ପାକିସ୍ତାନକୁ ୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପଠାଇବ ଭାରତ

The Sakala Picture
Published On

ନୂଆଦିଲ୍ଲୀ : କରୋନା କାଳରେ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ। କରୋନା ସଙ୍କଟ ସମୟରେ ଭାରତ ପାକିସ୍ତାନକୁ ୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପଠାଇବ ବୋଲି ଜଣାପଡିଛି। ଭାରତ ପାକିସ୍ତନାକୁ ଦେଉଥିବା ଟିକା ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (ଜିଏଭିଆଇ) ଆଧାରରେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ ଟିକା ଯୋଗାଇଦେବ। ପ୍ରଥମ ପର୍ଯ୍ୟାୟରେ ୧.୬ କୋଟି ଟିକା ପହଞ୍ଚା ଯିବାର ଯୋଜନା ରହିଛି। […]

ନୂଆଦିଲ୍ଲୀ : କରୋନା କାଳରେ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ। କରୋନା ସଙ୍କଟ ସମୟରେ ଭାରତ ପାକିସ୍ତାନକୁ ୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପଠାଇବ ବୋଲି ଜଣାପଡିଛି। ଭାରତ ପାକିସ୍ତନାକୁ ଦେଉଥିବା ଟିକା ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (ଜିଏଭିଆଇ) ଆଧାରରେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ ଟିକା ଯୋଗାଇଦେବ। ପ୍ରଥମ ପର୍ଯ୍ୟାୟରେ ୧.୬ କୋଟି ଟିକା ପହଞ୍ଚା ଯିବାର ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଭାରତ ଏଯାବତ ତିନିଟି ଶ୍ରେଣୀରେ ୬୫ଟି ଦେଶକୁ ଟିକା ପଠାଇବାରେ ସାହାଯ୍ୟ କରିଛି। ପାକିସ୍ତାନକୁ ଛାଡ଼ି ଦେଲେ ଭାରତର ସମସ୍ତ ପଡୋଶୀ ଦେଶକୁ କରୋନା ଟିକା ମିଳି ସାରିଛି। ଆଫଗାନିସ୍ଥାନ, ମାଲଦୀପ, ନେପାଳ ଓ ପଶ୍ଚିମବଙ୍ଗ ‘ମେଡ ଇନ ଇଣ୍ଡିଆ’ ଟିକାର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନାଯୋଗ୍ୟ  ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ ହେଉଛି ଏକ ଟିକା ସମ୍ବନ୍ଧୀୟ ମିଳିତ ମଞ୍ଚ ଯାହା ସାରା ବିଶ୍ବର ପ୍ରାୟ ଅଧା ପିଲାମାନଙ୍କୁ ଦୁର୍ବଳ ତଥା ବିପଜ୍ଜନକ ସଂକ୍ରାମକ ରୋଗରୁ ରକ୍ଷା କରିବା ପାଇଁ ଟୀକାକରଣ କରିଛି।ମହାମାରୀ ସମୟରେ ଏହି ଗଠବନ୍ଧନ ପାକିସ୍ତାନକୁ ସହଯୋଗ କରିଛି । ଗତ ସେପ୍ଟେମ୍ବର ମାସରେ (ଜିଏଭିଆଇ) ପାକିସ୍ତାନକୁ ଟିକା ଯୋଗାଇବା ପାଇଁ ପାକିସ୍ତାନ ସହିତ ଚୁକ୍ତି କରିଥିଲା।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ପାକିସ୍ତାନ ସଚିବ ଖ୍ବାଜା କହିଛନ୍ତି ଯେ, ଏହି ବର୍ଷ ଜୁନ୍ ସୁଦ୍ଧା ଟିକା ମିଳିଯିବ । ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ସଚିବ କହିଥିଲେ ଯେ, ପାକିସ୍ତାନକୁ ମିଳିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟିକା । ଏହା ଏକ ଭାରତୀୟ ନିର୍ମିତ ଟିକା ଯାହା ପାକିସ୍ତାନୀ ନାଗରିକମାନଙ୍କୁ (ଜିଏଭିଆଇ) ଗଠବନ୍ଧନ ଆଧାରରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର