ବସ୍ ହେଲେ ଏମିତି! ଟେବୁଲ୍ ଉପରେ ବିଛାଇଦେଲେ କୋଟି କୋଟି ଟଙ୍କା, କର୍ମଚାରୀଙ୍କୁ କହିଲେ- ‘ଯେତିକି ଗଣିବ ସେତିକି ତୁମର’

Suryakanta Picture
Published On

ଚୀନ୍‌ର ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ ଏକ ଅଭିନବ ଉପାୟରେ ବୋନସ ପ୍ରଦାନ କରି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ସାଧାରଣତଃ କମ୍ପାନୀଗୁଡ଼ିକ ବୋନସ ଆକାରରେ କିଛି ନିର୍ଦ୍ଦିଷ୍ଟ ଅର୍ଥ କିମ୍ବା ଉପହାର ଦେଇଥାନ୍ତି, କିନ୍ତୁ ଏହି ଚାଇନିଜ୍ କମ୍ପାନୀର ମାଲିକ କର୍ମଚାରୀଙ୍କ ପାଇଁ ନଗଦ ଟଙ୍କାର ପାହାଡ଼ ଛିଡ଼ା କରିଦେଇଛନ୍ତି। ରିପୋର୍ଟ ଅନୁଯାୟୀ, କମ୍ପାନୀ ପକ୍ଷରୁ ମୋଟ ୨୬ ମିଲିୟନ ଡଲାର (ପ୍ରାୟ ୧୮୦ ନିୟୁତ ୟୁଆନ୍) ବୋନସ ଆକାରରେ ବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଟେବୁଲ ଉପରେ ବିଛା ହୋଇଥିଲା କୋଟି କୋଟି ଟଙ୍କା

ଏହି ଘଟଣାଟି ଚୀନ୍‌ର ହେନାନ ପ୍ରାନ୍ତରେ ଥିବା ‘ହେନାନ କୁଆଙ୍ଗଶାନ କ୍ରେନ୍ କୋ’ (Henan Kuangshan Crane Co) ନାମକ ଏକ କମ୍ପାନୀର ବାର୍ଷିକ ଉତ୍ସବରେ ଦେଖିବାକୁ ମିଳିଥିଲା। କମ୍ପାନୀର ମାଲିକ କୁଇ ପେଇଜୁନ୍ (Cui Peijun) କର୍ମଚାରୀଙ୍କ ପାଇଁ ଏକ ବିଶାଳ ମଞ୍ଚରେ ପ୍ରାୟ ୬୧ ନିୟୁତ ୟୁଆନ୍‌ର ନଗଦ ରାଶି ରଖିଥିଲେ। ଏକ ଲମ୍ବା ଟେବୁଲ ଉପରେ ବିଡ଼ା ବିଡ଼ା ଟଙ୍କା ରଖାଯାଇଥିଲା ଏବଂ କର୍ମଚାରୀମାନଙ୍କୁ ସେଠାରୁ ଟଙ୍କା ଗଣି ନିଜ ସାଙ୍ଗରେ ନେବାକୁ ସୁଯୋଗ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ନିଆରା ପ୍ରତିଯୋଗିତା: ଗଣ ଏବଂ ନିଅ

କମ୍ପାନୀ ପକ୍ଷରୁ ଏହି ବୋନସ ବଣ୍ଟନ ପାଇଁ ଏକ ନିଆରା ନିୟମ ରଖାଯାଇଥିଲା। କର୍ମଚାରୀମାନଙ୍କୁ ୧, ୩, ୫, ୧୦ କିମ୍ବା ୧୫ ମିନିଟ୍‌ର ସମୟ ଦିଆଯାଇଥିଲା। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନେ ଯେତିକି ଟଙ୍କା ସଠିକ୍ ଭାବରେ ଗଣିପାରିବେ, ସେହି ପୁରା ଟଙ୍କା ସେମାନଙ୍କର ହେବ। ତେବେ ଭୁଲ୍ ଗଣିଲେ କିଛି ଟଙ୍କା କାଟିବାର ବ୍ୟବସ୍ଥା ମଧ୍ୟ ଥିଲା। ଏହି ପ୍ରତିଯୋଗିତାରେ ଜଣେ କର୍ମଚାରୀ ସର୍ବାଧିକ ୧ ଲକ୍ଷ ୟୁଆନ୍ (ପ୍ରାୟ ୧୨ ଲକ୍ଷ ଟଙ୍କା) ଜିତିବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

କାହିଁକି ଏଭଳି ନିଷ୍ପତ୍ତି ନେଲେ ବସ୍?

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କମ୍ପାନୀର ମାଲିକ କୁଇ ପେଇଜୁନ୍ କହିଛନ୍ତି ଯେ, ସେ କର୍ମଚାରୀମାନଙ୍କ ଆର୍ଥିକ ସମସ୍ୟାକୁ ବୁଝିପାରନ୍ତି। ତେଣୁ ୱାସିଂ ମେସିନ୍ କିମ୍ବା ଅନ୍ୟ ଉପହାର ଦେବା ପରିବର୍ତ୍ତେ ନଗଦ ଟଙ୍କା ଦେଲେ କର୍ମଚାରୀମାନେ ଅଧିକ ଉପକୃତ ହେବେ ବୋଲି ସେ ମନେ କରନ୍ତି। ଗତବର୍ଷ ମଧ୍ୟ ଏହି କମ୍ପାନୀ କର୍ମଚାରୀଙ୍କୁ ବହୁଳ ପରିମାଣର ବୋନସ ଦେଇ ଚର୍ଚ୍ଚାକୁ ଆସିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର