ନିଟ୍-ୟୁଜି ପେପର୍ ଲିକ୍: ରି-ଟେଷ୍ଟ୍ ପାଇଁ ପ୍ରଶ୍ନପତ୍ର ନେବ ବାୟୁସେନା ବିମାନ! କେନ୍ଦ୍ର ସରକାରଙ୍କ ବଡ଼ ପ୍ରସ୍ତୁତି

Suryakanta Picture
Published On

ଦେଶରେ ନିଟ୍-ୟୁଜି (NEET-UG) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ କେନ୍ଦ୍ର ସରକାର ଏବେ ଆଲର୍ଟ ମୋଡ୍‌ରେ ଅଛନ୍ତି। ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ରି-ଟେଷ୍ଟ୍ ବା ପୁନଃ ପରୀକ୍ଷାକୁ ସମ୍ପୂର୍ଣ୍ଣ 'ଫୁଲପ୍ରୁଫ୍' ତଥା ତ୍ରୁଟିଶୂନ୍ୟ କରିବା ପାଇଁ ସରକାର ଏକ ଅଭୂତପୂର୍ବ ପଦକ୍ଷେପ ନେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନା (IAF) ବିମାନର ବ୍ୟବହାର କରାଯିବା ନେଇ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହି ରଣନୀତିକ ପଦକ୍ଷେପକୁ ନେଇ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ଥିଲେ। ଏହା ସହିତ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)ର ମହାନିର୍ଦ୍ଦେଶକ ଅଭିଷେକ ସିଂହ ଏବଂ ଶିକ୍ଷା ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରିଣ୍ଟିଂ ଏବଂ ସୁରକ୍ଷିତ ଟ୍ରାନ୍ସପୋର୍ଟେସନ୍ ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ଏହି ବୈଠକରେ ଟିକିନିଖି ଆଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ପ୍ରଧାନମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାୟୁସେନା ବିମାନ ବ୍ୟବହାର କରିବାର ପ୍ରସ୍ତାବ ଉପରେ ଏଯାଏଁ କୌଣସି ଚୂଡ଼ାନ୍ତ ମୋହର ବାଜିନାହିଁ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ଆଗାମୀ ଜୁନ୍ ୨୧ ତାରିଖରେ ହେବାକୁ ଥିବା ପୁନଃ ପରୀକ୍ଷାର ସମସ୍ତ ପ୍ରସ୍ତୁତିର ମନିଟରିଂ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଆହ୍ୱାନ ପାଲଟିଛି ମୌସୁମୀ

ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ପରେ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ମାତ୍ର ୩୮ ଦିନର କମ୍ ସମୟ ମଧ୍ୟରେ ପୁନର୍ବାର ସାରା ଦେଶରେ ପରୀକ୍ଷା ଆୟୋଜନ କରିବା NTA ପାଇଁ ଏକ ବଡ଼ ଆହ୍ୱାନ। ଏହା ସହିତ ବର୍ତ୍ତମାନର ମୌସୁମୀ ଋତୁ ଏବଂ ଖରାପ ପାଗ ଯୋଗୁଁ ଲାକ୍ଷାଦ୍ୱୀପ ଭଳି ଦୂରଦୂରାନ୍ତ ଅଞ୍ଚଳକୁ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପଠାଇବା ପାଇଁ ବାୟୁସେନାର ସହାୟତା ଜରୁରୀ ବୋଲି ବିବେଚନା କରାଯାଉଛି। ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ସହ ଅନ୍ୟାନ୍ୟ ଅତ୍ୟନ୍ତ ସୁରକ୍ଷିତ ସ୍ଥାନରେ ପ୍ରଶ୍ନପତ୍ର ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର