ଅଣ୍ଡର ଓ୍ବାର୍ଲ୍ଡ ଡନ୍ ଛୋଟା ରାଜନକୁ ୧୦ ବର୍ଷ ଜେଲ୍‌ଦଣ୍ଡ

The Sakala Picture
Published On

ମୁମ୍ବଇ : ୨୦୧୩ର ଏକ ମାମଲାରେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବଇର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ। ରାଜନ ସେ ସମୟରେ ବୁକିରୁ ବିଲ୍ଡର ସାଜିଥିବା ଅଜୟ ଗୋସାଲିୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା। କୋର୍ଟ ମଙ୍ଗଳବାର ଏହି ମାମଲାରେ ଛୋଟା ରାଜନ ଏବଂ ତାହାର ଅନ୍ୟ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ସମାନ ଦଣ୍ଡ ଦେଇଛନ୍ତି। ଏହା ସହିତ ରାଜନ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗୋସାଲିଆଙ୍କୁ […]

ମୁମ୍ବଇ : ୨୦୧୩ର ଏକ ମାମଲାରେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବଇର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ। ରାଜନ ସେ ସମୟରେ ବୁକିରୁ ବିଲ୍ଡର ସାଜିଥିବା ଅଜୟ ଗୋସାଲିୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା। କୋର୍ଟ ମଙ୍ଗଳବାର ଏହି ମାମଲାରେ ଛୋଟା ରାଜନ ଏବଂ ତାହାର ଅନ୍ୟ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ସମାନ ଦଣ୍ଡ ଦେଇଛନ୍ତି। ଏହା ସହିତ ରାଜନ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗୋସାଲିଆଙ୍କୁ ହତ୍ୟା କରିବା ଲାଗି ରାଜନ ତାହାର ସହଯୋଗୀ ସତୀଶ କାଳିଆକୁ ନିର୍ଦ୍ଦେଶ ଦେଇଥିଲା।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ଓ ପୂର୍ବତନ ବିଚାରପତି ଶାଶୁଙ୍କ ନାମରେ ସିବିଆଇର ଚାର୍ଜସିଟ୍

୨୦୧୩ ଅଗଷ୍ଟ ୨୮ରେ ୩ ଜଣ ଲୋକ ମାଲଦାର ଇନଫିନିଟି ମଲ ବାହାରେ ଗୋଶାଳିଆଙ୍କୁ ଗୁଳି କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ତଦନ୍ତ ବେଳେ ଏହି ଘଟଣାରେ ଛୋଟା ରାଜନର ହାତ ଥିବା ଜାଣିବାକୁ ପାଇଥିଲା ସିବିଆଇ । ଏହି ମାମଲାରେ, ୨୮ ଅଗଷ୍ଟ ୨୦୧୩ରେ ବଙ୍ଗୁର ନଗର ପୁଲିସ ଷ୍ଟେସନରେ ଆଇପିସି ଧାରା ୩୦୭, ୧୨ ବି, ଧାରା ୩ ଏବଂ ଧାରା ୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଥିଲା । କିଛି ଦିନ ପରେ ଏହି ମାମଲାରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ ଆକ୍ଟ (MCOCA) ଲାଗୁ କରାଯାଇଥିଲା । ପରେ ସ୍ୱତନ୍ତ୍ର ୟୁନିଟ୍ ନଭେମ୍ବର ୨୦୧୩ ରେ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଆହୁରି ପଢ଼ନ୍ତୁ: ଦେଶରେ ଖାଦ୍ୟ ସଙ୍କଟ  ଆଣିବ ଇ-୨୦ ପେଟ୍ରୋଲ; ସତର୍କ କରାଇଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ଏହି ମାମଲାରେ ୩ ଅଭିଯୁକ୍ତ ପ୍ରକାଶ ନିକମ, ସତୀଶ କାଲିୟା ଏବଂ ଛୋଟା ରାଜନ୍‌ ଓ୍ବାଣ୍ଟେଡ୍‌ ଥିଲେ । ପରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ନିକମ ଏବଂ କାଲିୟାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଛୋଟା ରାଜନ୍‌କୁ ବାଲୀରୁ ଗିରଫ କରାଯିବା ପରେ ଭାରତ ଅଣାଯାଇଥିଲା ଏବଂ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୨୦୧୬ ମସିହା ଏପ୍ରିଲ ୨୧ ତାରିଖରେ ଛୋଟା ରାଜନ୍‌କୁ ହେପାଜତକୁ ନେଇଥିଲା ସିବିଆଇ । ପୂର୍ବରୁ ସାମ୍ବାଦିକ ଜେ. ଡେ. ହତ୍ୟାକାଣ୍ଡ ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଆମିକ୍‌ସ କ୍ୟୁରିଙ୍କ ତଥ୍ୟ: ଓଡ଼ିଶାର ୭୬% ସାଂସଦ ଅପରାଧ ଅଭିଯୁକ୍ତ

17 Mar 2021 By The Sakala

ଅଣ୍ଡର ଓ୍ବାର୍ଲ୍ଡ ଡନ୍ ଛୋଟା ରାଜନକୁ ୧୦ ବର୍ଷ ଜେଲ୍‌ଦଣ୍ଡ

ମୁମ୍ବଇ : ୨୦୧୩ର ଏକ ମାମଲାରେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ମୁମ୍ବଇର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ। ରାଜନ ସେ ସମୟରେ ବୁକିରୁ ବିଲ୍ଡର ସାଜିଥିବା ଅଜୟ ଗୋସାଲିୟାଙ୍କୁ ହତ୍ୟା ଉଦ୍ୟମ କରିଥିଲା। କୋର୍ଟ ମଙ୍ଗଳବାର ଏହି ମାମଲାରେ ଛୋଟା ରାଜନ ଏବଂ ତାହାର ଅନ୍ୟ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ସମାନ ଦଣ୍ଡ ଦେଇଛନ୍ତି। ଏହା ସହିତ ରାଜନ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗୋସାଲିଆଙ୍କୁ ହତ୍ୟା କରିବା ଲାଗି ରାଜନ ତାହାର ସହଯୋଗୀ ସତୀଶ କାଳିଆକୁ ନିର୍ଦ୍ଦେଶ ଦେଇଥିଲା।

୨୦୧୩ ଅଗଷ୍ଟ ୨୮ରେ ୩ ଜଣ ଲୋକ ମାଲଦାର ଇନଫିନିଟି ମଲ ବାହାରେ ଗୋଶାଳିଆଙ୍କୁ ଗୁଳି କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ତଦନ୍ତ ବେଳେ ଏହି ଘଟଣାରେ ଛୋଟା ରାଜନର ହାତ ଥିବା ଜାଣିବାକୁ ପାଇଥିଲା ସିବିଆଇ । ଏହି ମାମଲାରେ, ୨୮ ଅଗଷ୍ଟ ୨୦୧୩ରେ ବଙ୍ଗୁର ନଗର ପୁଲିସ ଷ୍ଟେସନରେ ଆଇପିସି ଧାରା ୩୦୭, ୧୨ ବି, ଧାରା ୩ ଏବଂ ଧାରା ୨୫ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହୋଇଥିଲା । କିଛି ଦିନ ପରେ ଏହି ମାମଲାରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ ଆକ୍ଟ (MCOCA) ଲାଗୁ କରାଯାଇଥିଲା । ପରେ ସ୍ୱତନ୍ତ୍ର ୟୁନିଟ୍ ନଭେମ୍ବର ୨୦୧୩ ରେ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ଏହି ମାମଲାରେ ୩ ଅଭିଯୁକ୍ତ ପ୍ରକାଶ ନିକମ, ସତୀଶ କାଲିୟା ଏବଂ ଛୋଟା ରାଜନ୍‌ ଓ୍ବାଣ୍ଟେଡ୍‌ ଥିଲେ । ପରେ ଜଣେ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ନିକମ ଏବଂ କାଲିୟାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଛୋଟା ରାଜନ୍‌କୁ ବାଲୀରୁ ଗିରଫ କରାଯିବା ପରେ ଭାରତ ଅଣାଯାଇଥିଲା ଏବଂ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୨୦୧୬ ମସିହା ଏପ୍ରିଲ ୨୧ ତାରିଖରେ ଛୋଟା ରାଜନ୍‌କୁ ହେପାଜତକୁ ନେଇଥିଲା ସିବିଆଇ । ପୂର୍ବରୁ ସାମ୍ବାଦିକ ଜେ. ଡେ. ହତ୍ୟାକାଣ୍ଡ ମାମଲାରେ ଛୋଟା ରାଜନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର