କାନାଡାରେ ଚିକିତ୍ସା ଅବହେଳା: ୮ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ଭାରତୀୟ

Sakala Desk Picture
Published On

କାନାଡାର ଏକ ହସ୍ପିଟାଲରେ ଚିକିତ୍ସା ଅବହେଳାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୪୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଜରୁରୀକାଳୀନ ବିଭାଗରେ ପ୍ରାୟ ୮ ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ପ୍ରଶାନ୍ତ ଶ୍ରୀକୁମାର, ଯିଏକି ପେଷାରେ ଜଣେ ଆକାଉଣ୍ଟାଣ୍ଟ ଥିଲେ। ଏହି ଘଟଣା କାନାଡାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୨ ତାରିଖରେ ଅଫିସରେ କାମ କରୁଥିବା ସମୟରେ ପ୍ରଶାନ୍ତଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କୁ ତୁରନ୍ତ ଏଡମଣ୍ଟନର ଗ୍ରେ ନନ୍ସ କମ୍ୟୁନିଟି ହସ୍ପିଟାଲ (Grey Nuns Community Hospital) କୁ ନିଆଯାଇଥିଲା। ସେଠାରେ ତାଙ୍କ ବାପା କୁମାର ଶ୍ରୀକୁମାର ମଧ୍ୟ ପହଞ୍ଚିଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରଶାନ୍ତ ବାପାଙ୍କୁ କହିଥିଲେ, "ବାପା, ମୁଁ ଆଉ ଯନ୍ତ୍ରଣା ସହି ପାରୁନି।" ପରିବାର ଲୋକଙ୍କ କହିବା ମୁତାବକ, ତାଙ୍କର ଯନ୍ତ୍ରଣା ଅସହ୍ୟ ଥିଲା ଏବଂ ରକ୍ତଚାପ ମଧ୍ୟ ବିପଜ୍ଜନକ ଭାବେ ବଢିଚାଲିଥିଲା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଅଭିଯୋଗ ହୋଇଛି ଯେ, ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଶାନ୍ତଙ୍କ ଅବସ୍ଥାକୁ ଗୁରୁତର ସହ ନେଇନଥିଲେ। ତାଙ୍କର ଇସିଜି (ECG) କରାଯାଇଥିଲା କିନ୍ତୁ ରିପୋର୍ଟ ସ୍ୱାଭାବିକ ଥିବା କହି ଡାକ୍ତରମାନେ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ଯନ୍ତ୍ରଣା ଉପଶମ ପାଇଁ କେବଳ ଏକ 'ଟାଇଲେନଲ୍' (Tylenol) ବଟିକା ଦିଆଯାଇଥିଲା। ଦୀର୍ଘ ୮ ଘଣ୍ଟା ଧରି ସେ ଓ୍ୱେଟିଂ ରୁମ୍‌ରେ ବସି ରହିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡିବାରେ ଲାଗିଥିଲା।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

୮ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଯେତେବେଳେ ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ଭିତରକୁ ଡକାଗଲା, ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଚିକିତ୍ସା କକ୍ଷରେ ବସିବାର ମାତ୍ର ୧୦ ସେକେଣ୍ଡ ମଧ୍ୟରେ ସେ ଟଳି ପଡ଼ିଥିଲେ। ଡାକ୍ତରମାନେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ହୃଦଘାତ (Cardiac Arrest) ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପ୍ରଶାନ୍ତ ନିଜ ପଛରେ ପତ୍ନୀ ଏବଂ ତିନି ସନ୍ତାନଙ୍କୁ ଛାଡି ଯାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର