ନିଟ୍‌ -ପିଜି କାଉନସିଲିଂକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ନିିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ନିଟ୍ -ପିଜି କାଉନସିଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଡବ୍ଲୁସି ଶ୍ରେଣୀର ଆୟ ଧାର୍ଯ୍ଯକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ପୂର୍ବରୁ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ସମର୍ଥନ ଲୋଡିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ହେବ । ଓବିସି ଓ […]

ନୂଆଦିଲ୍ଲୀ: ନିଟ୍ -ପିଜି କାଉନସିଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଡବ୍ଲୁସି ଶ୍ରେଣୀର ଆୟ ଧାର୍ଯ୍ଯକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ପୂର୍ବରୁ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ସମର୍ଥନ ଲୋଡିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ହେବ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ଓବିସି ଓ ଇଡବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସର୍ବଭାରତୀୟ କୋଟାରେ ଏହି ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପିଜି ଆଡମିସନ୍ କରିବା ପାଇଁ ଇଡବ୍ଲୁସିକୁ ସଂରକ୍ଷଣ ମିଳିବ କି ନାହିଁ କୋର୍ଟ ବିଚାର କରୁଛନ୍ତି। କେନ୍ଦ୍ର ସରକାର ଇଡବ୍ଲୁସିର ଆୟ ସୀମା ୮ ଲକ୍ଷ ଟଙ୍କା ରଖିଥିବା ବେଳେ ଏହା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । କେଉଁ ଆଧାରରେ ଆୟସୀମା ଆଠ ଲକ୍ଷ ଟଙ୍କା ଧାର୍ଯ୍ଯ କରାଗଲା ? ଏହାର ବୈଧତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଆଗକୁ ଏହି ଆୟସୀମା କମାଇବାକୁ ଲକ୍ଷ୍ୟ ରଖିଛନ୍ତି କି ସରକାର ? ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ନିଟ୍ ମାଧ୍ୟମରେ ହେବାକୁ ଥିବା ମେଡିକାଲ ଆଡମିଶନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲୁସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏଥିରେ ସାମ୍ବିଧାନିକ ମୁଲ୍ୟବୋଧକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏପଟେ କାଉନସିଲିଂ ବିଳମ୍ବ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି ଓକିଲ ।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

25 Oct 2021 By The Sakala

ନିଟ୍‌ -ପିଜି କାଉନସିଲିଂକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ନିିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ -ପିଜି କାଉନସିଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ । ଇଡବ୍ଲୁସି ଶ୍ରେଣୀର ଆୟ ଧାର୍ଯ୍ଯକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ପୂର୍ବରୁ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ସମର୍ଥନ ଲୋଡିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୮ ତାରିଖରେ ହେବ ।

ଓବିସି ଓ ଇଡବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ସର୍ବୋଚ୍ଚ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସର୍ବଭାରତୀୟ କୋଟାରେ ଏହି ସଂରକ୍ଷଣ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ପିଜି ଆଡମିସନ୍ କରିବା ପାଇଁ ଇଡବ୍ଲୁସିକୁ ସଂରକ୍ଷଣ ମିଳିବ କି ନାହିଁ କୋର୍ଟ ବିଚାର କରୁଛନ୍ତି। କେନ୍ଦ୍ର ସରକାର ଇଡବ୍ଲୁସିର ଆୟ ସୀମା ୮ ଲକ୍ଷ ଟଙ୍କା ରଖିଥିବା ବେଳେ ଏହା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି । କେଉଁ ଆଧାରରେ ଆୟସୀମା ଆଠ ଲକ୍ଷ ଟଙ୍କା ଧାର୍ଯ୍ଯ କରାଗଲା ? ଏହାର ବୈଧତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଆଗକୁ ଏହି ଆୟସୀମା କମାଇବାକୁ ଲକ୍ଷ୍ୟ ରଖିଛନ୍ତି କି ସରକାର ? ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ନିଟ୍ ମାଧ୍ୟମରେ ହେବାକୁ ଥିବା ମେଡିକାଲ ଆଡମିଶନରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲୁସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ସରକାରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏଥିରେ ସାମ୍ବିଧାନିକ ମୁଲ୍ୟବୋଧକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ନା ନାହିଁ ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ । ଏପଟେ କାଉନସିଲିଂ ବିଳମ୍ବ ହେଲେ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷ ରଖିଛନ୍ତି ଓକିଲ ।

https://www.thesakala.in/national-international/neet-pg-counselling-2021-supreme-court-tells-centre-to-put-neet-pg-counselling-on-hold-until-decision-on-obc-ews-quota/article-6353
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର