ବଢିବ ସେନାର ଶକ୍ତି, ଭାରତରେ ପହଞ୍ଚିଲା ଆପାଚି ହେଲିକପ୍ଟର୍…

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି । ୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ […]

ନୂଆଦିଲ୍ଲୀ: ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିଲା । ଆଜି ଏହାର ପ୍ରଥମ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି ଆମେରିକା । ତେବେ ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ଏହି ଆମେରିକା ନିର୍ମିତ ୨୨ଟି ଆପାଚି ହେଲିକପ୍ଟର ରହିଛି ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ଆପାଚି ହେଲିକପ୍ଟରଟି ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ସେନ୍ସର ରହିଛି ଯାହା ରାତିରେ ଏବଂ ଖରାପ ପାଗରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ଟାର୍ଗେଟ ଆକ୍ୱିଜିସନ୍ ସିଷ୍ଟମ୍ ଏବଂ ପାଇଲଟ୍ ନାଇଟ୍ ଭିଜନ୍ ସେନ୍ସରଗୁଡ଼ିକ ସଠିକତାର ସହିତ ଶତ୍ରୁକୁ ଚିହ୍ନଟ ଏବଂ ଟାର୍ଗେଟ କରିବାରେ ସାହାଯ୍ୟ କରେ । ଏହା ୬୦ ସେକେଣ୍ଡରେ ୧୨୮ଟି ଟାର୍ଗେଟକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ଏହି ଯୁଦ୍ଧ ହେଲିକପ୍ଟର ପ୍ରତି ମିନିଟରେ ୬୨୫ ରାଉଣ୍ଡ ଗୁଳି ଚଳାଇପାରିବ । ଏହି ହେଲିକପ୍ଟରରେ AGM-114 ହେଲଫାୟାର ମିସାଇଲ ସିଷ୍ଟମ ଲାଗିଛି, ଯାହା ଟ୍ୟାଙ୍କ ଆଣ୍ଟି-ଟ୍ୟାଙ୍କ, ଲେଜର-ଗାଇଡେଡ୍ ମିସାଇଲ, ଆର୍ମର୍ଡ ଯାନଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ । ଏହି ହେଲିକପ୍ଟର ଗୋଟିଏ ମିନିଟରେ ଏକାଥରକେ ୧୬ ଟି ଲକ୍ଷ୍ୟକୁ ଆକ୍ରମଣ କରିବାର କ୍ଷମତା ରଖିଛି । ଆପାଚି ହେଲିକପ୍ଟରର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୮୦-୩୬୫ କିଲୋମିଟର ରହିଛି। ଏହା ୩ ରୁ ୩.୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିପାରିବ । ଏହି ହେଲିକପ୍ଟରର ଓଜନ ୬,୮୩୮ କିଲୋ ରହିଥିବା ବେଳେ ଅଧିକତମ ଟେକଅପ୍ ଓଜନ ୧୦,୪୩୩ କିଲୋ ରହିଛି ।

22 Jul 2025 By The Sakala

ବଢିବ ସେନାର ଶକ୍ତି, ଭାରତରେ ପହଞ୍ଚିଲା ଆପାଚି ହେଲିକପ୍ଟର୍…

ନୂଆଦିଲ୍ଲୀ: ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି ।

୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିଲା । ଆଜି ଏହାର ପ୍ରଥମ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି ଆମେରିକା । ତେବେ ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ଏହି ଆମେରିକା ନିର୍ମିତ ୨୨ଟି ଆପାଚି ହେଲିକପ୍ଟର ରହିଛି ।

ଆପାଚି ହେଲିକପ୍ଟରଟି ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ସେନ୍ସର ରହିଛି ଯାହା ରାତିରେ ଏବଂ ଖରାପ ପାଗରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ଟାର୍ଗେଟ ଆକ୍ୱିଜିସନ୍ ସିଷ୍ଟମ୍ ଏବଂ ପାଇଲଟ୍ ନାଇଟ୍ ଭିଜନ୍ ସେନ୍ସରଗୁଡ଼ିକ ସଠିକତାର ସହିତ ଶତ୍ରୁକୁ ଚିହ୍ନଟ ଏବଂ ଟାର୍ଗେଟ କରିବାରେ ସାହାଯ୍ୟ କରେ । ଏହା ୬୦ ସେକେଣ୍ଡରେ ୧୨୮ଟି ଟାର୍ଗେଟକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ।

ଏହି ଯୁଦ୍ଧ ହେଲିକପ୍ଟର ପ୍ରତି ମିନିଟରେ ୬୨୫ ରାଉଣ୍ଡ ଗୁଳି ଚଳାଇପାରିବ । ଏହି ହେଲିକପ୍ଟରରେ AGM-114 ହେଲଫାୟାର ମିସାଇଲ ସିଷ୍ଟମ ଲାଗିଛି, ଯାହା ଟ୍ୟାଙ୍କ ଆଣ୍ଟି-ଟ୍ୟାଙ୍କ, ଲେଜର-ଗାଇଡେଡ୍ ମିସାଇଲ, ଆର୍ମର୍ଡ ଯାନଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ । ଏହି ହେଲିକପ୍ଟର ଗୋଟିଏ ମିନିଟରେ ଏକାଥରକେ ୧୬ ଟି ଲକ୍ଷ୍ୟକୁ ଆକ୍ରମଣ କରିବାର କ୍ଷମତା ରଖିଛି । ଆପାଚି ହେଲିକପ୍ଟରର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୮୦-୩୬୫ କିଲୋମିଟର ରହିଛି। ଏହା ୩ ରୁ ୩.୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିପାରିବ । ଏହି ହେଲିକପ୍ଟରର ଓଜନ ୬,୮୩୮ କିଲୋ ରହିଥିବା ବେଳେ ଅଧିକତମ ଟେକଅପ୍ ଓଜନ ୧୦,୪୩୩ କିଲୋ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର