ଉଡ଼ାଣ ଭରିବାର ୧୫ ମିନିଟ୍ ପରେ କ୍ରାସ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ

Tapas Ranjan Nanda Picture
Published On

ମୋଗାଦିସୁ: ସୋମାଲିଆର ରାଜଧାନୀ ମୋଗାଦିସୁରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଉଡ଼ାଣ ଭରିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଯାତ୍ରୀବାହୀ ବିମାନ କ୍ରାସ ହୋଇଯାଇଛି। ତେବେ ସବୁଠାରୁ ଆଶ୍ୱସ୍ତିର ଖବର ହେଉଛି ଯେ, ବିମାନରେ ଥିବା ସମସ୍ତ ୫୫ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ବିମାନଟି ମୋଗାଦିସୁର ଏଡେନ୍ ଅଡେ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଗୁରିଏଲ ସହରକୁ ଯାଉଥିଲା। ଉଡ଼ାଣର କିଛି ସମୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ୍ ବିମାନଟିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିମାନବନ୍ଦରକୁ ଫେରାଇ ଆଣୁଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରି ନଥିଲେ। ଫଳରେ ବିମାନଟି ବିମାନବନ୍ଦରର ପଶ୍ଚିମ ଭାଗରେ ଥିବା ସମୁଦ୍ର କୂଳ ନିକଟରେ ଖସି ପଡିଥିଲା। ଦୁର୍ଘଟଣାସ୍ଥଳ ବିମାନବନ୍ଦରର ପାଚେରୀ ଏବଂ ସମୁଦ୍ର କୂଳର ଅତି ନିକଟବର୍ତ୍ତୀ ଅଟେ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିମାନଟି ଭୂମିରେ ପଡ଼ିଥିବାର ଏବଂ ଯାତ୍ରୀମାନେ ନିଜେ ବିମାନରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଷ୍ଟାରସ୍କି ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନରେ ୫୦ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ତଦନ୍ତ ଆରମ୍ଭ

ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିବାର ଆଶଙ୍କା ଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ସମୟ ପାଇଁ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା, ଯାହା ଫଳରେ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚିପାରିବେ। ପରେ ବିମାନ ଚଳାଚଳ ସ୍ୱାଭାବିକ କରାଯାଇଛି। ସୋମାଲି ସିଭିଲ୍ ଏଭିଏସନ୍ ଅଥରିଟି (SCAA) ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

11 Feb 2026 By Tapas Ranjan Nanda

ଉଡ଼ାଣ ଭରିବାର ୧୫ ମିନିଟ୍ ପରେ କ୍ରାସ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ

ମୋଗାଦିସୁ: ସୋମାଲିଆର ରାଜଧାନୀ ମୋଗାଦିସୁରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଉଡ଼ାଣ ଭରିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଯାତ୍ରୀବାହୀ ବିମାନ କ୍ରାସ ହୋଇଯାଇଛି। ତେବେ ସବୁଠାରୁ ଆଶ୍ୱସ୍ତିର ଖବର ହେଉଛି ଯେ, ବିମାନରେ ଥିବା ସମସ୍ତ ୫୫ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ବିମାନଟି ମୋଗାଦିସୁର ଏଡେନ୍ ଅଡେ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଗୁରିଏଲ ସହରକୁ ଯାଉଥିଲା। ଉଡ଼ାଣର କିଛି ସମୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ୍ ବିମାନଟିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିମାନବନ୍ଦରକୁ ଫେରାଇ ଆଣୁଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରି ନଥିଲେ। ଫଳରେ ବିମାନଟି ବିମାନବନ୍ଦରର ପଶ୍ଚିମ ଭାଗରେ ଥିବା ସମୁଦ୍ର କୂଳ ନିକଟରେ ଖସି ପଡିଥିଲା। ଦୁର୍ଘଟଣାସ୍ଥଳ ବିମାନବନ୍ଦରର ପାଚେରୀ ଏବଂ ସମୁଦ୍ର କୂଳର ଅତି ନିକଟବର୍ତ୍ତୀ ଅଟେ।

ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିମାନଟି ଭୂମିରେ ପଡ଼ିଥିବାର ଏବଂ ଯାତ୍ରୀମାନେ ନିଜେ ବିମାନରୁ ବାହାରକୁ ଆସୁଥିବାର ଦେଖାଯାଉଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଷ୍ଟାରସ୍କି ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନରେ ୫୦ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ।

ତଦନ୍ତ ଆରମ୍ଭ

ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିବାର ଆଶଙ୍କା ଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିଛି ସମୟ ପାଇଁ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା, ଯାହା ଫଳରେ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚିପାରିବେ। ପରେ ବିମାନ ଚଳାଚଳ ସ୍ୱାଭାବିକ କରାଯାଇଛି। ସୋମାଲି ସିଭିଲ୍ ଏଭିଏସନ୍ ଅଥରିଟି (SCAA) ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର