କୋଚିଂ ସେଣ୍ଟରରେ ନାମ ଲେଖାଇ ପାରିବେନି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଘୋଷିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଚିଂ ସେଣ୍ଟରଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏଥିସହ ଏଣିକି ବିଭ୍ରାନ୍ତିକର ପ୍ରତିଶୃତି ଓ ଭଲ ମାର୍କ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ କୋଚିଂ ସେଣ୍ଟର। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଏବଂ ଆନୁସଙ୍ଗିକ ସୁବିଧା ଅଭାବରୁ ଗ୍ରହଣ କରାଯାଇଥିବା ଶିକ୍ଷାଦାନ […]

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଘୋଷିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଚିଂ ସେଣ୍ଟରଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏଥିସହ ଏଣିକି ବିଭ୍ରାନ୍ତିକର ପ୍ରତିଶୃତି ଓ ଭଲ ମାର୍କ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ କୋଚିଂ ସେଣ୍ଟର। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଏବଂ ଆନୁସଙ୍ଗିକ ସୁବିଧା ଅଭାବରୁ ଗ୍ରହଣ କରାଯାଇଥିବା ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରଙ୍କ ନିକଟରେ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

କୌଣସି କୋଚିଂ ସେଣ୍ଟର ସ୍ନାତକୋତ୍ତରଠାରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ନାହିଁ । ଅଭିଭାବକମାନଙ୍କୁ ଭ୍ରମାତ୍ମକ ପ୍ରତିଶ୍ରୁତି ଦେଇପାରିବ ନାହିଁ ।  ଅନୁଷ୍ଠାନଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ଗାଇଡଲାଇନରେ ଦର୍ଶାଯାଇଛି ଯେ, ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ପରେ ଛାତ୍ର ନାମଲେଖା ହେବା ଉଚିତ।  କାଉନସେଲିଂ ସିଷ୍ଟମ ନ ଥିଲେ କୌଣସି ଅନୁଷ୍ଠାନ ପଞ୍ଜୀକୃତ ହେବ ନାହିଁ ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ: ହରମୁଜ୍ ପ୍ରଣାଳୀ ଅତିକ୍ରମ କରିବା ପାଇଁ ଭିନ୍ନ ରାସ୍ତା ଆପଣାଇଲେ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର

କୋଚିଂ ସେଣ୍ଟରଗୁଡ଼ିକରେ ପଢାଉଥିବା ଶିକ୍ଷକଙ୍କ ଯୋଗ୍ୟତା, ପାଠ୍ୟକ୍ରମ, ସମାପ୍ତି ଅବଧି, ହଷ୍ଟେଲ ସୁବିଧା ଏବଂ ଦେୟ ବିଷୟରେ ଅପଡେଟ୍ ବିବରଣୀ ୱେବସାଇଟରେ ଉପଲବ୍ଧ ରହିବ। ଛାତ୍ରମାନଙ୍କ ଉପରେ କଠୋର ପ୍ରତିଯୋଗିତା ଏବଂ ଏକାଡେମିକ୍ ଚାପ ଯୋଗୁଁ କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରମାନଙ୍କର ମାନସିକ ସୁସ୍ଥତା ପାଇଁ ପଦକ୍ଷେପ ନେବା ଉଚିତ। ସେମାନଙ୍କ ଉପରେ ଅନାବଶ୍ୟକ ଚାପ ନ ଦେଇ କ୍ଲାସ୍ କରିବା ଉଚିତ୍ ବୋଲି ଗାଇଡଲାଇନରେ ଦର୍ଶା ଯାଇଛି।

ଆହୁରି ପଢ଼ନ୍ତୁ: ଶିଶୁ ଶୋଷଣ ମାମଲା: ମେଟା ଉପରେ ୩୭୫ ନିୟୁତ ଡଲାରର ଜୋରିମାନା ଲଗାଇଲେ ଆମେରିକା କୋର୍ଟ

18 Jan 2024 By The Sakala

କୋଚିଂ ସେଣ୍ଟରରେ ନାମ ଲେଖାଇ ପାରିବେନି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଘୋଷିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଚିଂ ସେଣ୍ଟରଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ। ଏଥିସହ ଏଣିକି ବିଭ୍ରାନ୍ତିକର ପ୍ରତିଶୃତି ଓ ଭଲ ମାର୍କ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ କୋଚିଂ ସେଣ୍ଟର। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଏବଂ ଆନୁସଙ୍ଗିକ ସୁବିଧା ଅଭାବରୁ ଗ୍ରହଣ କରାଯାଇଥିବା ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରଙ୍କ ନିକଟରେ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି।

କୌଣସି କୋଚିଂ ସେଣ୍ଟର ସ୍ନାତକୋତ୍ତରଠାରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ନାହିଁ । ଅଭିଭାବକମାନଙ୍କୁ ଭ୍ରମାତ୍ମକ ପ୍ରତିଶ୍ରୁତି ଦେଇପାରିବ ନାହିଁ ।  ଅନୁଷ୍ଠାନଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ଗାଇଡଲାଇନରେ ଦର୍ଶାଯାଇଛି ଯେ, ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ପରେ ଛାତ୍ର ନାମଲେଖା ହେବା ଉଚିତ।  କାଉନସେଲିଂ ସିଷ୍ଟମ ନ ଥିଲେ କୌଣସି ଅନୁଷ୍ଠାନ ପଞ୍ଜୀକୃତ ହେବ ନାହିଁ ।

କୋଚିଂ ସେଣ୍ଟରଗୁଡ଼ିକରେ ପଢାଉଥିବା ଶିକ୍ଷକଙ୍କ ଯୋଗ୍ୟତା, ପାଠ୍ୟକ୍ରମ, ସମାପ୍ତି ଅବଧି, ହଷ୍ଟେଲ ସୁବିଧା ଏବଂ ଦେୟ ବିଷୟରେ ଅପଡେଟ୍ ବିବରଣୀ ୱେବସାଇଟରେ ଉପଲବ୍ଧ ରହିବ। ଛାତ୍ରମାନଙ୍କ ଉପରେ କଠୋର ପ୍ରତିଯୋଗିତା ଏବଂ ଏକାଡେମିକ୍ ଚାପ ଯୋଗୁଁ କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରମାନଙ୍କର ମାନସିକ ସୁସ୍ଥତା ପାଇଁ ପଦକ୍ଷେପ ନେବା ଉଚିତ। ସେମାନଙ୍କ ଉପରେ ଅନାବଶ୍ୟକ ଚାପ ନ ଦେଇ କ୍ଲାସ୍ କରିବା ଉଚିତ୍ ବୋଲି ଗାଇଡଲାଇନରେ ଦର୍ଶା ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର