କଲକାତା ରେଳ ଭବନେର ଅଗ୍ନିକାଣ୍ଡ ଘଟଣା, ୯ମୃତ

The Sakala Picture
Published On

କଲକାତା : କଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଳ କର୍ମଚାରୀ, ଜଣେ ଆରପିଏଫ ଯବାନ, ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ଲୋକ ଅଛନ୍ତି। ୧୩ ମହଲା କୋଠାର ଓପର ମହଲାରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର ୧୭ଟି ଇଞ୍ଜିନ ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ହୋଇ ବିଳମ୍ବିତ ରାତିରେ ନିଆଁକୁ […]

କଲକାତା : କଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଳ କର୍ମଚାରୀ, ଜଣେ ଆରପିଏଫ ଯବାନ, ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ଲୋକ ଅଛନ୍ତି। ୧୩ ମହଲା କୋଠାର ଓପର ମହଲାରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର ୧୭ଟି ଇଞ୍ଜିନ ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ହୋଇ ବିଳମ୍ବିତ ରାତିରେ ନିଆଁକୁ ଆୟତ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

କୋଇଲାଘାଟ ବିଲ୍ଡିଂ ଭାବେ ପରିଚିତ ଏହି କୋଠା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଇଷ୍ଟର୍ଣ୍ଣ ରେଳବାଇର ଅଫିସ ଚାଲିଥିଲା। ଆଜି ସଂନ୍ଧ୍ୟାରେ ଏହି ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ପ୍ରାୟ ୧୦ଟା ୩୦ ମିନିଟରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ମୃତକଙ୍କ ନିକଟ ସଂପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଘେଷଣା କରିଛନ୍ତି। ପରେ ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୃତ ଦେହ ଚିହ୍ନଟ କରାଯାଉଥିବା କହିଥିଲେ। ଘଟରାର ତଦନ୍ତ କରାଯାଉଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଅନ୍ୟପକ୍ଷରେ ରେଳମନ୍ତ୍ରୀ ପୀୟୁଷ ଗୋୟେଲ ଏହି ଘଟଣାରେ ସମବେଦନା ଜଣାଇ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୪ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ରେଳ ଅଧିକାରୀ, ଜଣେ ଏଏସଆଇ ଏବଂ ଜଣେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି।  ରେଲୱେ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ସେ ଚାରିଜଣ ରେଳ ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ବୋଲି ପୀୟୁଷ ଗୋୟଲ ଟ୍ୱିଟ୍ କରି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏଠାରେ ପୂର୍ବ ରେଳବାଇ ମଧ୍ୟ ସୂଚନା ଦେଇଛି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ। ରେଳବାଇକୁ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର