ରେଳାବାଇରେ ଘରୋଇକରଣର ପ୍ରଭାବ: ପ୍ଲାଟଫର୍ମ ଟିକଟ ମୂଲ୍ୟ ଥିଲା ୧୦, ହେଲା ୫୦

The Sakala Picture
Published On

ନୂଆଦିଲ୍ଲୀ: ସରକାରୀ ସଂସ୍କାର ଘରୋଇକରଣର ପ୍ରଭାବ ଲୋକଙ୍କ ଉପରେ ଅନୁଭୂତ ହେବାରେ ଲାଗିଛି। କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିବା ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍‌ଏମ୍‌ପି) ପ୍ଲାନ୍ ଅନୁଯାୟୀ ଦେଶରେ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସମ୍ପରି ବିକ୍ରି କରାଯିବ । ଏହି ସମ୍ପରି ବିକ୍ରି ତାଲିକାରେ ଦେଶର ପ୍ରମୁଖ ବନ୍ଦର, ବିମାନ ବନ୍ଦର, ଟ୍ରେନ, ରେଳ ଷ୍ଟେସନ୍, ଖଣି ଏବଂ ଷ୍ଟାଡିୟମ୍ ଆଦି ରହିଛି । କିନ୍ତୁ ଏହି ପ୍ଲାନ୍ ଲାଗୁ କରାଯିବା ପରେ […]

ନୂଆଦିଲ୍ଲୀ: ସରକାରୀ ସଂସ୍କାର ଘରୋଇକରଣର ପ୍ରଭାବ ଲୋକଙ୍କ ଉପରେ ଅନୁଭୂତ ହେବାରେ ଲାଗିଛି। କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିବା ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍‌ଏମ୍‌ପି) ପ୍ଲାନ୍ ଅନୁଯାୟୀ ଦେଶରେ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସମ୍ପରି ବିକ୍ରି କରାଯିବ । ଏହି ସମ୍ପରି ବିକ୍ରି ତାଲିକାରେ ଦେଶର ପ୍ରମୁଖ ବନ୍ଦର, ବିମାନ ବନ୍ଦର, ଟ୍ରେନ, ରେଳ ଷ୍ଟେସନ୍, ଖଣି ଏବଂ ଷ୍ଟାଡିୟମ୍ ଆଦି ରହିଛି । କିନ୍ତୁ ଏହି ପ୍ଲାନ୍ ଲାଗୁ କରାଯିବା ପରେ ଏହାର ଫଳ ଯାତ୍ରୀଙ୍କୁ ଭୋଗିବାକୁ ପଡୁଛି। ରେଳ ଷ୍ଟେସନଗୁଡିକର ପ୍ଲାଟଫର୍ମ ଟିକଟ ଦର ଆକାଶଛୁଆଁ ହୋଇଯାଇଛି। ଯେଉଁ ପ୍ଲାଟଫର୍ମ ଟିକଟ ମୂଲ୍ୟ ପୂର୍ବରୁ ୧୦ ଟଙ୍କା ରହିଥିଲା ଘରୋଇକରଣ ପରେ ତାହା ଏବେ ୫୦ ଟଙ୍କା ହୋଇଯାଇଛି । ଏହା ଘରୋଇ ସଂସ୍ଥାର ଏକଚାଟିଆ କାର୍ଯ୍ୟକୁ ପ୍ରତିପାଦିତ କରୁଛି ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଘରୋଇକରଣ ପରେ ଭୋପାଳର ହବିବଗଞ୍ଜ ଷ୍ଟେସନ ପ୍ରଥମ କରି ନିର୍ମାଣ କରାଯାଇଛି। ବ୍ୟକ୍ତିଗତ ହାତକୁ ଯିବା ପୂର୍ବରୁ ଏହାର ପ୍ଲାଟଫର୍ମ ଟିକେଟ୍ ଦର ୧୦ ଟଙ୍କା ରହିଥିଲା, ବର୍ତ୍ତମାନ ଏହାକୁ ୫୦ ଟଙ୍କା କରାଯାଇଛି । ହବିବଗଞ୍ଜ ଷ୍ଟେସନକୁ ପ୍ରତିଦିନ ହାରାହାରି ୪୦,୦୦୦ ଲୋକ ଆସନ୍ତି । ଏକ ଆକଳନ ଅନୁଯାୟୀ, ଏଠାକୁ ଆସୁଥିବା ୫୦%ରୁ ଅଧିକ ଯାତ୍ରୀ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସାଙ୍ଗ ମାନଙ୍କ ସହିତ ଆସନ୍ତି ହେଲେ ପ୍ଲାଟଫର୍ମ ଭିତରକୁ ଯାଆନ୍ତିନାହିଁ। ସେମାନେ ବାହାରୁ ଫେରିଯାଆନ୍ତି। କାରଣ ଏହି ରେଳ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ହେଉଛି । ୫୦ ଟଙ୍କା । ବର୍ତ୍ତମାନ କେନ୍ଦ୍ର ସରକାର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବେସରକାରୀ କମ୍ପାନୀମାନଙ୍କୁ ୪୦୦ ଷ୍ଟେସନର ଦାୟିତ୍ୱ ଦେବାକୁ ଯାଇଛନ୍ତି। କାଲକା-ସିମଳା, ପର୍ଯ୍ୟଟନ ସ୍ଥାନ ସହିତ ଦାର୍ଜିଲିଂ ରେଳପଥର ଚଳାଚଳ ଦାୟିତ୍ୱ ଘରୋଇ ଅନୁଷ୍ଠାନକୁ ଦିଆଯିବ । ୧୪୦୦ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକ୍ ମଧ୍ୟ ଲିଜରେ ଦିଆଯିବ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସେହିଭଳି ସରକାର ଘରୋଇ କମ୍ପାନୀ ହାତକୁ ତେଜସ୍ ଟ୍ରେନ ଦେଇଛନ୍ତି । ଡାଇନାମିକ୍ ଭଡା ବ୍ୟବସ୍ଥା ମାଧ୍ୟମରେ ଏହାର ଟିକେଟ୍‌ ଉପଲବ୍ଧ । ଏହାର ଅର୍ଥ ହେଉଛି ଚାହିଦା ଯେତେ ଅଧିକ, ଟିକେଟ୍ ସେତେ ମହଙ୍ଗା ହେବ । ୨୩ ସେପ୍ଟେମ୍ବର ୨୦୧୯ରେ ଅନେକ ଲୋକ ଦିଲ୍ଲୀରୁ ଲକ୍ଷ୍ନୌକୁ ୪୩୦୦ ଟଙ୍କାରେ ଟିକଟ କିଣିଥିଲେ | ସାଧାରଣ ଦିନରେ ଏହାର ଭଡ଼ା ୧୭୦୦ ଟଙ୍କା । ବର୍ତମାନ ସରକାର ୯୦ଟି ଯାତ୍ରାବାହୀ ଟ୍ରେନ୍‌ ବ୍ୟକ୍ତିଗତ ହାତରେ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅର୍ଥାତ୍ ଯଦି ଟ୍ରେନ୍ ଘରୋଇ କମ୍ପାନୀ ହାତରେ ଥାଏ, ତେବେ ଟିକେଟ ଦୁଇଗୁଣରୁ ଅଧିକ ହେବ | କାରଣ ରେଳ ସମ୍ପତ୍ତିକୁ ଭଡାରେ ଦେଇ ସରକାର ୧.୫ ଲକ୍ଷ କୋଟି ଟଙ୍କା ପାଇବେ। ଏଠାରେ ସୂଚନାଯୋଗ୍ୟ ଯେ ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍ଏମ୍) ପ୍ଲାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ପାରାଦୀପ ବନ୍ଦର ରହିଥିବାବେଳେ ଭୁବନେଶ୍ୱରର କଳିଙ୍ଗ ଅଶୋକା ହୋଟେଲ ଏବଂ ପୁରୀର ହୋଟେଲ ନୀଳାଚଳ ଅଶୋକ ରହିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର