ମାର୍ଚ୍ଚ ୧ ତାରିଖରୁ ସମସ୍ତ ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ : କରୋନା ଟୀକାକରଣ ସମ୍ପର୍କରେ ବୁଧବାର ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ମୁତାବକ ଦେଶର ସବୁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ମାଗଣା କରୋନା ଟିକା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ଏଥିସହ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ଏବଂ ସେମାନଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଥିବ, ସେମାନେ ମଧ୍ୟ ମାର୍ଚ୍ଚ ୧ରୁ ଟିକା ନେଇପାରିବେ। […]

ନୂଆଦିଲ୍ଲୀ : କରୋନା ଟୀକାକରଣ ସମ୍ପର୍କରେ ବୁଧବାର ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ମୁତାବକ ଦେଶର ସବୁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ମାଗଣା କରୋନା ଟିକା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ଏଥିସହ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ଏବଂ ସେମାନଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଥିବ, ସେମାନେ ମଧ୍ୟ ମାର୍ଚ୍ଚ ୧ରୁ ଟିକା ନେଇପାରିବେ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୭ ଲକ୍ଷ ୬୭ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୧୪ ଲକ୍ଷଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

ଦେଶର ୧୦ହଜାର ସରକାରୀ ଟୀକାକରଣ କେନ୍ଦ୍ର ଏବଂ ୨୦,୦୦୦ବେସରକାରୀ ଟୀକାକରଣ କେନ୍ଦ୍ରରେ ଏମାନଙ୍କୁ ଟିକା ଦିଆଯିବ। ସରକାରୀ ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ହେଲେ ବେସରକାରୀ ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ନେବା ପାଇଁ ଟଙ୍କା ଦେବାକୁ ହେବ। ତେବେ ଏପର୍ଯ୍ୟନ୍ତ କରୋନା ଟିକା ନେବା ପାଇଁ ଲୋକେ କେତେ ଟଙ୍କା ଦେବେ, ସେ ନେଇ କୌଣସିି ସୂୂଚନା ଦିଆଯାଇ ନଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏନେଇ ସୂଚନା ଦେଇ କହିଛନ୍ତି ଯେ, କରୋନା ଟିକାର ମୂଲ୍ୟ ବାବଦରେ ଦୁଇ ରୁ ତିନି ଦିନ ମଧ୍ୟରେ ଘୋଷଣା କରାଯିବ । ଏନେଇ ଭ୍ୟକ୍କିନ ନିର୍ମାତା ଓ ହସ୍ପିଟାଲ ସହ ସରକାର ଆଲୋଚନା କରୁଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜାନୁଆରି ୧୬ରୁ ଫେବ୍ରୁଆରି ୨୪ମଧ୍ୟରେ ପ୍ରାୟ ୧.୦୭ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇଥିବାବେଳେ ୧୪ଲକ୍ଷ ଲୋକ ଟିକାର ଦ୍ୱିତୀୟ ଡୋଜ ନେଇ ସାରିଛନ୍ତି। ସର୍ବ ପ୍ରଥମେ ସ୍ଵାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା। ଏହା ପରେ ଫେବୃଆରୀ ୨ରୁ କରୋନା ଆଗ ଧାଡିର ଯୋଦ୍ଧାଙ୍କ ଟିକାକରଣ କରାଯାଇଥିଲା।

24 Feb 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର