ମନୋରଞ୍ଜନ
ମେହବୁବାଙ୍କୁ ଇଡି ସମନ
ନୂଆଦିଲ୍ଲୀ : ଏକ ମନି ଲଣ୍ଡରିଂ ମାମଲାରେ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଶୁକ୍ରବାର ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଗତ ବର୍ଷ ମୁକୁଳିଥିବ ମୁଫ୍ତିଙ୍କୁ ଆସନ୍ତା ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଛି। ଜାମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ଇଡି ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୁପକାର ଘୋଷଣାନାମା […]
ନୂଆଦିଲ୍ଲୀ : ଏକ ମନି ଲଣ୍ଡରିଂ ମାମଲାରେ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ଶୁକ୍ରବାର ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏକ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଗତ ବର୍ଷ ମୁକୁଳିଥିବ ମୁଫ୍ତିଙ୍କୁ ଆସନ୍ତା ୧୫ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଛି।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର
ଜାମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ଇଡି ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୁପକାର ଘୋଷଣାନାମା (ପିଏଜିଡି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏଜେନ୍ସି ମନି ଲଣ୍ଡରିଂ ନିରୋଧି ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ଶ୍ରୀନଗରର ଗୁପକାର ରୋଡ ସ୍ଥିତ ବାସଭବନ, ତନମାର୍ଗର କଟିପୁରା ତହସିଲ ଏବଂ ଜାମ୍ମୁରେ ଥିବା ସମ୍ପତ୍ତିକୁ ଇଡି ଜବତ କରିଥିଲା।






