ଶବ ରଖିବା ପାଇଁ ସ୍ଥାନାଭାବ ଦେଖାଯାଇଛି। ଏଥିଯୋଗୁଁ ଗୋଦାମ ଘରେ ହଜାର ହଜାର ଶବ ରଖାଯାଇଛି। ସ୍ଥିତି ଏଭଳି ହୋଇଛି ଯେ କେବଳ ଝେଜିଆଙ୍ଗ ପ୍ରଦେଶରୁ ଦିନକୁ ୧୦ ଲକ୍ଷ ରୋଗୀ ଚିହ୍ନଟ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏଠାକାର ହସ୍ପିଟାଲରେ ବେଡ୍‌ ସମସ୍ୟା ଦେଖାଦେଇଛି। ଲୋକେ ଚିକିତ୍ସା ପାଇଁ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଛନ୍ତି। ଆଉ କିଛି ରୋଗୀ ଚିକିତ୍ସା ପାଇଁ ଅନ୍ୟ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦିନରେ ଏହି ରାଜ୍ୟରୁ ଦିନକୁ ୨୦ ଲକ୍ଷ ରୋଗୀ ଚିହ୍ନଟ ହୋଇପାରନ୍ତି ବୋଲି ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ସଂକ୍ରମଣକୁ ଦେଖି ଚୀନ୍‌ ସରକାର ଭୟଭୀତ ହୋଇଯାଇଛନ୍ତି। ଆଉ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟାର ସୂଚନା ଦିଆଯିବ ନାହିଁ ବୋଲି ନ୍ୟାସନାଲ ହେଲ୍‌ଥ କମିଶନ କହିଛନ୍ତି। ଏହି ଏଜେନ୍ସି ଗତ ୩ ବର୍ଷ ହେଲା ପ୍ରତ୍ୟେକ ଦିନ କରୋନା ରିପୋର୍ଟ ଜାରି କରୁଥିଲା।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଚଳିତ ମାସର ପ୍ରଥମ ୨୦ ଦିନରେ ଚୀନ୍‌ରୁ ୨୪ କୋଟି ୮୦ ଲକ୍ଷ କରୋନା ମାମଲା ସାମ୍‌ନାକୁ ଆସିଲାଣି। ଚୀନ୍‌ ଉପରେ ନଜର ରଖିଥିବା ମାନବାଧିକାର କର୍ମୀ ଜେନିଫର ଜେଙ୍ଗ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ମସ୍‌ଜିଦରେ କରୋନା ମୃତକଙ୍କ ଶବ ରଖାଯାଇଥିବା ଦେଖିବାକୁ ମିଳୁଛି। ମୃତ୍ୟୁସଂଖ୍ୟା ବୃଦ୍ଧି ଯୋଗୁଁ ଘୁଷୁରିଙ୍କୁ ରଖା ଯାଉଥିବା ଗୋଦାମରେ ଶବ ରଖାଯାଉଛି। ୟୁକ୍ରେନିଙ୍ଗର ଉପ ଜିଲ୍ଲାରେ ଥିବା ଏକ ଗୋଦାମ ଘରେ ୧୫ ହଜାର ଶବ ରଖାଯାଇଛି। ଜେଙ୍ଗଙ୍କ ଅନୁଯାୟୀ ରାଷ୍ଟ୍ରପତି ସି ଜିନପିଙ୍ଗ ମାଆ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଗତ ୨୩ ତାରିଖରେ ଚୀନ୍‌ରୁ ଆଗ୍ରା ଫେରିଥିବା ଜଣେ ବ୍ୟବସାୟୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କର ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର