ବଢିବ ସେନାର ଶକ୍ତି, ଭାରତରେ ପହଞ୍ଚିଲା ଆପାଚି ହେଲିକପ୍ଟର୍…

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି । ୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ […]

ନୂଆଦିଲ୍ଲୀ: ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

୨୦୨୪ ମେ ମାସରୁ ଆପାଚି ହେଲିକପ୍ଟର ଆସିବା ନେଇ ଆମେରିକା ସହ ଚୁକ୍ତି ହୋଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଆମେରିକା ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିଲା । ଆଜି ଏହାର ପ୍ରଥମ ବ୍ୟାଚ୍ ଭାରତକୁ ହସ୍ତାନ୍ତର କରିଛି ଆମେରିକା । ତେବେ ପୂର୍ବରୁ ଭାରତୀୟ ବାୟୁସେନା ନିକଟରେ ଏହି ଆମେରିକା ନିର୍ମିତ ୨୨ଟି ଆପାଚି ହେଲିକପ୍ଟର ରହିଛି ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ଆପାଚି ହେଲିକପ୍ଟରଟି ନାଇଟ୍ ଭିଜନ୍ ଏବଂ ଥର୍ମାଲ୍ ସେନ୍ସର ରହିଛି ଯାହା ରାତିରେ ଏବଂ ଖରାପ ପାଗରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ଟାର୍ଗେଟ ଆକ୍ୱିଜିସନ୍ ସିଷ୍ଟମ୍ ଏବଂ ପାଇଲଟ୍ ନାଇଟ୍ ଭିଜନ୍ ସେନ୍ସରଗୁଡ଼ିକ ସଠିକତାର ସହିତ ଶତ୍ରୁକୁ ଚିହ୍ନଟ ଏବଂ ଟାର୍ଗେଟ କରିବାରେ ସାହାଯ୍ୟ କରେ । ଏହା ୬୦ ସେକେଣ୍ଡରେ ୧୨୮ଟି ଟାର୍ଗେଟକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ।

ଆହୁରି ପଢ଼ନ୍ତୁ: ଭାରତର ପିନାକା ରକେଟ୍ ସିଷ୍ଟମର ରେଞ୍ଜ୍ ୩୦୦ କିମିକୁ ବୃଦ୍ଧି: ପାକିସ୍ତାନର ପଛୁଆ ଅଞ୍ଚଳ ଉପରେ ବଢ଼ିଲା ଚାପ

ଏହି ଯୁଦ୍ଧ ହେଲିକପ୍ଟର ପ୍ରତି ମିନିଟରେ ୬୨୫ ରାଉଣ୍ଡ ଗୁଳି ଚଳାଇପାରିବ । ଏହି ହେଲିକପ୍ଟରରେ AGM-114 ହେଲଫାୟାର ମିସାଇଲ ସିଷ୍ଟମ ଲାଗିଛି, ଯାହା ଟ୍ୟାଙ୍କ ଆଣ୍ଟି-ଟ୍ୟାଙ୍କ, ଲେଜର-ଗାଇଡେଡ୍ ମିସାଇଲ, ଆର୍ମର୍ଡ ଯାନଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ । ଏହି ହେଲିକପ୍ଟର ଗୋଟିଏ ମିନିଟରେ ଏକାଥରକେ ୧୬ ଟି ଲକ୍ଷ୍ୟକୁ ଆକ୍ରମଣ କରିବାର କ୍ଷମତା ରଖିଛି । ଆପାଚି ହେଲିକପ୍ଟରର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୮୦-୩୬୫ କିଲୋମିଟର ରହିଛି। ଏହା ୩ ରୁ ୩.୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିପାରିବ । ଏହି ହେଲିକପ୍ଟରର ଓଜନ ୬,୮୩୮ କିଲୋ ରହିଥିବା ବେଳେ ଅଧିକତମ ଟେକଅପ୍ ଓଜନ ୧୦,୪୩୩ କିଲୋ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର