ବାଘ- ମଣିଷ ଲଢେଇ, ପରିବାରକୁ ବଞ୍ଚାଇବା ପାଇଁ ବାଡେଇ ବାଡେଇ ମାରିଲେ ବାଘକୁ

The Sakala Picture
Published On

ବେଙ୍ଗାଲୁର: ବାଘ ଓ ମଣିଷ ମଧ୍ଯରେ ଚାଲିଥିବା ଲଢେଇର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ଯକ୍ତି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ରକ୍ତାତ ହୋଇ ବଘ ସହ ଲଢୁଛନ୍ତି। How far will you go to protect your family? Rajagopal from Karnataka’s Hassan district fought off a cheetah &killed it with bare hands when it […]

ବେଙ୍ଗାଲୁର: ବାଘ ଓ ମଣିଷ ମଧ୍ଯରେ ଚାଲିଥିବା ଲଢେଇର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ଯକ୍ତି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ରକ୍ତାତ ହୋଇ ବଘ ସହ ଲଢୁଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ବାଘ ଆତଙ୍କ: କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ୪ ମହିଳାଙ୍କୁ ମାରିଦେଲା ମହାବଳ

ସୂଚନା ଅନୁଯାୟୀ, ବଘ ସହ ଲଢୁଥିବା ବ୍ଯକ୍ତ ଜଣଙ୍କ ନାଁ ରାଜଗୋପାଳ ନାଏକ। ସେ କର୍ଣ୍ଣାଟକର ଆରାସିକେରେ ତାଲୁକର ବନ୍ଦେକେରେ ବାସିନ୍ଦା। ରାଜଗୋପାଳ  ୧୮୦ କିମି ଦୂର ବାଙ୍ଗାଲୋରରୁ ବାଇକ୍‌ ଯୋଗେ ତାଙ୍କ ପତ୍ନୀ ଓ ଝିଅଙ୍କ ସହିତ ନିଜ ଘରକୁ ଫେରୁଥିଲେ। ରାସ୍ତାରେ ଯାଉଥିବା ସମୟରେ ଏକ ନିଛାଟିଆ ରାସ୍ତାରେ ଏକ ବସ୍‌ ଠିଆ ହୋଇଥିଲା। ରାଜଗୋପାଳ ଯେତେବେଳେ ବସଟିକୁ ଅତିକ୍ରମ କରିଥିଲେ ସେତିକିବେଳେ ବସ୍‌ ପଛରେ ଲୁଚି ରହିଥିବା ଚିତାବାଘଟି ଆକ୍ରମଣ କରିଥିଲା।ଚିତାବାଘ ପ୍ରଥମେ ରାଜଗୋପାଳଙ୍କ ଝିଅଙ୍କୁ ଆକ୍ରମଣ କରିଥିଲା। ଏହାପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବାଘ। ଠିକ୍‌ ଏହି ସମୟରେ ରାଜଗୋପଳ ସାହସ ଜୁଟାଇ ବାଘର ବେକକୁ ଯାବୁଡ଼ି ଧରିଥିଲେ। ତାପରେ ରାଜଗୋପାଳ ବାଘର ମୁଣ୍ଡକୁ ଆଘାତ କରିଥିଲେ। ଏହି ସମୟରେ ବାଘଟି ବାରମ୍ଭାର ଖସି ଯିବାକୁ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା। ପରିଶେଷରେ ବାଘଟି ମୃତ୍ୟୁବରଣ କରିଥିଲା। ବାଘଟିର ମୃତ୍ୟୁ ପରେ ରାଜଗୋପାଳ ସେହି ସ୍ଥାନରେ ବସିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

07 Mar 2021 By The Sakala

ବାଘ- ମଣିଷ ଲଢେଇ, ପରିବାରକୁ ବଞ୍ଚାଇବା ପାଇଁ ବାଡେଇ ବାଡେଇ ମାରିଲେ ବାଘକୁ

ବେଙ୍ଗାଲୁର: ବାଘ ଓ ମଣିଷ ମଧ୍ଯରେ ଚାଲିଥିବା ଲଢେଇର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ଯକ୍ତି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ରକ୍ତାତ ହୋଇ ବଘ ସହ ଲଢୁଛନ୍ତି।

ସୂଚନା ଅନୁଯାୟୀ, ବଘ ସହ ଲଢୁଥିବା ବ୍ଯକ୍ତ ଜଣଙ୍କ ନାଁ ରାଜଗୋପାଳ ନାଏକ। ସେ କର୍ଣ୍ଣାଟକର ଆରାସିକେରେ ତାଲୁକର ବନ୍ଦେକେରେ ବାସିନ୍ଦା। ରାଜଗୋପାଳ  ୧୮୦ କିମି ଦୂର ବାଙ୍ଗାଲୋରରୁ ବାଇକ୍‌ ଯୋଗେ ତାଙ୍କ ପତ୍ନୀ ଓ ଝିଅଙ୍କ ସହିତ ନିଜ ଘରକୁ ଫେରୁଥିଲେ। ରାସ୍ତାରେ ଯାଉଥିବା ସମୟରେ ଏକ ନିଛାଟିଆ ରାସ୍ତାରେ ଏକ ବସ୍‌ ଠିଆ ହୋଇଥିଲା। ରାଜଗୋପାଳ ଯେତେବେଳେ ବସଟିକୁ ଅତିକ୍ରମ କରିଥିଲେ ସେତିକିବେଳେ ବସ୍‌ ପଛରେ ଲୁଚି ରହିଥିବା ଚିତାବାଘଟି ଆକ୍ରମଣ କରିଥିଲା।ଚିତାବାଘ ପ୍ରଥମେ ରାଜଗୋପାଳଙ୍କ ଝିଅଙ୍କୁ ଆକ୍ରମଣ କରିଥିଲା। ଏହାପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବାଘ। ଠିକ୍‌ ଏହି ସମୟରେ ରାଜଗୋପଳ ସାହସ ଜୁଟାଇ ବାଘର ବେକକୁ ଯାବୁଡ଼ି ଧରିଥିଲେ। ତାପରେ ରାଜଗୋପାଳ ବାଘର ମୁଣ୍ଡକୁ ଆଘାତ କରିଥିଲେ। ଏହି ସମୟରେ ବାଘଟି ବାରମ୍ଭାର ଖସି ଯିବାକୁ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା। ପରିଶେଷରେ ବାଘଟି ମୃତ୍ୟୁବରଣ କରିଥିଲା। ବାଘଟିର ମୃତ୍ୟୁ ପରେ ରାଜଗୋପାଳ ସେହି ସ୍ଥାନରେ ବସିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର