ୟୁକ୍ରେନ୍‌ରୁ ଫେରିବେ ସମସ୍ତ ଭାରତୀୟ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି।ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ସହ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଛି।ଆଜି ବୈଠକରେ ୟୁକ୍ରେନ ଓ ଏହାର ସମୀବର୍ତ୍ତୀ ଅଞ୍ଚଳରୁ ଭାରତୀୟଙ୍କୁ ଉଦ୍ଧାର କରିବା ନେଇ କରିଛନ୍ତି ଆଲୋଚନା । ତେବେ ସେଠାରୁ […]

ନୂଆଦିଲ୍ଲୀ : ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି।ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ସହ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା କରାଯାଇଛି।ଆଜି ବୈଠକରେ ୟୁକ୍ରେନ ଓ ଏହାର ସମୀବର୍ତ୍ତୀ ଅଞ୍ଚଳରୁ ଭାରତୀୟଙ୍କୁ ଉଦ୍ଧାର କରିବା ନେଇ କରିଛନ୍ତି ଆଲୋଚନା । ତେବେ ସେଠାରୁ ଉଦ୍ଧାର କାର୍ଯ୍ୟ ପାଇଁ ଜାରି ରହିଥିବା ‘ଅପରେସନ୍ ଗଙ୍ଗ’ାକୁ ତ୍ୱରାନ୍ୱିତ କରିବାକୁ ଦାୟିତ୍ୱ ନେଇଛନ୍ତି ୪ଜଣ କେନ୍ଦ୍ରମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ୟୁକ୍ରେନରୁ କିପରି ଭାରତୀୟଙ୍କୁ ତୁରନ୍ତ ଫେରାଇ ଆଣିବେ ସେଥିପାଇଁ ୪ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଭି.କେ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ମୋଦୀ । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏହି ୪ କେନ୍ଦ୍ରମନ୍ତ୍ରୀ ୟୁକ୍ରେନ ଓ ଏହାର ପାଶ୍ୱବର୍ତ୍ତୀ ଅଂଚଳ ପୋଲାଣ୍ଡ, ହଙ୍ଗେରୀ ଓ ରୋମିନିଆ ଗସ୍ତ କରିବେ ବୋଲି ସୂଚନା ରହିଛି । ୪ ଜଣ କେନ୍ଦ୍ରମନ୍ତ୍ରୀ ୟୁକ୍ରେନ୍‍ ପଡୋଶୀ ଦେଶକୁ ଯାଇ ଭାରତୀୟଙ୍କୁ ସ୍ଥାନାନ୍ତରଣ ଅଭିଯାନରେ ସମନ୍ବୟ ରକ୍ଷା କରିବେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏହାପୂର୍ବରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଉପରେ ଆଲୋଚନା ପାଇଁ ରବିବାର ଉଚ୍ଚସ୍ତ୍ରରୀୟ ବୈଠକ ଡାକିଥିଲେ ମୋଦୀ ।  ଏଥିରେ ଅପରେସନ ଗଙ୍ଗା ଅଭିଯାନ ଜରିଆରେ ୟୁକ୍ରେନରେ ଫସିଥିବା ନାଗରିକଙ୍କ ଉଦ୍ଧାର ଉପରେ ଚର୍ଚ୍ଚା ହୋଇଥିଲା । ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିଦେଶ ମନ୍ତ୍ରାଳୟ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଓ ଅନ୍ୟ ଉଚ୍ଚ ଅଧିକାରୀ । ବର୍ତମାନ ସୁଦ୍ଧା ୟୁକ୍ରେନରୁ ୨ ହଜାର ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରୁଷ୍‌ ଆକ୍ରମଣ କରିବା ପରେ ବହୁସଂଖ୍ୟକ ଭାରତୀୟ ବିଶେଷକରି ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ଫସି ରହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ୟୁକ୍ରେନ ଆକାଶ ପଥ ସିଲ ହୋଇଥିବାରୁ ପଡୋଶୀ ଦେଶ ସହ ଆଲୋଚନା କରି ଭାରତ ସରକାର ଯୁଦ୍ଧକାଳୀନଭିତିରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ଯଦିଓ ରୁଷ ଓ ୟୁକ୍ରେନ ଏବେ ଆଲୋଚନା ଟେବୁଲକୁ ଆସିବା ପାଇଁ ସହମତି ଦେଇଛନ୍ତି, କିନ୍ତୁ ଯୁଦ୍ଧ ସ୍ଥିତିରେ କିଛି ପରିବର୍ତନ ହୋଇନାହିଁ । ତେଣୁ ଯେତେ ଶୀଘ୍ର ହୋଇପାରିବ, ସେତେ ଶୀଘ୍ର ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ସେପଟେ ୟୁରୋପୀୟ ୟୁନିଅନ, ରୁଷ ପାଇଁ ସମସ୍ତ ଆକାଶ ପଥ ସିଲ କରିଛି । ଅର୍ଥାତ୍ ୟୁରୋପୀୟ ୟୁନିଅନ ଦେଇ ରୁଷର କୌଣସି ବିମାନ ଚଳାଚଳ କରିପାରିବ ନାହିଁ ।

ସୂଚନା ଯୋଗ୍ୟ, ୟୁକ୍ରେନ ଗତ ୪ ଦିନ ଧରି କିଭ୍‍ ସୀମାରେ ରୁଷକୁ ଅଟକାଇ ରଖିଛି। ଏହାମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି,ଆଗାମୀ ୨୪ ଘଣ୍ଟା ୟୁକ୍ରେନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଜି-୭ ନେତା ୟୁକ୍ରେନର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ରୁଷ ବିରୋଧରେ ଲଢେଇରେ ସମସ୍ତ ଦେଶ ୟୁକ୍ରେନର ସମର୍ଥ ଜାରି ରଖିବେ। ରୁଷର ଆକ୍ରମଣରେ ୟୁକ୍ରେନର ପ୍ରାୟ ୩୫୨ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଶିଶୁ ସାମିଲ ଥିଲେ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର