ଲାହୋରରେ ଭୟଙ୍କର ବୋମା ବିସ୍ଫୋରଣ; ତିନି ମୃତ, ୨୦ ଆହତ

The Sakala Picture
Published On

ଇସଲାମାବାଦ: ପାକିସ୍ତାନର ଲାହୋରରେ ଘଟିଛି ଭୟଙ୍କର ସିରିଜ ବୋମା ବିସ୍ଫୋରଣ। ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଏହି ବିସ୍ଫୋରଣ। ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତିକମରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ […]

ଇସଲାମାବାଦ: ପାକିସ୍ତାନର ଲାହୋରରେ ଘଟିଛି ଭୟଙ୍କର ସିରିଜ ବୋମା ବିସ୍ଫୋରଣ। ପାକିସ୍ତାନ ଲାହୋରର ଅନାରକଲି ଅଞ୍ଚଳରେ ଏହି ବିସ୍ଫୋରଣ। ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତିକମରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଦୋକାନ ଏବଂ ବିଲ୍ଡିଂଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କେତେକ ଗାଡି ମଟର ମଧ୍ୟ ଖଣ୍ଡ ବିଖଣ୍ଡିତ ହୋଇପଡିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲାହୋର ପୋଲିସର ମୁଖପାତ୍ର ରାଣା ଅରିଫ୍ ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ବୋମାଟି ଏକ ମୋଟର ସାଇକେଲରେ ଲଗାଯାଇଥିଲା ବୋଲି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ କିଛି କୁହାଯାଇପାରିବ ବୋଲି କହିଛନ୍ତି ଲାହୋର ପୋଲିସର ଡିଆଇଜି ଅପରେସନ୍ ଅବିଦ ଖାନ୍। ଏହି ବିସ୍ଫୋରଣ ପାଇଁ ୧.୫ କିଲାେଗ୍ରାମର ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରାଯାଇଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ୧ଟା ୪୪ ମି.ରେ ହୋଇଥିଲା ବେଳେ ଗୋଟିଏ କୋଠା ଭାଙ୍ଗିବା ସହ ୮ଟି ମୋଟର ସାଇକେଲ୍ ପୋଡି ଯାଇଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର