ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ୍, ବନ୍ଦ ହେବ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସା

The Sakala Picture
Published On

କଲମ୍ବୋ :  ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ(ନିଷିଦ୍ଧ) ହେବାକୁ ଯାଉଛି। ଏହା ସହିତ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶନିବାର ଶ୍ରୀଲଙ୍କାର ଜଣେ ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେବେ। ଶ୍ରୀଲଙ୍କାର ଜନସୁରକ୍ଷା ମନ୍ତ୍ରୀ ସରଥ ବିରାସେକେରା କହିଛନ୍ତି ଯେ କ୍ୟାବିନେଟ ମଞ୍ଜୁରି ପାଇଁ ସେ ଶୁକ୍ରବାର ଏକ ବିଲରେ ହସ୍ତାକ୍ଷର କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷାକୁ ଦେଖି ମୁସଲମାନ ମହିଳାଙ୍କ ବୁର୍ଖା […]

କଲମ୍ବୋ :  ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ(ନିଷିଦ୍ଧ) ହେବାକୁ ଯାଉଛି। ଏହା ସହିତ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶନିବାର ଶ୍ରୀଲଙ୍କାର ଜଣେ ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେବେ। ଶ୍ରୀଲଙ୍କାର ଜନସୁରକ୍ଷା ମନ୍ତ୍ରୀ ସରଥ ବିରାସେକେରା କହିଛନ୍ତି ଯେ କ୍ୟାବିନେଟ ମଞ୍ଜୁରି ପାଇଁ ସେ ଶୁକ୍ରବାର ଏକ ବିଲରେ ହସ୍ତାକ୍ଷର କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷାକୁ ଦେଖି ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବାକୁ ବ୍ୟାନ କରାଯିବାର ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଘର କିଣିବାକୁ ଦିଲ୍ଲୀ ଲୋକଙ୍କ ଆଗ୍ରହ: ୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍ କିଣିବାରେ ଲାଗିଛି ପ୍ରତିଯୋଗିତା

ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଥମେ ପ୍ରଥମେ ଦେଶରେ ମୁସଲମାନ ଯୁବତୀ ଏବଂ ମହିଳାମାନେ ବୁର୍ଖା ପିନ୍ଧୁ ନ ଥିଲେ। ବିଗତ ବର୍ଷଗୁଡ଼ିକରେ ଏହାର ପ୍ରଚଳନ ବୃଦ୍ଧି ପାଇଛି। ଏହାର ବଡ଼ କାରଣ ହେଉଛି ଦେଶରେ ଧାର୍ମିକ କଠୋରପନ୍ଥୀଙ୍କ ବୃଦ୍ଧି। ଅନେକ ଦେଶ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ନିକଟରେ ସ୍ବିଜରଲ୍ୟାଣ୍ଡ ବି ଜନମତ ଆଧାରରେ ବୁର୍ଖା ଉପରେ କଟକଣା ଲାଗୁ କରିଥିଲା। ଭୀରାସେଖରାଙ୍କ କହିବା ଅନୁସାରେ, ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଉପହାସ କରୁଥିବା ୧ ହଜାର ମଦ୍ରାସା ଏବଂ ଇସଲାମିକ ସ୍କୁଲ ଉପରେ ରୋକ୍‌ ଲଗାଯିବାକୁ ପ୍ରସ୍ତାବ ରହିଛି। କାହାକୁ ମନମୁତାବକ ଶିକ୍ଷା ଦେବାର ଅନୁମତି ଦିଆଯାଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଶବକୁ ନେଇ ଅଶାଳୀନ ମଜାକ କରି ଫସିଲେ ଡାକ୍ତରୀ ଛାତ୍ରୀ ସେଜଲ ପାୱାର, ତଦନ୍ତ ନିର୍ଦ୍ଦେଶ ଦେଲେ କେଇଏମ୍ ହସ୍ପିଟାଲ୍ ଡିନ୍

14 Mar 2021 By The Sakala

ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ୍, ବନ୍ଦ ହେବ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସା

କଲମ୍ବୋ :  ଶ୍ରୀଲଙ୍କାରେ ବୁର୍ଖା ବ୍ୟାନ(ନିଷିଦ୍ଧ) ହେବାକୁ ଯାଉଛି। ଏହା ସହିତ ହଜାରେରୁ ଊର୍ଦ୍ଧ୍ବ ମଦ୍ରାସାକୁ ମଧ୍ୟ ବନ୍ଦ କରାଯିବ ବୋଲି ଶନିବାର ଶ୍ରୀଲଙ୍କାର ଜଣେ ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ପ୍ରଭାବିତ ହେବେ। ଶ୍ରୀଲଙ୍କାର ଜନସୁରକ୍ଷା ମନ୍ତ୍ରୀ ସରଥ ବିରାସେକେରା କହିଛନ୍ତି ଯେ କ୍ୟାବିନେଟ ମଞ୍ଜୁରି ପାଇଁ ସେ ଶୁକ୍ରବାର ଏକ ବିଲରେ ହସ୍ତାକ୍ଷର କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷାକୁ ଦେଖି ମୁସଲମାନ ମହିଳାଙ୍କ ବୁର୍ଖା ପିନ୍ଧିବାକୁ ବ୍ୟାନ କରାଯିବାର ବ୍ୟବସ୍ଥା ରହିଛି।

ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଥମେ ପ୍ରଥମେ ଦେଶରେ ମୁସଲମାନ ଯୁବତୀ ଏବଂ ମହିଳାମାନେ ବୁର୍ଖା ପିନ୍ଧୁ ନ ଥିଲେ। ବିଗତ ବର୍ଷଗୁଡ଼ିକରେ ଏହାର ପ୍ରଚଳନ ବୃଦ୍ଧି ପାଇଛି। ଏହାର ବଡ଼ କାରଣ ହେଉଛି ଦେଶରେ ଧାର୍ମିକ କଠୋରପନ୍ଥୀଙ୍କ ବୃଦ୍ଧି। ଅନେକ ଦେଶ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ନିକଟରେ ସ୍ବିଜରଲ୍ୟାଣ୍ଡ ବି ଜନମତ ଆଧାରରେ ବୁର୍ଖା ଉପରେ କଟକଣା ଲାଗୁ କରିଥିଲା। ଭୀରାସେଖରାଙ୍କ କହିବା ଅନୁସାରେ, ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଉପହାସ କରୁଥିବା ୧ ହଜାର ମଦ୍ରାସା ଏବଂ ଇସଲାମିକ ସ୍କୁଲ ଉପରେ ରୋକ୍‌ ଲଗାଯିବାକୁ ପ୍ରସ୍ତାବ ରହିଛି। କାହାକୁ ମନମୁତାବକ ଶିକ୍ଷା ଦେବାର ଅନୁମତି ଦିଆଯାଇ ପାରିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର