ସନାତନ ଧର୍ମକୁ ଚ୍ୟାଲେଞ୍ଜ କରନି,ମାଟିରେ ମିଶିଯିବ : ଯୋଗୀ ଆଦିତ୍ୟନାଥ

The Sakala Picture
Published On

ଲକ୍ଷ୍ନୌ : ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଯୋଗୁଁ ଦେଶରେ ରାଜନୀତିର ତାପମାତ୍ରା ବୃଦ୍ଧି ପାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ସାଂସଦ ଏ. ରାଜାଙ୍କ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେବା ପରେ ଏବେ ଦେଶରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ତେବେ ଏହାରି ମଧ୍ୟରେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ […]

ଲକ୍ଷ୍ନୌ : ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଯୋଗୁଁ ଦେଶରେ ରାଜନୀତିର ତାପମାତ୍ରା ବୃଦ୍ଧି ପାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ସାଂସଦ ଏ. ରାଜାଙ୍କ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେବା ପରେ ଏବେ ଦେଶରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ତେବେ ଏହାରି ମଧ୍ୟରେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ସିଧାସଳଖ କହିଛନ୍ତି ସନାତନ ଧର୍ମକୁ ଚ୍ୟାଲେଞ୍ଜ କରନି। ଯିଏ ଚ୍ୟାଲେଞ୍ଜ କରିଛି ସିଏ ମାଟିରେ ମିଶିଛି। ଏପରି ମୂର୍ଖତା କରନି, ଇତିହାସ ସାଖି ଅଛି ଯିଏ ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିଛି ସେ ସମ୍ପୁର୍ଣ୍ଣ ମାଟିରେ ମିଶିଛି। ବାବର-ଔରଙ୍ଗଜେବଙ୍କ ପରି ଅତ୍ୟାଚାରୀ ସନାତନ ଧର୍ମକୁ ଧ୍ୱଂସ କରିପାରିନଥିଲେ। ଆଉ ଏବେ କିଛି ମୂର୍ଖ କହୁଛନ୍ତି ସନାତନ ଧର୍ମକୁ ଧ୍ୱଂସ କରିବେ। ଯୋଗୀ ଏହା ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ନିଜ ମୂର୍ଖତା କାରଣରୁ ସୂର୍ଯ୍ୟଙ୍କ ଉପରକୁ ଛେପ ପକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେହି ଛେପ ସେମାନଙ୍କ ଉପରେ ହିଁ ପଡ଼ିବ।

ଆହୁରି ପଢ଼ନ୍ତୁ: ଆଗ୍ରାରେ ମହିଳାଙ୍କ ଆତ୍ମହତ୍ୟା: ୪ ବର୍ଷର ଲିଭ୍-ଇନ୍ ସମ୍ପର୍କ ପରେ ବିବାହ କରିବାକୁ ମନା କଲେ ପୋଲିସ କନଷ୍ଟେବଳ

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନ୍ମାଷ୍ଟମୀ ଅବସରରେ ଲକ୍ଷ୍ନୌ ରିଜର୍ଭ ପୁଲିସ୍ ଲାଇନ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଏସବୁ କହିଥିଲେ। ସେ କହିଛନ୍ତି ଯେ ଯେତେବେଳେ ସମଗ୍ର ଦେଶ ଏକ ସକରାତ୍ମକ ଦିଗରେ ଗତି କରୁଛି, କିଛି ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ। ସେ କହିଛନ୍ତି ଯେ ଏହି ଅମୂଳକ ଲୋକମାନେ ସନାତନଙ୍କ ପାଇଁ କିଛି କରିପାରିବେ ନାହିଁ। ରାବଣ, ହିରଣ୍ୟକଶ୍ୟପ ଏବଂ କଂସ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସେମାନଙ୍କର ସବୁକିଛି ଚାଲିଯାଇଛି, କିଛି ବାକି ନାହିଁ । କିନ୍ତୁ ଭଗବାନ ଅଛନ୍ତି ଏବଂ ଆଜି ମଧ୍ୟ ସେଠାରେ ଅଛନ୍ତି। ସନାତନ ଧର୍ମ ହେଉଛି ସତ୍ୟ, ଏହାକୁ କେବେ ବି ଧ୍ୱଂସ କରାଯାଇପାରିବ ନାହିଁ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

ଉଲ୍ଲେଖଯୋଗ୍ୟ ସନାତନ ଧର୍ମ ଉପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିଲେ।ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଘାତକ ରୋଗ ସହ ତୁଳନା କରି ଏହାର ମୂଳୋତ୍ପାଟନ କରିବାକୁ ଆହ୍ବାନ ଦେଇଥିଲେ। ଏଥି ସହିତ ତାମିଲନାଡୁର ଡିଏମକେ ନେତା ଏ. ରାଜା ମଧ୍ୟ ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ ସହ ତୁଳନା କରିଛନ୍ତି। । ତାମିଲ୍ ଭାଷାରେ ରଖିଥିବା ଏହି ଭାଷଣରେ ଏ.ରାଜା କହିଛନ୍ତି । ପୂର୍ବରୁ କୁଷ୍ଠ ରୋଗକୁ ଘୃଣା ଦୃଷ୍ଟିରେ ଦେଖାଯାଉଥିଲା । ଏବେ ଏଚଆଇଭିକୁ ସାମାନ ଦୃଷ୍ଟିରେ ଦେଖାଯାଉଛି । ଆମେ ଯେତିକି ଜାଣିଛୁ- ସନାତନ ଧର୍ମକୁ ଏଚଆଇଭି ଓ କୁଷ୍ଠ ଭଳି ସାମାଜିକ ବ୍ୟାଧି ଭାବେ ବିବେଚନା କରାଯିବା ଦରକାର।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ଡିଏମକେ ନେତା ଏ. ରାଜା ଆହୁରି କହିଥିଲେ ସନାତନ ଧର୍ମକୁ ମ୍ୟାଲେରିଆ, ଡେଙ୍ଗୁ ଓ କରୋନା ଭଳି ବିଲୋପ କରାଯିବା ଦରକାର ବୋଲି ଉଦୟନିଧି ଯେତେବେଳେ କହିଥିଲେ, ସେତେବେଳେ ସେ ଭଦ୍ର ଓ ନମ୍ର ଥିଲେ । ମ୍ୟାଲେରିଆ ଓ ଡେଙ୍ଗୁ ସହ ସାମାଜିକ କଳଙ୍କ କିମ୍ବା ଘୃଣା ଯୋଡ଼ି ହୋଇରହିନାହିଁ । ଏହାକୁ ସାମାଜିକ ବ୍ୟାଧି ଭାବେ ବିବେଚନା କରାଯାଉନାହିଁ । ଏହା କହି ସନାତନ ଧର୍ମକୁ କୁଷ୍ଠ ଓ ଏଚଆଇଭି ରୋଗ ସହ ତୁଳନା କରିଛନ୍ତି ଏ.ରାଜା । ଏହି ଦୁଇ ନେତାଙ୍କ ବୟାନକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି ।

07 Sep 2023 By The Sakala

ସନାତନ ଧର୍ମକୁ ଚ୍ୟାଲେଞ୍ଜ କରନି,ମାଟିରେ ମିଶିଯିବ : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଯୋଗୁଁ ଦେଶରେ ରାଜନୀତିର ତାପମାତ୍ରା ବୃଦ୍ଧି ପାଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେ ସାଂସଦ ଏ. ରାଜାଙ୍କ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେବା ପରେ ଏବେ ଦେଶରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ତେବେ ଏହାରି ମଧ୍ୟରେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ସିଧାସଳଖ କହିଛନ୍ତି ସନାତନ ଧର୍ମକୁ ଚ୍ୟାଲେଞ୍ଜ କରନି। ଯିଏ ଚ୍ୟାଲେଞ୍ଜ କରିଛି ସିଏ ମାଟିରେ ମିଶିଛି। ଏପରି ମୂର୍ଖତା କରନି, ଇତିହାସ ସାଖି ଅଛି ଯିଏ ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିଛି ସେ ସମ୍ପୁର୍ଣ୍ଣ ମାଟିରେ ମିଶିଛି। ବାବର-ଔରଙ୍ଗଜେବଙ୍କ ପରି ଅତ୍ୟାଚାରୀ ସନାତନ ଧର୍ମକୁ ଧ୍ୱଂସ କରିପାରିନଥିଲେ। ଆଉ ଏବେ କିଛି ମୂର୍ଖ କହୁଛନ୍ତି ସନାତନ ଧର୍ମକୁ ଧ୍ୱଂସ କରିବେ। ଯୋଗୀ ଏହା ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ନିଜ ମୂର୍ଖତା କାରଣରୁ ସୂର୍ଯ୍ୟଙ୍କ ଉପରକୁ ଛେପ ପକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେହି ଛେପ ସେମାନଙ୍କ ଉପରେ ହିଁ ପଡ଼ିବ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନ୍ମାଷ୍ଟମୀ ଅବସରରେ ଲକ୍ଷ୍ନୌ ରିଜର୍ଭ ପୁଲିସ୍ ଲାଇନ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଏସବୁ କହିଥିଲେ। ସେ କହିଛନ୍ତି ଯେ ଯେତେବେଳେ ସମଗ୍ର ଦେଶ ଏକ ସକରାତ୍ମକ ଦିଗରେ ଗତି କରୁଛି, କିଛି ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ। ସେ କହିଛନ୍ତି ଯେ ଏହି ଅମୂଳକ ଲୋକମାନେ ସନାତନଙ୍କ ପାଇଁ କିଛି କରିପାରିବେ ନାହିଁ। ରାବଣ, ହିରଣ୍ୟକଶ୍ୟପ ଏବଂ କଂସ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସେମାନଙ୍କର ସବୁକିଛି ଚାଲିଯାଇଛି, କିଛି ବାକି ନାହିଁ । କିନ୍ତୁ ଭଗବାନ ଅଛନ୍ତି ଏବଂ ଆଜି ମଧ୍ୟ ସେଠାରେ ଅଛନ୍ତି। ସନାତନ ଧର୍ମ ହେଉଛି ସତ୍ୟ, ଏହାକୁ କେବେ ବି ଧ୍ୱଂସ କରାଯାଇପାରିବ ନାହିଁ ।

ଉଲ୍ଲେଖଯୋଗ୍ୟ ସନାତନ ଧର୍ମ ଉପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡା ବିକାଶ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିଲେ।ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଘାତକ ରୋଗ ସହ ତୁଳନା କରି ଏହାର ମୂଳୋତ୍ପାଟନ କରିବାକୁ ଆହ୍ବାନ ଦେଇଥିଲେ। ଏଥି ସହିତ ତାମିଲନାଡୁର ଡିଏମକେ ନେତା ଏ. ରାଜା ମଧ୍ୟ ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ ସହ ତୁଳନା କରିଛନ୍ତି। । ତାମିଲ୍ ଭାଷାରେ ରଖିଥିବା ଏହି ଭାଷଣରେ ଏ.ରାଜା କହିଛନ୍ତି । ପୂର୍ବରୁ କୁଷ୍ଠ ରୋଗକୁ ଘୃଣା ଦୃଷ୍ଟିରେ ଦେଖାଯାଉଥିଲା । ଏବେ ଏଚଆଇଭିକୁ ସାମାନ ଦୃଷ୍ଟିରେ ଦେଖାଯାଉଛି । ଆମେ ଯେତିକି ଜାଣିଛୁ- ସନାତନ ଧର୍ମକୁ ଏଚଆଇଭି ଓ କୁଷ୍ଠ ଭଳି ସାମାଜିକ ବ୍ୟାଧି ଭାବେ ବିବେଚନା କରାଯିବା ଦରକାର।

ଡିଏମକେ ନେତା ଏ. ରାଜା ଆହୁରି କହିଥିଲେ ସନାତନ ଧର୍ମକୁ ମ୍ୟାଲେରିଆ, ଡେଙ୍ଗୁ ଓ କରୋନା ଭଳି ବିଲୋପ କରାଯିବା ଦରକାର ବୋଲି ଉଦୟନିଧି ଯେତେବେଳେ କହିଥିଲେ, ସେତେବେଳେ ସେ ଭଦ୍ର ଓ ନମ୍ର ଥିଲେ । ମ୍ୟାଲେରିଆ ଓ ଡେଙ୍ଗୁ ସହ ସାମାଜିକ କଳଙ୍କ କିମ୍ବା ଘୃଣା ଯୋଡ଼ି ହୋଇରହିନାହିଁ । ଏହାକୁ ସାମାଜିକ ବ୍ୟାଧି ଭାବେ ବିବେଚନା କରାଯାଉନାହିଁ । ଏହା କହି ସନାତନ ଧର୍ମକୁ କୁଷ୍ଠ ଓ ଏଚଆଇଭି ରୋଗ ସହ ତୁଳନା କରିଛନ୍ତି ଏ.ରାଜା । ଏହି ଦୁଇ ନେତାଙ୍କ ବୟାନକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର