ଆମେରିକାକୁ ଚୀନ୍‌ର ଧମକ: ତାଇୱାନ ସ୍ବାଧୀନତାକୁ ସମର୍ଥନ କଲେ ହେବ ଯୁଦ୍ଧ

The Sakala Picture
Published On

ବେଜିଂ(ଏଜେନ୍ସି): ୟୁକ୍ରେନ ଏବଂ ଋଷ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଋଷ୍‌କୁ ଜବାବ ଦେବା ପାଇଁ ଆମେରିକା ନେତୃତ୍ବାଧୀନ ନାଟୋ ପ୍ରସ୍ତୁତ ହୋଇ ରହିଛି। ଏପରି ସମୟରେ ଆମେରିକାକୁ ଚୀନ୍‌ ଧମକ ଦେଇଛି। ତାଇୱାନ ସ୍ବାଧୀନତାକୁ ସମର୍ଥନ କଲେ ୨ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ଚୀନ୍‌ ରାଷ୍ଟ୍ରଦୂତ କିନ ଗାଙ୍ଗ ଚେତାବନୀ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଚୀନ୍‌ ଏବଂ ଆମେରିକା ମଧ୍ୟରେ ତାଇୱାନ ସବୁଠାରୁ ବିସ୍ଫୋରକ ପ୍ରସଙ୍ଗ। ତାଇୱାନ ଅଧିକାରୀ […]

ବେଜିଂ(ଏଜେନ୍ସି): ୟୁକ୍ରେନ ଏବଂ ଋଷ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଋଷ୍‌କୁ ଜବାବ ଦେବା ପାଇଁ ଆମେରିକା ନେତୃତ୍ବାଧୀନ ନାଟୋ ପ୍ରସ୍ତୁତ ହୋଇ ରହିଛି। ଏପରି ସମୟରେ ଆମେରିକାକୁ ଚୀନ୍‌ ଧମକ ଦେଇଛି। ତାଇୱାନ ସ୍ବାଧୀନତାକୁ ସମର୍ଥନ କଲେ ୨ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ଚୀନ୍‌ ରାଷ୍ଟ୍ରଦୂତ କିନ ଗାଙ୍ଗ ଚେତାବନୀ ଦେଇଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଚୀନ୍‌ ଏବଂ ଆମେରିକା ମଧ୍ୟରେ ତାଇୱାନ ସବୁଠାରୁ ବିସ୍ଫୋରକ ପ୍ରସଙ୍ଗ। ତାଇୱାନ ଅଧିକାରୀ ସ୍ବାଧୀନତା ଦିଗରେ ପ୍ରୟାସ ଜାରି ରଖିଲେ ଆମେରିକା ଏବଂ ଚୀନ୍‌ ସେନାମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ମେଡିସିନ୍‌ରେ ନୋବେଲ ପୁରସ୍କାର-୨୦୨୬ ଘୋଷଣା: ଅପ୍ଟୋଜେନେଟିକ୍ସରେ ଗବେଷଣା ପାଇଁ ୩ ବୈଜ୍ଞାନିକଙ୍କୁ ସମ୍ମାନ

ଅନ୍ୟପକ୍ଷରେ ଏହାକୁ ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ବିବୃତି ଜାରି କରିଛି। ଏଥିରେ କୁହାଯାଇଛି ପେଣ୍ଟାଗନ ଏବେ ବି ‘ଏକ ଚୀନ୍‌ ନୀତି’ ଏବଂ ‘ଆମେରିକା ତାଇୱାନ ସମ୍ବନ୍ଧ’ ଆଇନ ଉପରେ କାଏମ ରହିଛି। ଆମେରିକା ଦୀର୍ଘ ବର୍ଷ ହେଲା ତାଇୱାନ ପରିବର୍ତ୍ତେ ଚୀନ୍‌କୁ ମାନ୍ୟତା ଦେଇ ଆସୁଥିଲା। କିନ୍ତୁ ତାଇୱାନ ସମ୍ବନ୍ଧ ଆଇନ ଅନୁଯାୟୀ ତାଇପେକୁ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସହୟତା କରୁଛି। ପେଣ୍ଟାଗନ ମୁଖପାତ୍ର କହିଛନ୍ତି ଯେ ତାଇୱାନର ସୁରକ୍ଷା ପାଇଁ ଆମେରିକା ଏହି ଦେଶକୁ ସହଯୋଗ କରିବା ଜାରି ରଖିବ। ବଳ ପ୍ରୟୋଗ କରି ତାଇୱାନ ଲୋକଙ୍କ ସୁରକ୍ଷାରେ ବିପଦ ସୃଷ୍ଟି କଲେ ତାହାର ଦୃଢ ଜବାବ ଦିଆଯିବ। ଏହା ପୂର୍ବରୁ ଚୀନ୍‌ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ମଧ୍ୟ ଆମେରିକାକୁ ଧମକ ଦେଇଥିଲା। ତାଇୱାନର ସୁରକ୍ଷା ପାଇଁ ସେନା ପଠାଇଲେ ସେମାନଙ୍କ ଉପରେ ଆକ୍ରମଣ ପାଇଁ ଚୀନ୍‌ ପଛଘୁଞ୍ଚା ଦେବନାହିଁ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ୨୦୨୬ ନୋବେଲ ଶାନ୍ତି ପୁରସ୍କାର: ଆନ୍ତର୍ଜାତୀୟ ଆଇନର ପ୍ରସାର ପାଇଁ ବିଚାରପତି ନାଭାନେଥେମ ‘ନାଭି’ ପିଲାଇଙ୍କୁ ସମ୍ମାନ

ସୂଚନାଯୋଗ୍ୟ ଯେ ତାଇୱାନ ଚୀନ୍‌କୁ ଦୃଢ ଜବାବ ଦେଉଛି। ଏହି ଦେଶକୁ ଆମେରିକା ଏବଂ ଜାପାନ ସମର୍ଥନ କରୁଛନ୍ତି। କିଛି ଦିନ ତଳେ ତାଇୱାନର ସମ୍ଭାବ୍ୟ ଜରୁରୀକାଳୀନ ସ୍ଥିତିକୁ ନେଇ ମିଳିତ ଅଭିଯାନ ନିମନ୍ତେ ଏକ ଚିଠା ପ୍ରସ୍ତାବ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଗଣତନ୍ତ୍ର ଦ୍ବାରା ପରିଚାଳିତ ତାଇୱାନକୁ ଚୀନ୍‌ ନିଜର ବୋଲି ଦାବି କରୁଛି। ନିଜର କର୍ତ୍ତୁତ୍ବ ଜାହିର କରିବା ପାଇଁ ଚୀନ୍‌ ବାୟୁ ସେନା ବିମାନ କ୍ରମାଗତ ଭାବେ ତାଇୱାନ ଆକାଶ ସୀମାରେ ଅନୁପ୍ରେବଶ କରୁଛି। ଏହାକୁ ଦେଖି ତାଇୱାନ ନିଜର ସାମରିକ କ୍ଷମତା ବଢ଼ାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର