ଭିଏତନାମରେ ବଡ଼ ଦୁର୍ଘଟଣା: ଫୁ କୁଓକ ଦ୍ୱୀପ ନିକଟରେ ଓଲଟିଲା ଭାରତୀୟ ପର୍ଯ୍ୟଟକଙ୍କ ଡଙ୍ଗା, ୧୫ ମୃତ

Suryakanta Picture
Published On

ଦକ୍ଷିଣ ଭିଏତନାମର ଫୁ କୁଓକ ଦ୍ୱୀପ (Phu Quoc Island) ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଶନିବାର ଦିନ ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ ଓଲଟି ପଡ଼ିବାରୁ ୧୫ ଜଣ ଭାରତୀୟଙ୍କର ପ୍ରାଣହାନି ଘଟିଥିବା ବେଳେ ୨୧ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତରରେ ପହଞ୍ଚିବା ପରେ CJP ମୁଖପାତ୍ର ସୌରଭ ଦାସ, ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ଏହି ସ୍ପିଡ୍ ବୋଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୩୬ ଜଣ ଯାତ୍ରୀ ସ୍ୱାର ଥିଲେ। ଫୁ କୁଓକ ଦ୍ୱୀପ ନିକଟସ୍ଥ ହୋନ୍ ମେ ରୁଟ୍ ନଗୋଇ ଠାରୁ ପ୍ରାୟ ୪୦୦ ମିଟର ଦୂରରେ ସମୁଦ୍ରର ପ୍ରବଳ ଲହଡ଼ି କାରଣରୁ ବୋଟଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଥିବା ଅନ୍ୟ ଡଙ୍ଗାଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ନୌସେନା, ତଟରକ୍ଷୀ ବାହିନୀ ଓ ସୀମା ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ-ନେତାନ୍ୟାହୁଙ୍କ ମଧ୍ୟରେ ଗୁପ୍ତ ଆଲୋଚନା: କିଏ କରିଥିଲା ପ୍ରସ୍ତାବ?

ଜୋରଦାର ଉଦ୍ଧାର କାର୍ଯ୍ୟ

ସମୁଦ୍ରରେ ଉଚ୍ଚ ଲହଡ଼ି ଥିବାରୁ ଏବଂ ଅନେକ ଯାତ୍ରୀ ବୋଟ୍ ଭିତରେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ତଥାପି ସ୍ଥାନୀୟ ପ୍ରଶାସନର କଠିନ ପରିଶ୍ରମ ଫଳରେ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତଦେହକୁ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନରେ ଷ୍ଟାରଲିଙ୍କ ବ୍ୟବହାର କଲେ ମିଳିବ ମୃତ୍ୟୁଦଣ୍ଡ: ନୂଆ ଗୁପ୍ତଚର ଆଇନ୍‌କୁ ନେଇ କଡ଼ା ଚେତାବନୀ

ଭାରତୀୟ ଦୂତାବାସର ପଦକ୍ଷେପ ଓ ହେଲ୍ପଲାଇନ୍

ଏହି ଦୁଃଖଦ ଘଟଣା ପରେ ଭିଏତନାମରେ ଥିବା ଭାରତୀୟ ଦୂତାବାସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ହୋ ଚି ମିନ୍ ସିଟି ଏବଂ ହାନୋଇ ଠାରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ ପାଇଁ ଦୂତାବାସ ପକ୍ଷରୁ +84 36 281 7930, +84 91 552 37 14, ଏବଂ +84 91 308 9165 ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ସ୍ଥାନୀୟ ପ୍ରଶାସନ ସହିତ ମିଶି ଦୂତାବାସ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର