ନେପାଳ ବନ୍ୟାର ବିଭୀଷିକା: ଭାରତ ସୀମାରେ ଭାସି ଆସିଲା ୧୦ ମୃତଦେହ, ୟୁପିରେ ହାଇ ଆଲର୍ଟ

Suryakanta Picture
Published On

ନେପାଳରେ ଆସିଥିବା ଭୟଙ୍କର ବନ୍ୟାର ପ୍ରଭାବ ଏବେ ସୀମା ପାର ହୋଇ ଭାରତରେ ଦେଖିବାକୁ ମିଳିଛି। ନେପାଳରୁ ବନ୍ୟା ଜଳରେ ଭାସି ଆସିଥିବା ୧୦ରୁ ଅଧିକ ମୃତଦେହ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଏବଂ କୁଶୀନଗର ଜିଲ୍ଲାରୁ ଉଦ୍ଧାର କରାଯାଇଛି। ନେପାଳର ପାର୍ବତ୍ୟାଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ନାରାୟଣୀ ନଦୀରେ ଆସିଥିବା ବନ୍ୟା ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଆହୁରି ପଢ଼ନ୍ତୁ: ଟିଏମସିପି ସମାବେଶରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ: ମମତା ବାନାର୍ଜୀଙ୍କ ନାଁରେ ଏଫଆଇଆର

ମହାରାଜଗଞ୍ଜ ଓ କୁଶୀନଗରରେ ମୃତଦେହ ଉଦ୍ଧାର

ଗତ କିଛି ଦିନ ହେବ ଉତ୍ତରପ୍ରଦେଶର ସୀମାବର୍ତ୍ତୀ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଗଣ୍ଡକ ନଦୀ (ଯାହାକୁ ନେପାଳରେ ନାରାୟଣୀ ନଦୀ କୁହାଯାଏ) ରେ ଏକାଧିକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ସୂଚନା ମୁତାବକ, ଏନ୍ଡିଆରଏଫ୍ (NDRF), ଏସଡିଆରଏଫ୍ (SDRF) ଏବଂ ଏସଏସବି (SSB) ର ମିଳିତ ଉଦ୍ୟମରେ ମହାରାଜଗଞ୍ଜ ଏବଂ କୁଶୀନଗର ଜିଲ୍ଲାର ବିଭିନ୍ନ ଘାଟରୁ ପ୍ରାୟ ୧୦ଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହ ଗୁଡିକ ମଧ୍ୟରେ ଅଧିକାଂଶ ମହିଳା ଓ ପୁରୁଷ ରହିଛନ୍ତି, ଯେଉଁମାନେ ନେପାଳର ନାଗରିକ ବୋଲି ଅନୁମାନ କରାଯାଉଛି। ଶବ ଗୁଡ଼ିକ ପାଣିରେ ରହି ବହୁ ମାତ୍ରାରେ ଖରାପ ହୋଇଯାଇଥିବାରୁ ସେମାନଙ୍କର ପରିଚୟ ଏଯାଏଁ ମିଳିପାରି ନାହିଁ। ମୃତଦେହ ସହିତ ଅନେକ ଘରୋଇ ଆସବାବପତ୍ର, ଗ୍ୟାସ ସିଲିଣ୍ଡର ଏବଂ କାଠ ଗଣ୍ଡି ମଧ୍ୟ ଭାସି ଆସିଥିବା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ପାଣିରେ ଭାସି ଆସିଲା ଲକ୍ଷ ଲକ୍ଷ ଟଙ୍କାର ସିନ୍ଧୁକ: ଲୁଟିବା ଅଭିଯୋଗରେ ୨୯ ଗିରଫ

ପ୍ରଶାସନର ପଦକ୍ଷେପ ଓ ହାଇ ଆଲର୍ଟ

ଏହି ଘଟଣା ପରେ ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ମହାରାଜଗଞ୍ଜ ଜିଲ୍ଲାପାଳ ଗୌରବ ସିଂହ ସୋଗରୱାଲ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ପ୍ରଶାସନ ପକ୍ଷରୁ ମୃତଦେହ ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡାକ୍ତରଖାନାର ଶବାଗାରରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇଛି। ଏହା ସହିତ ମୃତକଙ୍କ ପରିଚୟ ଜାଣିବା ନିମନ୍ତେ ଭାରତୀୟ ପ୍ରଶାସନ ନେପାଳ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ସ୍ଥାନୀୟ ବାସିନ୍ଦାମାନଙ୍କୁ ନଦୀ କୂଳକୁ ନଯିବାକୁ ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ବିବାହ ଏବଂ ଜନ୍ମହାର ବୃଦ୍ଧି କରିବାକୁ ଉଦ୍ୟମ: ବ୍ୟାଙ୍କ, ନାଇଟ୍‌ କ୍ଲବ୍‌ରେ ବିବାହ ପଞ୍ଜୀକରଣ କାଉଣ୍ଟର

ନେପାଳରେ ବନ୍ୟାର ବିଭୀଷିକା

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ନେପାଳର ଉତ୍ତରାଞ୍ଚଳରେ ଆସିଥିବା ଅଚାନକ ବନ୍ୟା (ଫ୍ଲାସ୍ ଫ୍ଲଡ୍) କାରଣରୁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ନେପାଳରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୦୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ନଦୀଗୁଡ଼ିକରେ ପ୍ରଖର ସ୍ରୋତ ଥିବାରୁ ମୃତଦେହ ଗୁଡ଼ିକ ୨୦୦ କିଲୋମିଟରରୁ ଅଧିକ ଦୂର ଅତିକ୍ରମ କରି ଭାରତୀୟ ସୀମା ଭିତରକୁ ପ୍ରବେଶ କରିଛି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ଏବଂ ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର