ଦେଶରେ ମହଜୁଦ ଅଛି ରନ୍ଧନ ଗ୍ୟାସ ଓ ଇନ୍ଧନ, ଗୁଜବ ଖବର ପ୍ରଚାରକୁ ବିଶ୍ବାସ ନ କରିବାକୁ IOCL ର ପରାମର୍ଶ ….

The Sakala Picture
Published On

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଓ ଇନ୍ଧନ ଦେଶରେ ମହଜୁଦ ଅଛି । ଯାହାକୁ ନେଇ ବର୍ତ୍ତମାନ ଏକ ଗୁଜବ ଖବର ପ୍ରଚାର ହେଉଛି । ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ । ଏ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଭୁଲ ବୁଝାମଣା ପାଇଁ ଆବଶ୍ୟକ ସମୟରେ ଯେପରି ଗ୍ୟାସ ବ୍ୟବସ୍ଥାରେ  କୌଣସି  ପ୍ରଭାବ ନପଡେ। ଆଉ ଦେଶବାସୀମାନେ ମଧ୍ୟ ଯେମିତି ଅସୁବିଧାରେ ନପଡନ୍ତି । […]

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଓ ଇନ୍ଧନ ଦେଶରେ ମହଜୁଦ ଅଛି । ଯାହାକୁ ନେଇ ବର୍ତ୍ତମାନ ଏକ ଗୁଜବ ଖବର ପ୍ରଚାର ହେଉଛି । ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ । ଏ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଭୁଲ ବୁଝାମଣା ପାଇଁ ଆବଶ୍ୟକ ସମୟରେ ଯେପରି ଗ୍ୟାସ ବ୍ୟବସ୍ଥାରେ  କୌଣସି  ପ୍ରଭାବ ନପଡେ। ଆଉ ଦେଶବାସୀମାନେ ମଧ୍ୟ ଯେମିତି ଅସୁବିଧାରେ ନପଡନ୍ତି । ସେଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦେଇଛି । ଇଣ୍ଡିଆନ ଅଏଲ କମ୍ପାନୀ ଲୋକମାନଙ୍କୁ ଗୁଜବ ଖବରର ପ୍ରଚାରକୁ ବିଶ୍ବାସ ନକରିବାକୁ କହିଛି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ  ରନ୍ଧନ ଗ୍ୟାସ ଓ ଇନ୍ଧନ କିଣିବାକୁ  ଲୋକଙ୍କ ବ୍ୟସ୍ତତା ଦେଖି ସ୍ପଷ୍ଟ କଲା ଆଇଓସିଏଲ । ଦେଶ ସାରା ରନ୍ଧନ ଗ୍ୟାସ ଓ ଇନ୍ଧନ ପ୍ରଚୁର ଭାବେ ମହଜୁଦ ଅଛି।  ସମସ୍ତ ଆଉଟଲେଟରେ ଇନ୍ଧନ ଓ ଏଲପିଜି ସହଜରେ ଉପଲବ୍ଧ ହେଉଛି । ଇଣ୍ଡିଆନ ଅଏଲର ଯୋଗାଣ ଲାଇନ  ସୁଗମ ଭାବେ କାର୍ୟ୍ୟରେ ନିୟୋଜିତ ଅଛି ବୋଲି ପୋଷ୍ଟ କରି ସ୍ପଷ୍ଟ କରିଛି ଆଇଓସିଏଲ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର