ଚୀନରେ ଠାବ ହେଲା ପ୍ରଥମ ଥର ପାଇଁ ମଣିଷ ଦେହରେ ବାର୍ଡ ଫ୍ଲୁ ଭୂତାଣୁ

The Sakala Picture
Published On

ଚୀନ: ମଣିଷ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଠାବ । ଚୀନରୁ ଆସିଲା ପ୍ରଥମ ସଂକ୍ରମଣ ମାମଲା। ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଏକ ରିପୋର୍ଟରେ କହିଛି ଯେ,  ଦେଶର ଜିଆଙ୍ଗସୁ ପ୍ରଦେଶରେ H10N3 ପକ୍ଷୀ ଫ୍ଲୁରେ ପ୍ରଥମ ମାନବ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏହାର ଅର୍ଥ ହେଉଛି H10N3 ପକ୍ଷୀ ଫ୍ଲୁ ସଂକ୍ରମଣ ପ୍ରଥମ ଥର ପାଇଁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହି  ସଂକ୍ରମଣ ଜିଆଙ୍ଗସୁ ପ୍ରଦେଶର ଝୋନଜିଆଙ୍ଗ ସହରର ଜଣେ […]

ଚୀନ: ମଣିଷ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଠାବ । ଚୀନରୁ ଆସିଲା ପ୍ରଥମ ସଂକ୍ରମଣ ମାମଲା। ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଏକ ରିପୋର୍ଟରେ କହିଛି ଯେ,  ଦେଶର ଜିଆଙ୍ଗସୁ ପ୍ରଦେଶରେ H10N3 ପକ୍ଷୀ ଫ୍ଲୁରେ ପ୍ରଥମ ମାନବ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏହାର ଅର୍ଥ ହେଉଛି H10N3 ପକ୍ଷୀ ଫ୍ଲୁ ସଂକ୍ରମଣ ପ୍ରଥମ ଥର ପାଇଁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହି  ସଂକ୍ରମଣ ଜିଆଙ୍ଗସୁ ପ୍ରଦେଶର ଝୋନଜିଆଙ୍ଗ ସହରର ଜଣେ ୪୧ ବର୍ଷ ବଯସ ପୁରୁଷଙ୍କ ଠାରେ ଠାବ ହୋଇଛି।

ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୁହାଯାଇଛି ଯେ,  କୁକୁଡ଼ା ଚାଷ ମାଧ୍ୟମରେ ଏହି ସଂକ୍ରମଣ ବ୍ୟାପିଛି ଏବଂ କିନ୍ତୁ ଏହାର ପ୍ରଭାବ ମଣିଷ ଠାରେ ବହୁତ କମ୍ ଅଟେ। ଆୟୋଗର ଅଫିସିଆଲ ୱେବସାଇଟରେ ଲେଖାଯାଇଥିବା ବିବୃତ୍ତି ଆଧାରରେ ଏହି ସୂଚନା ପ୍ରକାଶ ପାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ଯନ୍ତ ବିଶ୍ୱରେ H10N3 ପକ୍ଷୀ ଫ୍ଲୁରେ ମାନବ ସଂକ୍ରମଣର କୌଣସି ରିପୋର୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

ଉକ୍ତ ବ୍ୟକ୍ତିଙ୍କୁ ୨୮ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଆୟୋଗ ସୂଚନା ଦେଇଛନ୍ତି। ପ୍ରଥମେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ବ୍ୟକ୍ତିଙ୍କ ଠାରେ ଦେଖାଯାଇଥିଲା। ଏକ ମାସ ପରେ ଅର୍ଥାତ୍ ମେ ୨୮ ରେ, ବ୍ୟକ୍ତିଙ୍କ ମଧ୍ୟରେ H10N3 ପକ୍ଷୀ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିଥିଲା ତେବେ ଏହି ଭୂତାଣୁ ବିପଦ ଏପର୍ଯ୍ଯନ୍ତ ସେତେ ଅଧିକ ନୁହେଁ ବୋଲି ଆୟୋଗ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍

ଏଥି ସହିତ ଆକ୍ରାନ୍ତଙ୍କ ଅବସ୍ଥା ସ୍ୱାଭାବିକ ରହିଛି। ତାଙ୍କ ଅବସ୍ଥା ସ୍ଥିର ରହିଛି, ଖୁବ ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଏଥି ସହିତ, ଏହି ସଂକ୍ରମଣ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରେ ଦେଖିବାକୁ ମିଳିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp