ବୈଜ୍ଞାନିକ ମହଲ ଚକିତ: ଧିମାହେଲା ପୃଥିବୀର ଘୂର୍ଣ୍ଣନ ଗତି, ଆସିପାରେ ବଡ ଭୂ-କମ୍ପ

The Sakala Picture
Published On

ୱାଶିଂଟନ୍: ପୃଥିବୀର ର ଗତି ସାରା ବିଶ୍ବର ବୈଜ୍ଞାନିକଙ୍କୁ ଚକିତ କରିଦେଇଛି। ଆଶ୍ଚର୍ଯ୍ଯଜନକ ଭାବେ ନିକ କକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ସମୟ ଧିମା ହୋଇଯାଇଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି। ଏହା ଦ୍ବାରା କୌଣସି ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ୨୦୨୦ରେ ପୃଥିବୀର ଘୂର୍ଣ୍ଣନ ସମୟ ସ୍ଵାଭାବିକରୁ ଅଧିକ ବୃଦ୍ଧି ପାଇଥିଲା ବୋଲି ବୈଜ୍ଞାନିକ ଜାଣିବାକୁ ପାଇଥିଲେ। ଏହା ୬ ମାସ ପର୍ଯ୍ଯନ୍ତ ଜାରି ରହିଥିଲା। କିନ୍ତୁ ଏବେ ପୁଣି […]

ୱାଶିଂଟନ୍: ପୃଥିବୀର ର ଗତି ସାରା ବିଶ୍ବର ବୈଜ୍ଞାନିକଙ୍କୁ ଚକିତ କରିଦେଇଛି। ଆଶ୍ଚର୍ଯ୍ଯଜନକ ଭାବେ ନିକ କକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ସମୟ ଧିମା ହୋଇଯାଇଛି। ଏହା ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି। ଏହା ଦ୍ବାରା କୌଣସି ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ୨୦୨୦ରେ ପୃଥିବୀର ଘୂର୍ଣ୍ଣନ ସମୟ ସ୍ଵାଭାବିକରୁ ଅଧିକ ବୃଦ୍ଧି ପାଇଥିଲା ବୋଲି ବୈଜ୍ଞାନିକ ଜାଣିବାକୁ ପାଇଥିଲେ। ଏହା ୬ ମାସ ପର୍ଯ୍ଯନ୍ତ ଜାରି ରହିଥିଲା। କିନ୍ତୁ ଏବେ ପୁଣି ଏଥରେ ପରିବର୍ତ୍ତନ ହୋଇଛି। ପୃଥିବୀ ସ୍ବାଭାବିକ ଠାରୁ କମ୍ ଗତିରେ ନିଜ କକ୍ଷ ଚାରିପଟେ ଘୂରି ବୁଲୁଛି । ଏହାର ପ୍ରଭାବରେ ବଡ଼ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ୟ୍ୟୟ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ ,ନିଜ କକ୍ଷକୁ ଥରେ ପରିକ୍ରମଣ କରିବା ପାଇଁ ପୃଥିବୀକୁ ୨୪ ଘଣ୍ଟା ଅର୍ଥାତ୍ ୮୬୪୦୦ ସେକେଣ୍ଡ ସମୟ ଲାଗିଥାଏ। ତେବେ ପ୍ରତି ଥର ପରିକ୍ରମଣରେ ଲାଗୁଥିବା ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିଥାଏ। ସମୟ ସହିତ ଏହା କିଛି ସେକେଣ୍ଡରେ ବଦଳି ଯାଇଥାଏ। ବୈଜ୍ଞାନିକ ପରମାଣୁ ଘଣ୍ଟା ସାହାଯ୍ୟରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହା ବିଶ୍ବସ୍ତରରେ ସମୟ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ । ପରମାଣୁ ଘଣ୍ଟା ସଠିକ୍ ସମୟ ନିର୍ଦ୍ଧାରଣ କରିଥାଏ । ଏହା ଦେଖାଯାଉଥିବା ପରିବର୍ତ୍ତନର ମଧ୍ୟ ସୂଚନା ଦେଇଥାଏ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବୈଜ୍ଞାନିକ ପରିକ୍ରମଣ ସମୟରେ ରହୁଥିବା ପାର୍ଥକ୍ୟକୁ ସମାନ କରିବା ନିମନ୍ତେ କିଛି ଲିପ୍ ସେକେଣ୍ଡ(ଅଧି ସେକେଣ୍ଡ) ଯୋଡି ଥାଆନ୍ତି କିମ୍ବା ହ୍ରାସ କରିଥାନ୍ତି। ଏହା ପୂର୍ବରୁ କେବେ ବି ନେଗେଟିଭ ଅଧି ସେକେଣ୍ଡକୁ ସମୟ ସହିତ ଯୋଡ଼ା ଯାଇ ନଥିଲା। ମାତ୍ର ୧୯୭୦ ଠାରୁ ବର୍ତ୍ତମାନ ପର୍ଯ୍ଯନ୍ତ ୨୭ ଥର ସେକେଣ୍ଡ ବୃଦ୍ଧି କରାଯାଇଛି। ତେବେ ଗତ ବର୍ଷଠାରୁ ଏଥିରେ କମ୍ ସମୟ ଲାଗୁଛି । ୧୯୬୦ ପରଠାରୁ ପରମାଣୁ ଘଡ଼ି ଦିନର ସଠିକ ସମୟ ରେକର୍ଡ କରିଆସୁଛି। ପ୍ରତ୍ୟେକ ୧୮ ମାସରେ  ଏକ ଅଧି ସେକେଣ୍ଡ ଯୋଡ଼ାଯାଇଛି। ଏହା ଅନୁଯାୟୀ ପୃଥିବୀ ୫୦ ବର୍ଷରେ ନିଜ କକ୍ଷପଥରେ ପରିକ୍ରମଣ କରିବାକୁ ୨୪ ଘଣ୍ଟାରୁ କମ୍ ୮୬୪୦୦ ସେକେଣ୍ଡ ସମୟ ନେଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମାତ୍ର ୨୦୨୦ରେ ଏଥିରେ ପରିବର୍ତ୍ତନ ହୋଇଥିଲା। ଗୋଟିଏ ଦିନ ପରିକ୍ରମଣ କରିବାକୁ ପୃଥିବୀକୁ ୮୬,୪୦୦ ସେକେଣ୍ଡରୁ କମ୍ ସମୟ ଲାଗିଥିଲା। ୨୦୨୦ ଜୁଲାଇରେ ଦିନ ୨୪ ଘଣ୍ଟାରୁ ୧.୪୬୦୨ ମିଲିସେକେଣ୍ଡ କମ୍ ଥିଲା। ଏହା ଏ ପର୍ଯ୍ଯନ୍ତ ସବୁଠାରୁ ଛୋଟ ଦିନ । ଏହି ବର୍ଷର ପ୍ରତ୍ୟେକ ଦିନ ୦.୫ ସେକେଣ୍ଡ ପୂର୍ବରୁ ଶେଷ ହୋଇଥିଲା । ଉପଗ୍ରହ ଏବଂ ଯୋଗାଯୋଗ ଉପକରଣ ସୂର୍ଯ୍ଯଘଡି ଅନୁଯାୟୀ କାମ କରୁଛି । ଏହା ଚନ୍ଦ୍ର, ସୂର୍ଯ୍ଯ ଏବଂ ତାରାଙ୍କ ସ୍ଥିତି ଉପରେ ନିର୍ଭର କରିଥାଏ। ଏଥିଯୋଗୁଁ ଏହାର ପ୍ରଭାବ ଅନେକ କ୍ଷେତ୍ର ଉପରେ ପଡିପାରେ।

ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ପୃଥିବୀର ପରିକ୍ରମଣ ସମୟ କମ୍ ହେବା ଦ୍ବାରା ବଡ଼ ଭୂକମ୍ପ ଆସିବାର ଆଶଙ୍କା ରହିଛି। ନାସାର ଜେଟ୍ ପ୍ରପୋଲେସନ ଲାବୋରାଟୋରିର ବିଶେଷଜ୍ଞ ମାଥ୍ଯୁ ଫୁନ୍‌କେଙ୍କ ଅନୁଯାୟୀ ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀରେ ଜୁଆର ସୃଷ୍ଟି କରିଥାଏ। ଏହି ଜୁଆର ପୃଥିବୀର ଘୂର୍ଣ୍ଣନ ଗତି ସହ ମଧ୍ୟ ଘୂରିବାକୁ ପ୍ରୟାସ କରିଥାଏ। ଏହା ଦ୍ବାରା ପୃଥିବୀର ପରିକ୍ରମଣ ସମୟ ସୀମା ଧିମା ହୋଇଯାଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀର ପରିକ୍ରମଣ ସମୟ କିମ୍ବା ନିଜ କକ୍ଷରେ ଘୂରିବାର ସମୟ ଧିମା ହେଲେ ଭୂକମ୍ପ ଘଟଣା ବୃଦ୍ଧି ପାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର