ବିହାର ପରାଜୟ ପରେ ପ୍ରିୟଙ୍କା ଭଦ୍ରା-ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ଖୋରାକ ଯୋଗାଇଛନ୍ତି ନିର୍ବାଚନ ରଣନୀତିକାର ତଥା ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ସେ ଗତ ସପ୍ତାହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୧୦-ଜନପଥ ସ୍ଥିତ ବାସଭବନକୁ ଯାଇଥିଲେ। ଏଠାରେ ସୋନିଆଙ୍କ ଝିଅ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାନ୍ତ ଏବଂ ପ୍ରିୟାଙ୍କାଙ୍କ ମଧ୍ୟରେ ଏଠାରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରୁଦ୍ଧ ଦ୍ବାର ବୈଠକ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ କି ଆଲୋଚନା ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମାତ୍ର ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହୋଇ ଉଠିଛି। 

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ଏହି ସାକ୍ଷାତକୁ ନେଇ ଉଭୟେ ପ୍ରିୟଙ୍କା ଏବଂ ପ୍ରଶାନ୍ତ ଚୁପ୍‌ ରହିଛନ୍ତି। କୌଣସି ବୈଠକ ହୋଇ ନଥିବା ପ୍ରଶାନ୍ତ କହିଥିବାବେଳେ ମୁଁ କାହା ସହ ମିଶୁଛି ତାହା ଜାଣିବା ପାଇଁ କେହି ଚାହାନ୍ତି ନାହିଁ ବୋଲି ପ୍ରିୟଙ୍କା କହିଥିଲେ। ମାତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିହାର ଏବଂ ଦେଶରେ ବିରୋଧୀଙ୍କ ରାଜନୀତି ଉପରେ ଉଭୟେ ଚର୍ଚ୍ଚା କରିଥିଲେ। ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଉଛି। ଉତ୍ତର ପ୍ରଦେଶ ରାଜନୀତି ମଧ୍ୟ ଏହି ଚର୍ଚ୍ଚାର ଏଜେଣ୍ଡାରେ ଥିଲା ବୋଲି କୁହାଯାଉଛି। ୨୦୨୬ ଏବଂ ୨୦୨୭ରେ ୧୨ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସକୁ ସବୁ ରାଜ୍ୟରେ ମଝବୁତ କରିବାର ରଣନୀତି ନେଇ ଚର୍ଚ୍ଚା କରିଥିଲେ।  ଜାତୀୟସ୍ତରରେ ପ୍ରଶାନ୍ତଙ୍କ ପ୍ରଦର୍ଶନ ଭଲ ରହିଛି ବୋଲି କଂଗ୍ରେସର ଏକ ଗୋଷ୍ଠୀ ଭାବୁଛନ୍ତି। ସେମାନେ ପ୍ରଶାନ୍ତଙ୍କୁ ରଣନୀତିରେ ସାମିଲ କରିବାକୁ ଚାହୁଁଛନ୍ତି। କଂଗ୍ରେସକୁ ନିଜ ସାମର୍ଥ୍ୟରେ ମଝବୁତ ହେବାକୁ ପଡ଼ିବ। ଏଥିପାଇଁ ବଡ଼ ରାଜ୍ୟ ପାଇଁ ମଝବୁତ ରଣନୀତିକାରର ଆବଶ୍ୟକତା ରହିଛି। ସେହିପରି କଂଗ୍ରେସ ଏଥର ବିଭିନ୍ନ ରାଜ୍ୟରେ ନିଜ ଦମରେ ଲଢ଼ିବା ପାଇଁ ଚାହୁଁଥିବା କୁହାଯାଉଛି। 

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

16 Dec 2025 By Deviprasad Mohanty

ବିହାର ପରାଜୟ ପରେ ପ୍ରିୟଙ୍କା ଭଦ୍ରା-ପ୍ରଶାନ୍ତ କିଶୋରଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ...

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ରାଜନୈତିକ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ଖୋରାକ ଯୋଗାଇଛନ୍ତି ନିର୍ବାଚନ ରଣନୀତିକାର ତଥା ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ସେ ଗତ ସପ୍ତାହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ୧୦-ଜନପଥ ସ୍ଥିତ ବାସଭବନକୁ ଯାଇଥିଲେ। ଏଠାରେ ସୋନିଆଙ୍କ ଝିଅ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ପ୍ରଶାନ୍ତ ଏବଂ ପ୍ରିୟାଙ୍କାଙ୍କ ମଧ୍ୟରେ ଏଠାରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରୁଦ୍ଧ ଦ୍ବାର ବୈଠକ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ କି ଆଲୋଚନା ହୋଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମାତ୍ର ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହୋଇ ଉଠିଛି। 

ଏହି ସାକ୍ଷାତକୁ ନେଇ ଉଭୟେ ପ୍ରିୟଙ୍କା ଏବଂ ପ୍ରଶାନ୍ତ ଚୁପ୍‌ ରହିଛନ୍ତି। କୌଣସି ବୈଠକ ହୋଇ ନଥିବା ପ୍ରଶାନ୍ତ କହିଥିବାବେଳେ ମୁଁ କାହା ସହ ମିଶୁଛି ତାହା ଜାଣିବା ପାଇଁ କେହି ଚାହାନ୍ତି ନାହିଁ ବୋଲି ପ୍ରିୟଙ୍କା କହିଥିଲେ। ମାତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିହାର ଏବଂ ଦେଶରେ ବିରୋଧୀଙ୍କ ରାଜନୀତି ଉପରେ ଉଭୟେ ଚର୍ଚ୍ଚା କରିଥିଲେ। ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଉଛି। ଉତ୍ତର ପ୍ରଦେଶ ରାଜନୀତି ମଧ୍ୟ ଏହି ଚର୍ଚ୍ଚାର ଏଜେଣ୍ଡାରେ ଥିଲା ବୋଲି କୁହାଯାଉଛି। ୨୦୨୬ ଏବଂ ୨୦୨୭ରେ ୧୨ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସକୁ ସବୁ ରାଜ୍ୟରେ ମଝବୁତ କରିବାର ରଣନୀତି ନେଇ ଚର୍ଚ୍ଚା କରିଥିଲେ।  ଜାତୀୟସ୍ତରରେ ପ୍ରଶାନ୍ତଙ୍କ ପ୍ରଦର୍ଶନ ଭଲ ରହିଛି ବୋଲି କଂଗ୍ରେସର ଏକ ଗୋଷ୍ଠୀ ଭାବୁଛନ୍ତି। ସେମାନେ ପ୍ରଶାନ୍ତଙ୍କୁ ରଣନୀତିରେ ସାମିଲ କରିବାକୁ ଚାହୁଁଛନ୍ତି। କଂଗ୍ରେସକୁ ନିଜ ସାମର୍ଥ୍ୟରେ ମଝବୁତ ହେବାକୁ ପଡ଼ିବ। ଏଥିପାଇଁ ବଡ଼ ରାଜ୍ୟ ପାଇଁ ମଝବୁତ ରଣନୀତିକାରର ଆବଶ୍ୟକତା ରହିଛି। ସେହିପରି କଂଗ୍ରେସ ଏଥର ବିଭିନ୍ନ ରାଜ୍ୟରେ ନିଜ ଦମରେ ଲଢ଼ିବା ପାଇଁ ଚାହୁଁଥିବା କୁହାଯାଉଛି। 

https://www.thesakala.in/national-international/prashant-kishor-meets-priyanka-gandhi-vadra-congress-strategy-discussion/article-43615
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର