ଉଡ଼ାଣ ଭରିବାର ୧୫ ମିନିଟ୍ ପରେ କ୍ରାସ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ

Tapas Ranjan Nanda Picture
Published On

ମୋଗାଦିସୁ: ସୋମାଲିଆର ରାଜଧାନୀ ମୋଗାଦିସୁରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଉଡ଼ାଣ ଭରିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଯାତ୍ରୀବାହୀ ବିମାନ କ୍ରାସ ହୋଇଯାଇଛି। ତେବେ ସବୁଠାରୁ ଆଶ୍ୱସ୍ତିର ଖବର ହେଉଛି ଯେ, ବିମାନରେ ଥିବା ସମସ୍ତ ୫୫ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ଆହୁରି ପଢ଼ନ୍ତୁ: ଅପହରଣ ଗୁଜବ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ବିମାନଟି ମୋଗାଦିସୁର ଏଡେନ୍ ଅଡେ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଗୁରିଏଲ ସହରକୁ ଯାଉଥିଲା। ଉଡ଼ାଣର କିଛି ସମୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ୍ ବିମାନଟିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିମାନବନ୍ଦରକୁ ଫେରାଇ ଆଣୁଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରି ନଥିଲେ। ଫଳରେ ବିମାନଟି ବିମାନବନ୍ଦରର ପଶ୍ଚିମ ଭାଗରେ ଥିବା ସମୁଦ୍ର କୂଳ ନିକଟରେ ଖସି ପଡିଥିଲା। ଦୁର୍ଘଟଣାସ୍ଥଳ ବିମାନବନ୍ଦରର ପାଚେରୀ ଏବଂ ସମୁଦ୍ର କୂଳର ଅତି ନିକଟବର୍ତ୍ତୀ ଅଟେ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟଙ୍କୁ ଝଟକା: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, H-1B ଭିସା ଏବଂ ୱର୍କ ପରମିଟ୍ ନେଇ ବଢିଲା ଚିନ୍ତା

ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିମାନଟି ଭୂମିରେ ପଡ଼ିଥିବାର ଏବଂ ଯାତ୍ରୀମାନେ ନିଜେ ବିମାନରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଷ୍ଟାରସ୍କି ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନରେ ୫୦ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ତଦନ୍ତ ଆରମ୍ଭ

ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିବାର ଆଶଙ୍କା ଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ସମୟ ପାଇଁ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା, ଯାହା ଫଳରେ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚିପାରିବେ। ପରେ ବିମାନ ଚଳାଚଳ ସ୍ୱାଭାବିକ କରାଯାଇଛି। ସୋମାଲି ସିଭିଲ୍ ଏଭିଏସନ୍ ଅଥରିଟି (SCAA) ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର