ଆହୁରି ଭୟାବହ ହେବ ଯୁଦ୍ଧ : ୟୁକ୍ରେନ୍‌କୁ ଅତ୍ୟାଧୁନିକ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ଯୋଗାଇବ ଆମେରିକା

The Sakala Picture
Published On

ନୂଆଦିଲ୍ଲୀ : ବୁଧବାର ରୁଷ-ୟୁକ୍ରେନ ଯୁଦ୍ଧକୁ ୯୮ ଦିନରେ ପହଞ୍ଚିଛି। ଆଉ ୨ ଦିନ ପରେ ଯୁଦ୍ଧକୁ ୧୦୦ ଦିନ ପୂରିବାକୁ ଥିବା ବେଳେ ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ତେବେ ଏହାରି ମଧ୍ୟ ଏକ ବଡ ଖବର […]

ନୂଆଦିଲ୍ଲୀ : ବୁଧବାର ରୁଷ-ୟୁକ୍ରେନ ଯୁଦ୍ଧକୁ ୯୮ ଦିନରେ ପହଞ୍ଚିଛି। ଆଉ ୨ ଦିନ ପରେ ଯୁଦ୍ଧକୁ ୧୦୦ ଦିନ ପୂରିବାକୁ ଥିବା ବେଳେ ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ତେବେ ଏହାରି ମଧ୍ୟ ଏକ ବଡ ଖବର । ରୁଷ ବିରୋଧୀ ଲଢେଇରେ ୟୁକ୍ରେନକୁ ଅଧିକ ବଳଦେବ ଆମେରିକା । କ୍ରେମଲିନ ସେନାର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରବତି ଜୋ ବାଇଡେନ ବଡ ନିଷ୍ପତି ନେଇ ୟୁକ୍ରେନକୁ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ପଠାଇବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ନିକଟରେ ଆମେରିକା ଘୋଷଣା କରିଥିବା ୭ଶହ ମିଲିୟନ ଡଲାରର ସାମରିକ ସହଯୋଗ ଯୋଗାଇବା ପ୍ରତିଶ୍ରୁତିର ଏହା ଅଂଶବିଶେଷ ।

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସାଜିଥିବା ପୁତୁରା ସହ ମିଶି ସ୍ୱାମୀଙ୍କୁ କରେଣ୍ଟ ଓ ବିଷ ଦେଇ ହତ୍ୟା କଲା ସ୍ତ୍ରୀ

ଆମେରିକା ୟୁକ୍ରେନକୁ ଦେବାକୁ ଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏମ୍‌.-୧୪୨, ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ରହିଛି । ସେହି ରକେଟ୍‌ରୁ ବିଭିନ୍ନ ପ୍ରକାର ଗାଇଡେଡ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ । କ୍ଷେପଣାସ୍ତ୍ରଗୁଡ଼ିକୁ ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିକ୍ଷେପ କରାଯାଇପାରିବ । ୟୁକ୍ରେନ୍‌କୁ ରୁଷ୍ ବିପକ୍ଷରେ ଯୁଦ୍ଧରେ ସହାୟତା କରିବା ଲକ୍ଷ୍ୟରେ ଏହି ରକେଟ୍ ପଠାଯିବ । ଇତିମଧ୍ୟରେ ୟୁକ୍ରେନ୍ ଆଞ୍ଚଳିକ ଗଭର୍ଣ୍ଣର ସିବେରୋ ଦୋନେତ୍‌ସ୍କ ସହରର ଅର୍ଦ୍ଧାଧିକ ଅଞ୍ଚଳ ରୁଷ୍ ଅଧିକାର କରିଥିବା ବିଷୟ ସୁନିଶ୍ଚିତ କରିଛନ୍ତି । ଏହାଦ୍ୱାରା ରୁଷ୍ ଡୋନ୍‌ବାସ୍ ଶିଳ୍ପାଞ୍ଚଳକୁ ଅକ୍ତିଆର କରିବା ସହଜ ହେବ । ଆଡଭାନ୍ସ ଆର୍ଟିଲେରୀ ରକେଟ ଆମେରିକା ପ୍ରତିରକ୍ଷା କ୍ଷେତ୍ରର ଅନ୍ୟତମ ଶକ୍ତିଶାଳୀ ରକେଟ। କ୍ଷଣିକରେ ହିଁ ଶତ୍ରୁ ଓ ସେମାନଙ୍କ ଶକ୍ତିଶାଳୀ ହତିଆରକୁ ଧ୍ୱଂସ କରିପାରେ। ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରେ ।

ଆହୁରି ପଢ଼ନ୍ତୁ: କ୍ୱାଡ୍ ବୈଠକରେ ଜୟଶଙ୍କରଙ୍କ ଗୁରୁତ୍ୱାରୋପ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ୱଚ୍ଛ ସହଭାଗୀତା ଆବଶ୍ୟକ

ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରାଳୟ ସହ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନର ଯୁଦ୍ଧକ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ପାଇଁ ଅଧିକ ଉନ୍ନତ ରକେଟ ସିଷ୍ଟମ ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଛି । କିଛି ଦିନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଆମେରିକାଠୁ ଅଧିକ ସହାୟତା ମାଗିଥିଲେ । ରୁଷ ବିିରୋଧୀ ଲଢେଇ ପାଇଁ ୟୁକ୍ରେନ ମିତ୍ର ରାଷ୍ଟ୍ରମାନଙ୍କଠୁ ଦୂରଗାମୀ ମିସାଇଲ ସିଷ୍ଟମ ସହାୟତା ମାଗୁଛନ୍ତି । ଯୁଦ୍ଧର ୯୮ ଦିନରେ ୟୁକ୍ରେନର ବିଭିନ୍ନ ସହରରୁ ବିଚଳିତ କରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହା ଭିତରେ ପୂର୍ବ ୟୁକ୍ରେନରେ ଥିବା ସେବେରୋଡନେଟିକ୍ସର ଏକ କେମିକାଲ ପ୍ଲାଣ୍ଟ ଉପରେ ରୁଷ ଆକାଶ ମାର୍ଗରୁ ଆକ୍ରମଣ କରିଛି । ପ୍ଲାଣ୍ଟରେ ରହିଥିବା ନାଇଟ୍ରିକ୍ ଏସିଡ ଟ୍ୟାଙ୍କ ଗୁଡିକ ଧ୍ୱଂସ ପାଇ ବିଷାକ୍ତ ଧୂଆଁ ବ୍ୟାପୁଥିବା କହିଛନ୍ତି ଲୁହାନସ୍କର ଗଭର୍ଣ୍ଣର ସର୍ଗେଇ ଗେଡେ । ଘଟଣାସ୍ଥଳରୁ ଲୋକଙ୍କୁ ବାହାରିବାକୁ କୁହାଯାଇଛି । ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛି ୟୁକ୍ରେନ । ଏଭଳି ଆକ୍ରମଣ ରୁଷର ଏକ ପାଗଳାମୀ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ୟୁକ୍ରେନକୁ ଅଧିକ ସାମାରିକ ସହାୟତା ଦେବା ପାଇଁ ଘୋଷଣା କରିଛି ଜର୍ମାନୀ ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍: ଦଶନ୍ଧି ପୁରୁଣା ଯୋଜନାକୁ ପୁଣି ଲାଗୁ କରିବ ଆରବିଆଇ (RBI)

01 Jun 2022 By The Sakala

ଆହୁରି ଭୟାବହ ହେବ ଯୁଦ୍ଧ : ୟୁକ୍ରେନ୍‌କୁ ଅତ୍ୟାଧୁନିକ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ବୁଧବାର ରୁଷ-ୟୁକ୍ରେନ ଯୁଦ୍ଧକୁ ୯୮ ଦିନରେ ପହଞ୍ଚିଛି। ଆଉ ୨ ଦିନ ପରେ ଯୁଦ୍ଧକୁ ୧୦୦ ଦିନ ପୂରିବାକୁ ଥିବା ବେଳେ ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ତେବେ ଏହାରି ମଧ୍ୟ ଏକ ବଡ ଖବର । ରୁଷ ବିରୋଧୀ ଲଢେଇରେ ୟୁକ୍ରେନକୁ ଅଧିକ ବଳଦେବ ଆମେରିକା । କ୍ରେମଲିନ ସେନାର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରବତି ଜୋ ବାଇଡେନ ବଡ ନିଷ୍ପତି ନେଇ ୟୁକ୍ରେନକୁ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ପଠାଇବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ନିକଟରେ ଆମେରିକା ଘୋଷଣା କରିଥିବା ୭ଶହ ମିଲିୟନ ଡଲାରର ସାମରିକ ସହଯୋଗ ଯୋଗାଇବା ପ୍ରତିଶ୍ରୁତିର ଏହା ଅଂଶବିଶେଷ ।

ଆମେରିକା ୟୁକ୍ରେନକୁ ଦେବାକୁ ଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏମ୍‌.-୧୪୨, ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ରହିଛି । ସେହି ରକେଟ୍‌ରୁ ବିଭିନ୍ନ ପ୍ରକାର ଗାଇଡେଡ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ । କ୍ଷେପଣାସ୍ତ୍ରଗୁଡ଼ିକୁ ୭୦ କିଲୋମିଟର ଦୂର ପର୍ଯ୍ୟନ୍ତ ନିକ୍ଷେପ କରାଯାଇପାରିବ । ୟୁକ୍ରେନ୍‌କୁ ରୁଷ୍ ବିପକ୍ଷରେ ଯୁଦ୍ଧରେ ସହାୟତା କରିବା ଲକ୍ଷ୍ୟରେ ଏହି ରକେଟ୍ ପଠାଯିବ । ଇତିମଧ୍ୟରେ ୟୁକ୍ରେନ୍ ଆଞ୍ଚଳିକ ଗଭର୍ଣ୍ଣର ସିବେରୋ ଦୋନେତ୍‌ସ୍କ ସହରର ଅର୍ଦ୍ଧାଧିକ ଅଞ୍ଚଳ ରୁଷ୍ ଅଧିକାର କରିଥିବା ବିଷୟ ସୁନିଶ୍ଚିତ କରିଛନ୍ତି । ଏହାଦ୍ୱାରା ରୁଷ୍ ଡୋନ୍‌ବାସ୍ ଶିଳ୍ପାଞ୍ଚଳକୁ ଅକ୍ତିଆର କରିବା ସହଜ ହେବ । ଆଡଭାନ୍ସ ଆର୍ଟିଲେରୀ ରକେଟ ଆମେରିକା ପ୍ରତିରକ୍ଷା କ୍ଷେତ୍ରର ଅନ୍ୟତମ ଶକ୍ତିଶାଳୀ ରକେଟ। କ୍ଷଣିକରେ ହିଁ ଶତ୍ରୁ ଓ ସେମାନଙ୍କ ଶକ୍ତିଶାଳୀ ହତିଆରକୁ ଧ୍ୱଂସ କରିପାରେ। ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରେ ।

ମଙ୍ଗଳବାର ପ୍ରତିରକ୍ଷାମନ୍ତ୍ରାଳୟ ସହ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନର ଯୁଦ୍ଧକ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ପାଇଁ ଅଧିକ ଉନ୍ନତ ରକେଟ ସିଷ୍ଟମ ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଛି । କିଛି ଦିନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଆମେରିକାଠୁ ଅଧିକ ସହାୟତା ମାଗିଥିଲେ । ରୁଷ ବିିରୋଧୀ ଲଢେଇ ପାଇଁ ୟୁକ୍ରେନ ମିତ୍ର ରାଷ୍ଟ୍ରମାନଙ୍କଠୁ ଦୂରଗାମୀ ମିସାଇଲ ସିଷ୍ଟମ ସହାୟତା ମାଗୁଛନ୍ତି । ଯୁଦ୍ଧର ୯୮ ଦିନରେ ୟୁକ୍ରେନର ବିଭିନ୍ନ ସହରରୁ ବିଚଳିତ କରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହା ଭିତରେ ପୂର୍ବ ୟୁକ୍ରେନରେ ଥିବା ସେବେରୋଡନେଟିକ୍ସର ଏକ କେମିକାଲ ପ୍ଲାଣ୍ଟ ଉପରେ ରୁଷ ଆକାଶ ମାର୍ଗରୁ ଆକ୍ରମଣ କରିଛି । ପ୍ଲାଣ୍ଟରେ ରହିଥିବା ନାଇଟ୍ରିକ୍ ଏସିଡ ଟ୍ୟାଙ୍କ ଗୁଡିକ ଧ୍ୱଂସ ପାଇ ବିଷାକ୍ତ ଧୂଆଁ ବ୍ୟାପୁଥିବା କହିଛନ୍ତି ଲୁହାନସ୍କର ଗଭର୍ଣ୍ଣର ସର୍ଗେଇ ଗେଡେ । ଘଟଣାସ୍ଥଳରୁ ଲୋକଙ୍କୁ ବାହାରିବାକୁ କୁହାଯାଇଛି । ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛି ୟୁକ୍ରେନ । ଏଭଳି ଆକ୍ରମଣ ରୁଷର ଏକ ପାଗଳାମୀ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେପଟେ ୟୁକ୍ରେନକୁ ଅଧିକ ସାମାରିକ ସହାୟତା ଦେବା ପାଇଁ ଘୋଷଣା କରିଛି ଜର୍ମାନୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର