ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର, ସ୍ୱାସ୍ଥ୍ୟବସ୍ଥା ସ୍ଥିର

Madhusudan Das Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ଏକ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ବୁଦା ମୂଳରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶନିବାର ସକାଳେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଶନିବାର ସକାଳେ ଜଣେ ସ୍ଥାନୀୟ ମହିଳା ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ। ସେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ଖବର ପାଇ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସମେତ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଉଦ୍ଧାରକାରୀ ଦଳ ନବଜାତ ଶିଶୁପୁତ୍ରଟିକୁ ବୁଦା ମୂଳରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚିକିତ୍ସା ପାଇଁ ତୁରନ୍ତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ଭର୍ତ୍ତି କରିଥିଲେ। 

ଆହୁରି ପଢ଼ନ୍ତୁ: ଗିରଫ ପରେ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତା'ର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ପ୍ରକାଶ କରିଛନ୍ତି। ଶିଶୁଟିକୁ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି। ଅନ୍ୟପକ୍ଷରେ, ଏହି ନିଷ୍ପାପ ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ଏଠାରେ ଛାଡିଗଲା, ସେ ନେଇ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇଛି। ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

ଆହୁରି ପଢ଼ନ୍ତୁ: MMDR ଆଇନ ବିରୋଧରେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର