ମନି ଲଣ୍ଡରିଂ ମାମଲା: ନୋରାଙ୍କୁ ଇଡିର ଜେରା

The Sakala Picture
Published On

ନୂଆଦିଲ୍ଲୀ: ଟଙ୍କା ହେରଫେର ମାମଲାରେ ଇଡି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ପରେ ଏବେ ଏହି ମାମଲାରେ  ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ଯାଳୟକୁ ଡକାଯାଇଛି।  ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏହି ଅନୁସନ୍ଧାନ ଚାଲିଛି। ମିଳୁଥିବା ସୂଚନା ଅନୁସାରେ, ନୋରା ଆଜି ଇଡି ଅଫିସରେ ପହଞ୍ଚିଛନ୍ତି। ନୋରାଙ୍କୁ ଏହି ମାମଲାରେ ପଚରା ଉଚରା ପାଇଁ ଇଡି ନୋଟିସ ଜାରି କରିଥିଲା। ନୋରାଙ୍କୁ ଇଡି ମନି […]

ନୂଆଦିଲ୍ଲୀ: ଟଙ୍କା ହେରଫେର ମାମଲାରେ ଇଡି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ପରେ ଏବେ ଏହି ମାମଲାରେ  ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ଯାଳୟକୁ ଡକାଯାଇଛି।  ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏହି ଅନୁସନ୍ଧାନ ଚାଲିଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ମିଳୁଥିବା ସୂଚନା ଅନୁସାରେ, ନୋରା ଆଜି ଇଡି ଅଫିସରେ ପହଞ୍ଚିଛନ୍ତି। ନୋରାଙ୍କୁ ଏହି ମାମଲାରେ ପଚରା ଉଚରା ପାଇଁ ଇଡି ନୋଟିସ ଜାରି କରିଥିଲା। ନୋରାଙ୍କୁ ଇଡି ମନି ଲଣ୍ଡ୍ରିଂ ନେଇ ପଚରା ଉଚୁରା କରିବ। କୁହାଯାଉଛି ଯେ, ସୁକେଶ ଚନ୍ଦ୍ରଶେଖର ହାୱାଲା ମାମଲାରେ ଜ୍ୟାକଲିନଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା। ଏନେଇ ଆଗରୁ ଜ୍ୟାକଲିନଙ୍କୁ ଇଡି ଜେରା କରି ସାରିଛି। ନୋରାଙ୍କୁ ପଚରା ଉଚରା ଚାଲିଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ଦିନ ଜ୍ୟାକଲିନଙ୍କୁ ପୁଣିଥରେ ଜେରା କରିବା ଇଡି। ଏମଟିଏନଏଲ ସ୍ଥିତ ଇଡି ଅଫିସରେ ଶୁକ୍ରବାର ହାଜର ହେବାକୁ ଜ୍ୟାକଲିନଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଏହି ମାମଲା ଆରମ୍ଭ ୨ଶହ କୋଟି ଟଙ୍କାର ଦାଦାବଟି ଆଦୟ ତଦନ୍ତରୁ ହୋଇଥିଲା। ଜେଲରେ ଥିବା ସୁକେଶ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨ ଶହ କୋଟି ଟଙ୍କା ଆଦାୟ କରିଥିଲା। ପରେ ଏହି ମାମଲାରେ ସୁକେଶର ପତ୍ନୀଙ୍କ ହାତ ଥିବା ଜଣା ପଡିଥିଲା।ସୁକେଶର ପତ୍ନୀ ଲିନା ପାଲ ସହଯୋଗରେ ଫୋର୍ଟିସର ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଆଦିତି ସିଂହଙ୍କୁ ୨ ଶହ କୋଟି ଟଙ୍କା ଠକିଥିଲା । ପରେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କ ନାମ ଆସିଥିଲା। ଜ୍ୟାକଲିନଙ୍କୁ ମଧ୍ୟ ସୁକେଶ ଫସାଇଥିବା ଜଣା ପଡିଥିଲା। ସୁକେଶ ଜେଲ ଭିତରୁ ଛଦ୍ମ ନାମରେ ଜ୍ୟାକଲିନଙ୍କୁ ଫୋନ୍ କରୁଥିବା ଜଣା ପଡିଥିଲା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର