ବନ୍ୟା ପାଣିରେ ଭାସି ଆସିଲା ଲକ୍ଷ ଲକ୍ଷ ଟଙ୍କାର ସିନ୍ଧୁକ: ଲୁଟିବା ଅଭିଯୋଗରେ ୨୯ ଗିରଫ

Suryakanta Picture
Published On

ନେପାଳରେ ଆସିଥିବା ଭୟଙ୍କର ବନ୍ୟା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସି ଆସିଥିବା ଏକ ଟଙ୍କା ଭର୍ତ୍ତି ସିନ୍ଧୁକକୁ ଭାଙ୍ଗି ସ୍ଥାନୀୟ ଲୋକେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୨୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପାଖାପାଖି ୫୭ ଲକ୍ଷ ଭାରତୀୟ ଟଙ୍କା (ପ୍ରାୟ ୯୨.୬୮ ଲକ୍ଷ ନେପାଳୀ ଟଙ୍କା) ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ସିଜେପିର ବିକ୍ଷୋଭ ପୂର୍ବରୁ ଗୁରୁଗ୍ରାମରେ ୟୁଟ୍ୟୁବର ଧ୍ରୁବ ରାଠୀ ଅଟକ

ବନ୍ୟାରେ ଭାସି ଆସିଥିଲା ଟଙ୍କା ସିନ୍ଧୁକ

ମିଳିଥିବା ସୂଚନା ଅନୁଯାୟୀ, ନେପାଳର ରସୁୱା ଜିଲ୍ଲା ଅଞ୍ଚଳରୁ ବନ୍ୟା ପାଣିରେ ଏକ ବ୍ୟାଙ୍କର ସିନ୍ଧୁକ ଭାସି ଆସିଥିଲା। ଏହା ପଡୋଶୀ ଧାଦିଙ୍ଗ ଜିଲ୍ଲାର ଗଲଚ୍ଛି ଗ୍ରାମାଞ୍ଚଳରେ ଥିବା ତ୍ରିଶୁଳୀ ନଦୀ କୂଳରେ ଲାଗିଥିଲା। ସିନ୍ଧୁକଟିକୁ ଦେଖିବା ପରେ କିଛି ସ୍ଥାନୀୟ ଲୋକ ତାହାକୁ ଭାଙ୍ଗି ଦେଇଥିଲେ ଏବଂ ଭିତରେ ଥିବା ଲକ୍ଷ ଲକ୍ଷ ଟଙ୍କାକୁ ଆପଣେଇ ନେଇଥିଲେ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ

ପୁଲିସର ତଦନ୍ତ ଓ ୨୯ ଗିରଫ

ଏହି ଲୁଟ୍ ସମ୍ପର୍କରେ ଖବର ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ଧାଦିଙ୍ଗ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପ୍ରାଥମିକ ତଦନ୍ତ ସମୟରେ ୨୯ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ସେମାନଙ୍କୁ ତଲାସୀ କରିବା ପରେ ତାଙ୍କ ପାଖରୁ ସମୁଦାୟ ୯୨,୬୮,୫୦୫ ନେପାଳୀ ଟଙ୍କା (ପ୍ରାୟ ୫୭.୯ ଲକ୍ଷ ଭାରତୀୟ ଟଙ୍କା) ଉଦ୍ଧାର କରାଯାଇଛି। ଗିରଫ ହୋଇଥିବା ଅଧିକାଂଶ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ସେମାନଙ୍କ ବୟସ ୧୯ ରୁ ୪୯ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଚୀନ୍‌କୁ ଭାରତର କଡ଼ା ଜବାବ: ଲାଦାଖ ଓ କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ, ବଦଳିବନି ବାସ୍ତବତା

ଲୁଟେରାଙ୍କ ଉପରେ କଡ଼ା ନଜର

ବର୍ତ୍ତମାନ ପୁଲିସ ଉଦ୍ଧାର ହୋଇଥିବା ଟଙ୍କାର ପ୍ରକୃତ ଉତ୍ସ ଏବଂ ସିନ୍ଧୁକରେ ସମୁଦାୟ କେତେ ଟଙ୍କା ଥିଲା, ସେ ନେଇ ତଦନ୍ତ ଚଳାଇଛି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ମଧ୍ୟ ଖୋଜାଯାଉଛି। ଅନ୍ୟପକ୍ଷରେ, ନାରାୟଣୀ ନଦୀରେ ଭାସିଆସିଥିବା ଜଣେ ବନ୍ୟା ପୀଡିତଙ୍କ ମୃତଦେହରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଗତ କିଛି ଦିନ ତଳେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ପ୍ରାକୃତିକ ବିପର୍ଯ୍ୟୟର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ଚୋରି ଓ ଲୁଟପାଟ କରୁଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର