ଦୀର୍ଘ ୩୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ: ୮୫ ବର୍ଷୀୟ ବୃଦ୍ଧ ହେଲେ ଦୋଷୀ ସାବ୍ୟସ୍ତ, ଯିବେ ଜେଲ

Madhusudan Das Picture
Published On

ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ୩୪ ବର୍ଷ ପୁରୁଣା ଆକ୍ରମଣ ମାମଲାରେ ଅତିରିକ୍ତ ଜିଲ୍ଲା କୋର୍ଟ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯୌବନ ଅବସ୍ଥାରେ କରିଥିବା ଅପରାଧ ପାଇଁ ବୃଦ୍ଧାବସ୍ଥାରେ ଦଣ୍ଡ ଭୋଗିବାକୁ ପଡ଼ିଛି। ବର୍ତ୍ତମାନ ଏହି ବୃଦ୍ଧଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ଏହି ଘଟଣାଟି ୧୯୯୨ ମସିହା ମେ' ୧୦ ତାରିଖର। ପାରିବାରିକ ବିବାଦକୁ କେନ୍ଦ୍ର କରି ଏକ ଦମ୍ପତିଙ୍କ ଉପରେ ଗୁଳିଚାଳନା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଏଫଆଇଆର (FIR) ରୁଜୁ କରାଯାଇଥିଲା। ପୁଲିସ ପକ୍ଷରୁ ୧୯୯୩ ମସିହାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। କେବଳ ୮୫ ବର୍ଷୀୟ ଦୀପ ରାୟ ନାମକ ଜଣେ ବୃଦ୍ଧ ଜୀବିତ ଥିବାରୁ ଏବେ ତାଙ୍କୁ ଦଣ୍ଡିତ କରାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧ ଜଣକ ହାତରେ ବାଡ଼ି ଏବଂ ଚପଲ ଧରି କୋର୍ଟ ପରିସରରୁ ବାହାରକୁ ଆସୁଛନ୍ତି। ତାଙ୍କର ଶାରୀରିକ ଅବସ୍ଥା ଏତେ ଦୁର୍ବଳ ଯେ ଉଠିବା ବସିବା ପାଇଁ ତାଙ୍କୁ ଦୁଇ ଜଣଙ୍କର ସାହାଯ୍ୟ ଦରକାର ପଡ଼ୁଛି। ତେବେ ଆଇନ ଆଗରେ ବୟସର ଅସହାୟତା କୌଣସି କାମରେ ଆସିନାହିଁ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ଏହି ଘଟଣାଟି ବୈଶାଳୀ ଜିଲ୍ଲା ଅନ୍ତର୍ଗତ ରାଘୋପୁରର ଜୁଡାୱନପୁର ଅଞ୍ଚଳର। ସୋମବାର ଦିନ ଶୁଣାଣି ଶେଷ ହେବା ପରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆର୍ମ୍ସ ଆକ୍ଟ ଅଧୀନରେ ଦୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୀର୍ଘ ୩୪ ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ ଅଦାଲତ ଏହି ବଡ଼ ରାୟ ଶୁଣାଇଛନ୍ତି ।

02 Jun 2026 By Madhusudan Das

ଦୀର୍ଘ ୩୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ: ୮୫ ବର୍ଷୀୟ ବୃଦ୍ଧ ହେଲେ ଦୋଷୀ ସାବ୍ୟସ୍ତ, ଯିବେ ଜେଲ

ନୂଆଦିଲ୍ଲୀ: ବିହାରର ବୈଶାଳୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ୩୪ ବର୍ଷ ପୁରୁଣା ଆକ୍ରମଣ ମାମଲାରେ ଅତିରିକ୍ତ ଜିଲ୍ଲା କୋର୍ଟ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯୌବନ ଅବସ୍ଥାରେ କରିଥିବା ଅପରାଧ ପାଇଁ ବୃଦ୍ଧାବସ୍ଥାରେ ଦଣ୍ଡ ଭୋଗିବାକୁ ପଡ଼ିଛି। ବର୍ତ୍ତମାନ ଏହି ବୃଦ୍ଧଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ଘଟଣାଟି ୧୯୯୨ ମସିହା ମେ' ୧୦ ତାରିଖର। ପାରିବାରିକ ବିବାଦକୁ କେନ୍ଦ୍ର କରି ଏକ ଦମ୍ପତିଙ୍କ ଉପରେ ଗୁଳିଚାଳନା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଏଫଆଇଆର (FIR) ରୁଜୁ କରାଯାଇଥିଲା। ପୁଲିସ ପକ୍ଷରୁ ୧୯୯୩ ମସିହାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। କେବଳ ୮୫ ବର୍ଷୀୟ ଦୀପ ରାୟ ନାମକ ଜଣେ ବୃଦ୍ଧ ଜୀବିତ ଥିବାରୁ ଏବେ ତାଙ୍କୁ ଦଣ୍ଡିତ କରାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧ ଜଣକ ହାତରେ ବାଡ଼ି ଏବଂ ଚପଲ ଧରି କୋର୍ଟ ପରିସରରୁ ବାହାରକୁ ଆସୁଛନ୍ତି। ତାଙ୍କର ଶାରୀରିକ ଅବସ୍ଥା ଏତେ ଦୁର୍ବଳ ଯେ ଉଠିବା ବସିବା ପାଇଁ ତାଙ୍କୁ ଦୁଇ ଜଣଙ୍କର ସାହାଯ୍ୟ ଦରକାର ପଡ଼ୁଛି। ତେବେ ଆଇନ ଆଗରେ ବୟସର ଅସହାୟତା କୌଣସି କାମରେ ଆସିନାହିଁ।

ଏହି ଘଟଣାଟି ବୈଶାଳୀ ଜିଲ୍ଲା ଅନ୍ତର୍ଗତ ରାଘୋପୁରର ଜୁଡାୱନପୁର ଅଞ୍ଚଳର। ସୋମବାର ଦିନ ଶୁଣାଣି ଶେଷ ହେବା ପରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆର୍ମ୍ସ ଆକ୍ଟ ଅଧୀନରେ ଦୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୀର୍ଘ ୩୪ ବର୍ଷର ଲମ୍ବା ଆଇନଗତ ଲଢ଼େଇ ପରେ ଅଦାଲତ ଏହି ବଡ଼ ରାୟ ଶୁଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର