ଟିଏମସିର ପ୍ରର୍ଥୀ ତାଲିକା ଘୋଷଣା, ଏଥର ନନ୍ଦିଗ୍ରାମରୁ ଲଢିବେ ମମତା

The Sakala Picture
Published On

କୋଲକାତା: ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଅନ୍ଯ ୩ଟି ଆସନ ସହଯୋଗୀଙ୍କୁ ଦିଆଯାଇଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ […]

କୋଲକାତା: ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । ଅନ୍ଯ ୩ଟି ଆସନ ସହଯୋଗୀଙ୍କୁ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦୁଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ୍ ଦିଏ ତେବେ ଏଥର କଡ୍ଡା ଟକ୍କର ଦେଖିବାକୁ ମିଳିବ । ଚଳିତ ଥର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ନୂଆ ଚେହେରା ଦେଖିବାକୁ ମିଳିବ। ସେହିପରି ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଅନ୍ଯପକ୍ଷରେ କ୍ରିକେଟର ମନୋଜ ତିୱାରିଙ୍କୁ ଶିବୁପୁରରୁ ମିଳିଛି ଟିକେଟ୍ । ସେହିଭଳି ଫିଲ୍ମଷ୍ଟାର ସାୟାନତିକାଙ୍କୁ ବାଙ୍କୁରା, କଞ୍ଚନ ମଲ୍ଲିକଙ୍କୁ ଉତ୍ତରପଡା, ଗାୟିକା ଆଦିତି ମୁନସିଙ୍କୁ ରାଜରହାଟ ଓ ଚନ୍ଦ୍ରମା ଭଟ୍ଟଚାର୍ଯ୍ଯଙ୍କୁ ଉତ୍ତର ଦମଦମରୁ ମିଳିଛି ଟିକେଟ୍ । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ନିର୍ବାଚନ ବିଜୟୀ ହେବା ନେଇ ଦମ୍ଭ ଦେଖାଇଥିଲେ ମମତା ବାନାର୍ଜୀ । ଟିଏମସି ସବୁବେଳେ ସବୁ ବର୍ଗର ଲୋକଙ୍କ ସହ ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର