ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ବ୍ରିଟେନ ଗୁଇନ୍ଦା ରିପୋର୍ଟରେ ମହାଖୁଲାସା

The Sakala Picture
Published On

ମସ୍କୋ/କିଭ୍‌ : ଶହେ ଦିନରୁ ଅଧିକ ସମୟ ହେଲା ରୁଷ୍‌-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଦେଶ ଯୁଦ୍ଧରେ ଜିତିପାରିନାହିଁ। ଆକ୍ରମଣର କିଛି ଦିନ ମଧ୍ୟରେ ୟୁକ୍ରେନ ଆତ୍ମ ସମର୍ପଣ କରିବ ବୋଲି ରୁଷ୍‌ ଭାବିଥିଲା। କିନ୍ତୁ ୟୁକ୍ରେନ ରୁଷ୍‌କୁ ଦୃଢ଼ ଜବାବ ଦେଇଥିଲା। ନାଗରିକଙ୍କ ସହାୟତା ନେଇ ୟୁକ୍ରେନ ରୁଷ୍‌ ସେନାର ବିପୁଳ କ୍ଷୟକ୍ଷତି ଘଟାଇଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ଅଞ୍ଚଳ ଧ୍ବସାଂବଶେଷରେ ପରିଣତ ହୋଇଯାଇଥିଲେ ମଧ୍ୟ […]

ମସ୍କୋ/କିଭ୍‌ : ଶହେ ଦିନରୁ ଅଧିକ ସମୟ ହେଲା ରୁଷ୍‌-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଦେଶ ଯୁଦ୍ଧରେ ଜିତିପାରିନାହିଁ। ଆକ୍ରମଣର କିଛି ଦିନ ମଧ୍ୟରେ ୟୁକ୍ରେନ ଆତ୍ମ ସମର୍ପଣ କରିବ ବୋଲି ରୁଷ୍‌ ଭାବିଥିଲା। କିନ୍ତୁ ୟୁକ୍ରେନ ରୁଷ୍‌କୁ ଦୃଢ଼ ଜବାବ ଦେଇଥିଲା। ନାଗରିକଙ୍କ ସହାୟତା ନେଇ ୟୁକ୍ରେନ ରୁଷ୍‌ ସେନାର ବିପୁଳ କ୍ଷୟକ୍ଷତି ଘଟାଇଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ଅଞ୍ଚଳ ଧ୍ବସାଂବଶେଷରେ ପରିଣତ ହୋଇଯାଇଥିଲେ ମଧ୍ୟ ନାଟୋର ସହାୟତାରେ ଯୁଦ୍ଧ ଦୀର୍ଘଦିନ ହେଲା ଜାରି ରହିଛି। ନାଟୋ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହିତ ଆର୍ଥିକ ସହାୟତା ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ

ଏହା ମଧ୍ୟରେ ବ୍ରିଟେନ ସେନା ଏକ ଗୁଇନ୍ଦା ରିପୋର୍ଟ ଜାରି କରିଛି। ଏଥିରେ ରୁଷ୍‌ର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଶେଷ ହୋଇଯାଇଥିବା ଦାବି କରାଯାଇଛି। ଏଥିଯୋଗୁଁ ରୁଷ୍‌ ସେନା ସୋଭିଏତ ସଂଘ ଅମଳର ଆଣ୍ଟି ସିପ୍‌ ମିସାଇଲ ବ୍ୟବହାର କରି ୟୁକ୍ରେନରେ ବୋମା ମାଡ଼ କରୁଥିବା କୁହାଯାଇଛି। ବ୍ରିଟେନ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରୁଥିବା ବିମାନବାହୀ ଯୁଦ୍ଧ ଜାହାଜକୁ ନଷ୍ଟ କରିବା ପାଇଁ ୧୯୬୦ରେ ସୋଭିଏତ ସଂଘ ଏହାକୁ ବ୍ୟବାହର କରୁଥିଲା। ଏବେ ରୁଷ୍‌ ୟୁକ୍ରେନରେ ବୋମା ମାଡ଼ କରିବାକୁ ଏହି ବିମାନ ବ୍ୟବହାର କରୁଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ୫.୫ ଟନ୍‌ର କେଏଚ୍‌-୨୨ କ୍ଷେପଣାସ୍ତ୍ର ବ୍ୟବହାର କୌଣସି ଦୃଷ୍ଟିରୁ ଠିକ୍‌ ନୁହେଁ। ଏହା ଦ୍ବାରା ବିପୁଳ କ୍ଷୟକ୍ଷତି ହୋଇପାରେ। ଅନେକ ଲୋକ ପ୍ରାଣ ହରାଇପାରନ୍ତି। ଏବେ ରୁଷ୍‌ ସେନା ପୂର୍ବ ୟୁକ୍ରେନର ଡୋନାବାସ୍‌କୁ କବ୍‌ଜା କରିବା ପାଇଁ ପ୍ରୟାସ ଜାରି ରଖିଛି। ଏହି କ୍ଷେତ୍ର ରୁଷ୍‌କୁ ଲାଗି ରହିଛି। ୨୦୧୪ରେ ରୁଷ୍‌ ଏହି ଅଞ୍ଚଳରେ ଥିବା କ୍ରିମିଆକୁ କବ୍‌ଜା କରି ନେଇଥିଲା। ଏଠାରେ ଅଧିକାଂଶ ରୁଷ୍‌ ସମର୍ଥକ ବିଚ୍ଛିନ୍ନତାବାଦୀ ରହୁଛନ୍ତି। ସୋଭିଏତ ସଂଘ ସମୟରେ ଏମକେବି ରାଦୁଗା କେଏଚ-୨୨ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ବାଘ ଆତଙ୍କ: କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ୪ ମହିଳାଙ୍କୁ ମାରିଦେଲା ମହାବଳ

ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜକୁ ନିପାତ କରିବା ପାଇଁ ଏହି ଦୀର୍ଘ ଦୂରଗାମୀ ଆଣ୍ଟି-ସିପ୍‌ ମିସାଇଲ ତିଆରି କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିପାରେ। ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ) ର ମୁଖ୍ୟ ୟୁକ୍ରେନ ଗସ୍ତରେ ଯାଇଛନ୍ତି। ସେ ଜେଲେଁସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଜେଲେଁସ୍କି ଇୟୁରେ ସାମିଲ ହେବା ପ୍ରସଙ୍ଗ ଉଠାଇଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ଇୟୁ ଅଧ୍ୟକ୍ଷ କହିଥିଲେ।

ଆହୁରି ପଢ଼ନ୍ତୁ: ଅନଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ୍‌ଗୁଡ଼ିକର ଅତ୍ୟଧିକ କ୍ୟାନ୍ସଲେସନ୍ ଚାର୍ଜ ଉପରେ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

12 Jun 2022 By The Sakala

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ବ୍ରିଟେନ ଗୁଇନ୍ଦା ରିପୋର୍ଟରେ ମହାଖୁଲାସା

ମସ୍କୋ/କିଭ୍‌ : ଶହେ ଦିନରୁ ଅଧିକ ସମୟ ହେଲା ରୁଷ୍‌-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଦେଶ ଯୁଦ୍ଧରେ ଜିତିପାରିନାହିଁ। ଆକ୍ରମଣର କିଛି ଦିନ ମଧ୍ୟରେ ୟୁକ୍ରେନ ଆତ୍ମ ସମର୍ପଣ କରିବ ବୋଲି ରୁଷ୍‌ ଭାବିଥିଲା। କିନ୍ତୁ ୟୁକ୍ରେନ ରୁଷ୍‌କୁ ଦୃଢ଼ ଜବାବ ଦେଇଥିଲା। ନାଗରିକଙ୍କ ସହାୟତା ନେଇ ୟୁକ୍ରେନ ରୁଷ୍‌ ସେନାର ବିପୁଳ କ୍ଷୟକ୍ଷତି ଘଟାଇଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ଅଞ୍ଚଳ ଧ୍ବସାଂବଶେଷରେ ପରିଣତ ହୋଇଯାଇଥିଲେ ମଧ୍ୟ ନାଟୋର ସହାୟତାରେ ଯୁଦ୍ଧ ଦୀର୍ଘଦିନ ହେଲା ଜାରି ରହିଛି। ନାଟୋ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହିତ ଆର୍ଥିକ ସହାୟତା ଦେଉଛନ୍ତି।

ଏହା ମଧ୍ୟରେ ବ୍ରିଟେନ ସେନା ଏକ ଗୁଇନ୍ଦା ରିପୋର୍ଟ ଜାରି କରିଛି। ଏଥିରେ ରୁଷ୍‌ର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଶେଷ ହୋଇଯାଇଥିବା ଦାବି କରାଯାଇଛି। ଏଥିଯୋଗୁଁ ରୁଷ୍‌ ସେନା ସୋଭିଏତ ସଂଘ ଅମଳର ଆଣ୍ଟି ସିପ୍‌ ମିସାଇଲ ବ୍ୟବହାର କରି ୟୁକ୍ରେନରେ ବୋମା ମାଡ଼ କରୁଥିବା କୁହାଯାଇଛି। ବ୍ରିଟେନ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରୁଥିବା ବିମାନବାହୀ ଯୁଦ୍ଧ ଜାହାଜକୁ ନଷ୍ଟ କରିବା ପାଇଁ ୧୯୬୦ରେ ସୋଭିଏତ ସଂଘ ଏହାକୁ ବ୍ୟବାହର କରୁଥିଲା। ଏବେ ରୁଷ୍‌ ୟୁକ୍ରେନରେ ବୋମା ମାଡ଼ କରିବାକୁ ଏହି ବିମାନ ବ୍ୟବହାର କରୁଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ୫.୫ ଟନ୍‌ର କେଏଚ୍‌-୨୨ କ୍ଷେପଣାସ୍ତ୍ର ବ୍ୟବହାର କୌଣସି ଦୃଷ୍ଟିରୁ ଠିକ୍‌ ନୁହେଁ। ଏହା ଦ୍ବାରା ବିପୁଳ କ୍ଷୟକ୍ଷତି ହୋଇପାରେ। ଅନେକ ଲୋକ ପ୍ରାଣ ହରାଇପାରନ୍ତି। ଏବେ ରୁଷ୍‌ ସେନା ପୂର୍ବ ୟୁକ୍ରେନର ଡୋନାବାସ୍‌କୁ କବ୍‌ଜା କରିବା ପାଇଁ ପ୍ରୟାସ ଜାରି ରଖିଛି। ଏହି କ୍ଷେତ୍ର ରୁଷ୍‌କୁ ଲାଗି ରହିଛି। ୨୦୧୪ରେ ରୁଷ୍‌ ଏହି ଅଞ୍ଚଳରେ ଥିବା କ୍ରିମିଆକୁ କବ୍‌ଜା କରି ନେଇଥିଲା। ଏଠାରେ ଅଧିକାଂଶ ରୁଷ୍‌ ସମର୍ଥକ ବିଚ୍ଛିନ୍ନତାବାଦୀ ରହୁଛନ୍ତି। ସୋଭିଏତ ସଂଘ ସମୟରେ ଏମକେବି ରାଦୁଗା କେଏଚ-୨୨ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିଲେ।

ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜକୁ ନିପାତ କରିବା ପାଇଁ ଏହି ଦୀର୍ଘ ଦୂରଗାମୀ ଆଣ୍ଟି-ସିପ୍‌ ମିସାଇଲ ତିଆରି କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିପାରେ। ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ) ର ମୁଖ୍ୟ ୟୁକ୍ରେନ ଗସ୍ତରେ ଯାଇଛନ୍ତି। ସେ ଜେଲେଁସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଜେଲେଁସ୍କି ଇୟୁରେ ସାମିଲ ହେବା ପ୍ରସଙ୍ଗ ଉଠାଇଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ଇୟୁ ଅଧ୍ୟକ୍ଷ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର