ଅନୁରାଗ ଓ ତାପସୀଙ୍କ ଘରେ ଆୟକର ଚଢ଼ାଉର ଦ୍ବିତୀୟ ଦିନ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

The Sakala Picture
Published On

ମୁମ୍ବଇ: ଦ୍ୱିତୀୟ ଦିନ ପାଇଁ ତାପସୀ ପନ୍ନୁ ଏବଂ ଅନୁରାଗ କାଶ୍ୟପଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଇ  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଟିମ୍ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁଙ୍କୁ ପଚରାଉଚରା କରି ସେମାନଙ୍କ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି। ତାଙ୍କ ଲାପଟପ୍ ଏବଂ ଫୋନ୍ ଅନୁସନ୍ଧାନ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। […]

ମୁମ୍ବଇ: ଦ୍ୱିତୀୟ ଦିନ ପାଇଁ ତାପସୀ ପନ୍ନୁ ଏବଂ ଅନୁରାଗ କାଶ୍ୟପଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଇ  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଟିମ୍ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁଙ୍କୁ ପଚରାଉଚରା କରି ସେମାନଙ୍କ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି। ତାଙ୍କ ଲାପଟପ୍ ଏବଂ ଫୋନ୍ ଅନୁସନ୍ଧାନ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ପୁଣେରେ ଅନୁରାଗ ଏବଂ ତାପସୀଙ୍କୁ ପଚରାଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଆୟକର ବିଭାଗ ମଧ୍ୟ ଚାରୋଟି କମ୍ପାନୀ ଫାଣ୍ଟମ୍ ଫିଲ୍ମ, କ୍ୱାନ୍, ଏକ୍ସାଇଡ୍ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଉପରେ ଚଢାଉ କରିଛି। ଫିଲ୍ମ ନିର୍ମାତା ମଧୁ  ମଣ୍ଟେନାଙ୍କ ମୁମ୍ବାଇସ୍ଥିତ କୁଇନବିଚ୍ ବିଲ୍ଡିଂ ଉପରେ ଚଢାଉ କରିଛି। ଏହା ବ୍ୟତୀତ ତାଙ୍କ କମ୍ପାନୀର ଚାରୋଟି ଆକାଉଣ୍ଟକୁ ଜବତ କରିଛି ଆୟକର ବିଭାଗ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଆୟକର ବିଭାଗ ବୁଧବାର ମୁମ୍ବାଇ ଏବଂ ପୁଣେରେ ୩୦ ରୁ ଅଧିକ ସ୍ଥାନରେ ଚଢାଉ କରିଥିବା ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଟିକସ ଫାଙ୍କିବା ଅଭିଯୋଗର ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ଏହି ଚଢାଉ ଜାରି ରହିଛି।

ରାହୁଲ ଗାନ୍ଧୀ ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଟ୍ବିଟ୍‌ କରି କେନ୍ଦ୍ର ସରକାର କୃଷକମାନଙ୍କ ସମର୍ଥକଙ୍କ ଘରେ ଚଢ଼ାଉ କରାନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନୁରାଗ ଏବଂ ତାପସୀ ଶାହୀନ ବାଗ ଆନ୍ଦୋଳନଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ୟ୍ୟନ୍ତ ସବୁଠି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସିଥିଲେ। ଆୟକର ଚଢ଼ାଉ ପଛରେ ଏହି କାରଣ ଥାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର