ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ; ହଜାରେ ମୃତ; ଶତାଧିକ ନିଖୋଜ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ ସୃଷ୍ଟି କରିଛି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ ଏବଂ ଥାଇଲାଣ୍ଡରେ ଆସିଥିଲା ଏହି ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ହଜାରେ ପାର୍‌ କରିଛି। ଶତାଧିକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ଅନେକ ଦେଶରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫୦୨ରେ ପହଞ୍ଚି ଯାଇଛି। ଏବେ ବି ୫୦୮ ଜଣ ନିଖୋଜ ଅଛନ୍ତି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସେହିପରି ଶ୍ରୀଲଙ୍କାରେ ୩୪୦ ଜଣ ପ୍ରାଣ ହରାଇଛନ୍ତି। ରାଜଧାନୀ କଲମ୍ବୋରେ ରବିବାର ରାତିସାରା ଜଳସ୍ତର ବଢ଼ି ଚାଲିଥିଲା। ସୋମବାର ସକାଳେ ବର୍ଷା ଥମିଯିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହା ଦ୍ବାରା ପାଣି ଛାଡ଼ିଯିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ମାଡିଆସୁଛି 'ସୁପର ଏଲ୍ ନିନୋ': ଜଳବାୟୁ, ଖାଦ୍ୟ ଦର ଏବଂ ପର୍ଯ୍ୟଟନ ଉପରେ କ'ଣ ରହିବ ପ୍ରଭାବ?

ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ମୁତୟନ କରାଯାଇଛି। ଅନ୍ୟପଟେ ଥାଇଲାଣ୍ଡର ଦକ୍ଷିଣ ଭାଗରେ ଆସିଥିବା ବନ୍ୟା ୧୭୬ ଜଣଙ୍କ ଜୀବନ ନେଇଛି। ଏହାକୁ ଗତ ଦଶ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ଭୟଙ୍କର ବନ୍ୟା ଧରାଯାଉଛି। ସେହିପରି ମାଲେସିଆର ପେରଲିସ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଏସିଆରେ ଆସିଥିବା ଏହି ବନ୍ୟା ଭିତ୍ତିଭୂମିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଅନେକ କୋଠାବଡ଼ି ଭୁଶୁଡ଼ି ପଡ଼ିଥିବାବେଳେ ପୋଲ ଭାଙ୍ଗି ଯାଇଛି। ଜନଜୀନବ ଅସ୍ତବ୍ୟସ୍ତ କରିଦେଇଛି। ଶ୍ରୀଲଙ୍କାରେ ବାତ୍ୟା ଦାତୱା ପ୍ରଭାବରେ ହେଉଥିବା ବର୍ଷା ଥମିବାରେ ଲାଗିଛି। ଏହା ତାମିଲନାଡୁକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ଷା ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଯାଇଥିଲା।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

02 Dec 2025 By Deviprasad Mohanty

ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ; ହଜାରେ ମୃତ; ଶତାଧିକ ନିଖୋଜ...

ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ ସୃଷ୍ଟି କରିଛି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ ଏବଂ ଥାଇଲାଣ୍ଡରେ ଆସିଥିଲା ଏହି ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ହଜାରେ ପାର୍‌ କରିଛି। ଶତାଧିକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ଅନେକ ଦେଶରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫୦୨ରେ ପହଞ୍ଚି ଯାଇଛି। ଏବେ ବି ୫୦୮ ଜଣ ନିଖୋଜ ଅଛନ୍ତି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସେହିପରି ଶ୍ରୀଲଙ୍କାରେ ୩୪୦ ଜଣ ପ୍ରାଣ ହରାଇଛନ୍ତି। ରାଜଧାନୀ କଲମ୍ବୋରେ ରବିବାର ରାତିସାରା ଜଳସ୍ତର ବଢ଼ି ଚାଲିଥିଲା। ସୋମବାର ସକାଳେ ବର୍ଷା ଥମିଯିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହା ଦ୍ବାରା ପାଣି ଛାଡ଼ିଯିବ ବୋଲି ଆଶା କରାଯାଉଛି।

ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ମୁତୟନ କରାଯାଇଛି। ଅନ୍ୟପଟେ ଥାଇଲାଣ୍ଡର ଦକ୍ଷିଣ ଭାଗରେ ଆସିଥିବା ବନ୍ୟା ୧୭୬ ଜଣଙ୍କ ଜୀବନ ନେଇଛି। ଏହାକୁ ଗତ ଦଶ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ଭୟଙ୍କର ବନ୍ୟା ଧରାଯାଉଛି। ସେହିପରି ମାଲେସିଆର ପେରଲିସ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଏସିଆରେ ଆସିଥିବା ଏହି ବନ୍ୟା ଭିତ୍ତିଭୂମିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଅନେକ କୋଠାବଡ଼ି ଭୁଶୁଡ଼ି ପଡ଼ିଥିବାବେଳେ ପୋଲ ଭାଙ୍ଗି ଯାଇଛି। ଜନଜୀନବ ଅସ୍ତବ୍ୟସ୍ତ କରିଦେଇଛି। ଶ୍ରୀଲଙ୍କାରେ ବାତ୍ୟା ଦାତୱା ପ୍ରଭାବରେ ହେଉଥିବା ବର୍ଷା ଥମିବାରେ ଲାଗିଛି। ଏହା ତାମିଲନାଡୁକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ଷା ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର