ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ରାଜ୍ୟର କଂଗ୍ରେସ, ବାମଦଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି । ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ […]

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ରାଜ୍ୟର କଂଗ୍ରେସ, ବାମଦଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଘବ ଚଢ଼ାଙ୍କ ସ୍ଥାନ ନେବା ପରେ ଆପ୍ ସାଂସଦ ଅଶୋକ କୁମାର ମିତ୍ତଲଙ୍କ ଉପରେ ଇଡିର ନଜର, ଏଲପିୟୁ (LPU) କ୍ୟାମ୍ପସ ସମେତ ଅନେକ ସ୍ଥାନରେ ଚଢ଼ାଉ

ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ କରାଯାଉଛି। ‘ଭାରତ ବନ୍ଦ’ ସମୟରେ ହାଟ, ବଜାର ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ସ୍ଥାନୀୟ ବ୍ୟବସାୟୀ ଏପରି ନିଷ୍ପତ୍ତି ନେଇଛନ୍ତି। ସେହିପରି ଯାତ୍ରୀ ଓ ମାଲ୍ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇନଥିଲେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ଅଧିକାଂଶ ସ୍ଥାନରେ ଅଟୋ, ଟ୍ୟାକ୍ସି ମଧ୍ୟ ଚଳାଚଳ ବନ୍ଦ ରହିଛି । ବନ୍ଦ ପାଳନ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ବିବାହ କାର୍ଯ୍ୟକ୍ରମ ଆଦିରେ ବାଧା ନ ଦେବାକୁ ନିବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୋଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ନ’ ତାଲାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କର୍ମଚାରୀମାନଙ୍କୁ ୯ଟା ୩୦ ସୁଦ୍ଧା ଅଫିସ୍ ରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଡାକ୍ତରଙ୍କ ସାଂଘାତିକ ଅବହେଳା: ଗୋଟିଏ ସିରିଞ୍ଜ୍ ବ୍ୟବହାର ଯୋଗୁଁ ୩୩୧ ଶିଶୁ HIV ଆକ୍ରାନ୍ତ

ଏହି ବନ୍ଦ ପାଳନକୁ କଂଗ୍ରେସ ଏବଂ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ପୁଲିସ ଡିଜି ଅଭୟ ସମସ୍ତ ଜିଲ୍ଲାର ଏସ୍‍ପି ଏବଂ ରେଞ୍ଜ ଆଇଜିଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ଜିଲ୍ଲାର ଏସ୍‍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ। ଯଦି କୌଣସି ସ୍ଥାନରେ କିଛି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ତେବେ ତୁରନ୍ତ ପୁଲିସ ଏହା ଉପରେ ପଦକ୍ଷେପ ନେବାକୁ ମଧ୍ୟ ରେଞ୍ଜ ଡିଆଇଜିଙ୍କୁ କୁହାଯାଇଛି। ସବୁ ଜିଲ୍ଲାରେ ୬ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ରହିବେ। ଯଦି କିଛି ଅଘଟଣ ଘଟେ ତେବେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ। ବିଭିନ୍ନ ଜିଲ୍ଲାର ସରକାରୀ ଅଫିସ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଏକାଧିକ ପୁଲିସ ଫୋର୍ସ ମୁତୟନ ରହିବେ। ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ରେଞ୍ଜ ଡିଆଇଜି। ଯଦି କେଉଁଠୁ କିଛି ଅଘଟଣର ଖବର ଆସେ ସେଠାକୁ ଅଧିକ ଫୋର୍ସ ପଠାଯିବାକୁବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନଶୃଙ୍ଖଳା ଦାୟିତ୍ୱ ଥିବା ଏଡିଜି ୱାଇ.କେ ଜେଠୱା।

ଶ୍ରୀ ଜେଠୱା କହିଛନ୍ତି ଯେ, ସକାଳ ୪ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ସକାଳ ସମୟରେ ବନ୍ଦର ପ୍ରଭାବ ଅଧିକ ଦେଖାଯାଇଥାଏ। ଏହି ସମୟରେ ଗଣ୍ଡଗୋଳ ଏବଂ ଅନ୍ୟାନ୍ୟ ଅଘଟଣ ଘଟିଥାଏ। ତେଣୁ ସମସ୍ତ ଜିଲ୍ଲାର ଏସ୍‍ପିମାନଙ୍କୁ ସକାଳ ସମୟରେ ଅଧିକ ସତର୍କ ରହିବାକୁ କୁହାଯାଇଛି। ଏହାସହ ବିଶେଷ କରି ଟ୍ୱିନ୍‍ ସିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ ଏହି ଦୁଇ ସହରରେ କିଛି ବି ଅଘଟଣ ଘଟିବାର ଆଶଙ୍କା କରାଯାଉଛି। ଏଠାରେ ଏକାଧିକ ସରକାରୀ ଅଫିସ ଏବଂ ଶିକ୍ଷାନୁଷ୍ଠାନ ରହିଥିବାରୁ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଟ୍ୱିନ୍‍ ସିଟିରେ ୩୭ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ରହିବ। ଏହାସହ ପିସିଆର ଭ୍ୟାନ୍‍ ଏବଂ ଗୁଇନ୍ଦା ପୁଲିସ ଗଳି କନ୍ଦିରେ ପଇଁତରା ମାରିବେ। ଯଦି କିଛି ଅଘଟଣ ଘଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ରାଜଧାନୀର ବିଧାନସଭା ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଅନେକ ସମୟରେ ଆନ୍ଦୋଳନକାରୀମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ସହ ବିଧାନସଭା ଗେଟ୍‍ରେ ତାଲା ପକାଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଯେଉଁମାନେ ଆଇନକୁ ହାତକୁ ନେବେ ସେମାନଙ୍କୁତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ବନ୍ଦ ଡାକରା ଦେଇଥିବା ଦଳ ଶାନ୍ତି ଶୃଙ୍ଖଳା ରଖିବେ ବୋଲି ସେ ଆଶା ରଖିଛନ୍ତି।

26 Mar 2021 By The Sakala

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ସଂଯୁକ୍ତ କୃଷକ ମୋର୍ଚ୍ଚା ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି। ରାଜ୍ୟର କଂଗ୍ରେସ, ବାମଦଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ କରାଯାଉଛି। ‘ଭାରତ ବନ୍ଦ’ ସମୟରେ ହାଟ, ବଜାର ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ସ୍ଥାନୀୟ ବ୍ୟବସାୟୀ ଏପରି ନିଷ୍ପତ୍ତି ନେଇଛନ୍ତି। ସେହିପରି ଯାତ୍ରୀ ଓ ମାଲ୍ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବସ୍ ଚଳାଚଳ ବନ୍ଦ କରିବାକୁ ମାଲିକ ସଂଘ ନିଷ୍ପତ୍ତି ନେଇନଥିଲେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ଅଧିକାଂଶ ସ୍ଥାନରେ ଅଟୋ, ଟ୍ୟାକ୍ସି ମଧ୍ୟ ଚଳାଚଳ ବନ୍ଦ ରହିଛି । ବନ୍ଦ ପାଳନ କରୁଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି, ବିବାହ କାର୍ଯ୍ୟକ୍ରମ ଆଦିରେ ବାଧା ନ ଦେବାକୁ ନିବେଦନ କରାଯାଇଛି।

ବନ୍ଦ ପାଳନ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୋଲିସ୍ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ନ’ ତାଲାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କର୍ମଚାରୀମାନଙ୍କୁ ୯ଟା ୩୦ ସୁଦ୍ଧା ଅଫିସ୍ ରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ବନ୍ଦ ପାଳନକୁ କଂଗ୍ରେସ ଏବଂ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ପୁଲିସ ଡିଜି ଅଭୟ ସମସ୍ତ ଜିଲ୍ଲାର ଏସ୍‍ପି ଏବଂ ରେଞ୍ଜ ଆଇଜିଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ଜିଲ୍ଲାର ଏସ୍‍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ। ଯଦି କୌଣସି ସ୍ଥାନରେ କିଛି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ତେବେ ତୁରନ୍ତ ପୁଲିସ ଏହା ଉପରେ ପଦକ୍ଷେପ ନେବାକୁ ମଧ୍ୟ ରେଞ୍ଜ ଡିଆଇଜିଙ୍କୁ କୁହାଯାଇଛି। ସବୁ ଜିଲ୍ଲାରେ ୬ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ରହିବେ। ଯଦି କିଛି ଅଘଟଣ ଘଟେ ତେବେ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ। ବିଭିନ୍ନ ଜିଲ୍ଲାର ସରକାରୀ ଅଫିସ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଏକାଧିକ ପୁଲିସ ଫୋର୍ସ ମୁତୟନ ରହିବେ। ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ରେଞ୍ଜ ଡିଆଇଜି। ଯଦି କେଉଁଠୁ କିଛି ଅଘଟଣର ଖବର ଆସେ ସେଠାକୁ ଅଧିକ ଫୋର୍ସ ପଠାଯିବାକୁବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନଶୃଙ୍ଖଳା ଦାୟିତ୍ୱ ଥିବା ଏଡିଜି ୱାଇ.କେ ଜେଠୱା।

ଶ୍ରୀ ଜେଠୱା କହିଛନ୍ତି ଯେ, ସକାଳ ୪ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ସକାଳ ସମୟରେ ବନ୍ଦର ପ୍ରଭାବ ଅଧିକ ଦେଖାଯାଇଥାଏ। ଏହି ସମୟରେ ଗଣ୍ଡଗୋଳ ଏବଂ ଅନ୍ୟାନ୍ୟ ଅଘଟଣ ଘଟିଥାଏ। ତେଣୁ ସମସ୍ତ ଜିଲ୍ଲାର ଏସ୍‍ପିମାନଙ୍କୁ ସକାଳ ସମୟରେ ଅଧିକ ସତର୍କ ରହିବାକୁ କୁହାଯାଇଛି। ଏହାସହ ବିଶେଷ କରି ଟ୍ୱିନ୍‍ ସିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ ଏହି ଦୁଇ ସହରରେ କିଛି ବି ଅଘଟଣ ଘଟିବାର ଆଶଙ୍କା କରାଯାଉଛି। ଏଠାରେ ଏକାଧିକ ସରକାରୀ ଅଫିସ ଏବଂ ଶିକ୍ଷାନୁଷ୍ଠାନ ରହିଥିବାରୁ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଟ୍ୱିନ୍‍ ସିଟିରେ ୩୭ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ରହିବ। ଏହାସହ ପିସିଆର ଭ୍ୟାନ୍‍ ଏବଂ ଗୁଇନ୍ଦା ପୁଲିସ ଗଳି କନ୍ଦିରେ ପଇଁତରା ମାରିବେ। ଯଦି କିଛି ଅଘଟଣ ଘଟେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ରାଜଧାନୀର ବିଧାନସଭା ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଅନେକ ସମୟରେ ଆନ୍ଦୋଳନକାରୀମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ସହ ବିଧାନସଭା ଗେଟ୍‍ରେ ତାଲା ପକାଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଯେଉଁମାନେ ଆଇନକୁ ହାତକୁ ନେବେ ସେମାନଙ୍କୁତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ବନ୍ଦ ଡାକରା ଦେଇଥିବା ଦଳ ଶାନ୍ତି ଶୃଙ୍ଖଳା ରଖିବେ ବୋଲି ସେ ଆଶା ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର