ଇରାନରେ ଜଳୁଛି ବିଦ୍ରୋହର ନିଆଁ: ତୁରନ୍ତ ଦେଶ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ

Sakala Desk Picture
Published On

ଇରାନରେ ଦେଖାଦେଇଥିବା ଭୟଙ୍କର ଗଣବିକ୍ଷୋଭ ଏବଂ ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶବଳୀ (Advisory) ଜାରି କରାଯାଇଛି। ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିରୁଦ୍ଧରେ ଜନତା ରାଜରାସ୍ତାକୁ ଓହ୍ଲାଇଥିବାବେଳେ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହି ସଙ୍କଟ ସମୟରେ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଇରାନ ଛାଡ଼ିବାକୁ ଦୂତାବାସ ଅନୁରୋଧ କରିଛି।

ଆହୁରି ପଢ଼ନ୍ତୁ: ହୁଥିଙ୍କ ବିରୋଧରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍: ଆମେରିକା ମନା କରିବାରୁ ସାହାରା ସାଜିଲା ଚୀନ୍ ଫାଇଟର୍ ଜେଟ୍

ଭାରତୀୟ ଦୂତାବାସ ଇରାନରେ ରହୁଥିବା ଭାରତୀୟ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ଯେହେତୁ ଇରାନ ସରକାର ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତେଣୁ ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ସ୍ଥାନକୁ ନ ଯିବାକୁ କୁହାଯାଇଛି। ଏହା ସହିତ ନିଜର ପାସପୋର୍ଟ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ୨୦୨୬ ନୋବେଲ ଶାନ୍ତି ପୁରସ୍କାର: ଆନ୍ତର୍ଜାତୀୟ ଆଇନର ପ୍ରସାର ପାଇଁ ବିଚାରପତି ନାଭାନେଥେମ ‘ନାଭି’ ପିଲାଇଙ୍କୁ ସମ୍ମାନ

ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଇରାନରେ ରହୁଥିବା ଯେଉଁ ଭାରତୀୟମାନେ ଏପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରଣ କରିନାହାଁନ୍ତି, ସେମାନେ ତୁରନ୍ତ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଲିଙ୍କରେ ପଞ୍ଜିକରଣ କରନ୍ତୁ। ଯଦି ସେଠାରେ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ଏହା ସମ୍ଭବ ହେଉନାହିଁ, ତେବେ ଭାରତରେ ଥିବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ପଞ୍ଜିକରଣ କରିପାରିବେ। କୌଣସି ବି ଜରୁରୀକାଳୀନ ପରିସ୍ଥିତି ପାଇଁ ଭାରତୀୟ ଦୂତାବାସ ହେଲ୍ପଲାଇନ୍ ନମ୍ୱର ଜାରି କରି ସହାୟତା ପାଇଁ ଯୋଗାଯୋଗ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ଗତ ଡିସେମ୍ବର ୨୮ ତାରିଖରୁ ଆର୍ଥିକ ସଙ୍କଟକୁ ନେଇ ଇରାନରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ସୁରକ୍ଷା ବାହିନୀର ଗୁଳିମାଡ଼ରେ ବହୁ ଲୋକଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସୁଛି। ଅନ୍ୟପକ୍ଷରେ, ଇରାନର ସର୍ବୋଚ୍ଚ ନେତା ଖାମେନି ଏହି ଆନ୍ଦୋଳନ ପଛରେ ଆମେରିକାର ହାତ ଥିବା ଅଭିଯୋଗ ଆଣିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର