୧୪ ମାସରେ ୧.୧୯ ଲକ୍ଷ ଶିଶୁଙ୍କୁ ଅନାଥ କରିଛି କରୋନା

The Sakala Picture
Published On

ୱାଶିଂଟନ/ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ବ୍ୟାପିଥିବା କରୋନା ଭୂତାଣୁ ସାରା ବିଶ୍ବରେ ବିପର୍ଯ୍ୟୟ ଆଣିଦେଇଛି। ପ୍ରଥମ ଲହର ପରେ କରୋନାର ଦ୍ବିତୀୟ ଲହର ଅନେକ ଦେଶରେ ମୃତ୍ୟୁର ତାଣ୍ଡବ ରଚିଛି। ଏଥିରେ କିଏ ନିଜ ମାଆକୁ ତ ଆଉ କିଏ ବାପାକୁ ହରାଇଛି। କରୋନା ବାପାମାଆଙ୍କ ଠାରୁ ନିଜ ଭେଣ୍ଡିଆ ପୁଅକୁ ମଧ୍ୟ ଛଡ଼ାଇ ନେଇଛି ତ ସ୍ବାମୀକୁ ହରାଇଛି ସ୍ତ୍ରୀ ଏବଂ ସ୍ବାମୀ ମଧ୍ୟ ସ୍ତ୍ରୀକୁ ହରାଇଛି। ମହାମାରୀର ପ୍ରଥମ ୧୪ ମାସରେ ଭାରତର ପ୍ରାୟ ୧ […]

ୱାଶିଂଟନ/ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ବ୍ୟାପିଥିବା କରୋନା ଭୂତାଣୁ ସାରା ବିଶ୍ବରେ ବିପର୍ଯ୍ୟୟ ଆଣିଦେଇଛି। ପ୍ରଥମ ଲହର ପରେ କରୋନାର ଦ୍ବିତୀୟ ଲହର ଅନେକ ଦେଶରେ ମୃତ୍ୟୁର ତାଣ୍ଡବ ରଚିଛି। ଏଥିରେ କିଏ ନିଜ ମାଆକୁ ତ ଆଉ କିଏ ବାପାକୁ ହରାଇଛି। କରୋନା ବାପାମାଆଙ୍କ ଠାରୁ ନିଜ ଭେଣ୍ଡିଆ ପୁଅକୁ ମଧ୍ୟ ଛଡ଼ାଇ ନେଇଛି ତ ସ୍ବାମୀକୁ ହରାଇଛି ସ୍ତ୍ରୀ ଏବଂ ସ୍ବାମୀ ମଧ୍ୟ ସ୍ତ୍ରୀକୁ ହରାଇଛି। ମହାମାରୀର ପ୍ରଥମ ୧୪ ମାସରେ ଭାରତର ପ୍ରାୟ ୧ ଲକ୍ଷ ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି। ସେମାନେ ନିଜ ବାପାମାଆ ଏବଂ ଅଭିଭାବକଙ୍କୁ ହରାଇଛନ୍ତି। ମେଡିକାଲ ଜର୍ଣ୍ଣାଲ(ପତ୍ରିକା) ଲାନ୍‌ସେଟ୍‌ରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଏହି ରିପୋର୍ଟ ଅନୁଯାୟୀ କରୋନାର ପ୍ରଥମ ୧୪ ମାସରେ ଭାରତ ସମେତ ବିଶ୍ବର ୨୧ ରାଷ୍ଟ୍ରରେ ୧୫ ଲକ୍ଷରୁ ଅଧିକ ଶିଶୁ ନିଜ ବାପାମାଆ ତଥା ଅଭିଭାବକଙ୍କୁ ହରାଇଛନ୍ତି। ୧୦ ଲକ୍ଷ ଶିଶୁ ବାପାମାଆଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଉଭୟଙ୍କୁ ଏବଂ ଅନ୍ୟ ୫ ଲକ୍ଷ ଶିଶୁ ଅଭିଭାବକଙ୍କୁ ହରାଇଛନ୍ତି। ଭାରତରେ ଏପରି ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୧୯ ହଜାର ରହିଛି। ତେବେ କରୋନା ଯୋଗୁଁ ୯୩୪୬ ଶିଶୁ ଅନାଥ ହୋଇଥିବା ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ସୁପ୍ରିମକୋର୍ଟରେ ଏ ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ରିପୋର୍ଟ ଦେଇଛନ୍ତି। ଏବେ ଏନ୍‌ସିପିଆର୍‌ଙ୍କ ଏହି ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାର ଅନାଥ ଶିଶୁଙ୍କ ପାଇଁ ପିଏମ୍‌-କେୟାର୍ସ ଅଧୀନରେ ନୂଆ ଯୋଜନା ଆଣିଥିବା ବେଳେ ଏନ୍‌ସିପିସିଆର୍‌ଙ୍କ ତାଲିକାରେ ସାମିଲ ହୋଇ ନ ଥିବା ଶିଶୁମାନେ ଏଥିରୁ ବଞ୍ଚିତ ହେବେ ବୋଲି କୁହାଯାଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଡ୍ରଗ୍ ଆବ୍ୟୁଜ (ଏନ୍‌ଆଇଡିଏ) ଏବଂ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ(ଏନ୍‌ଆଇଏଚ୍‌)ର ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ୨୫,୫୦୦ ଶିଶୁ ନିଜ ମାଆଙ୍କୁ, ୯୦,୭୫୧ ବାପାଙ୍କୁ ଏବଂ ୧୨ ପିଲା ଉଭୟ ବାପା,ମାଆଙ୍କୁ ହରାଇଥିଲେ। ସେହିପରି ସାରା ବିଶ୍ବରେ ୧,୧୩୪,୦୦୦ ଶିଶୁ ବାପାମାଆଙ୍କ ସହିତ ନିଜ ଅଭିଭାବକ ଜେଜେବାପା ଓ ମାଆଙ୍କୁ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ ୪୨ ହଜାର ପିଲାଙ୍କ ମାଆ, ବାପା କିମ୍ବା ଉଭୟଙ୍କୁ କରୋନା ଛଡ଼ାଇ ନେଇଛି। ଏନ୍‌ଆଇଏଚର ବିଜ୍ଞପ୍ତି ଅନୁଯାୟୀ, ମୋଟ ୧୫ ଲକ୍ଷ ୬୨ ହଜାର ଶିଶୁ ଅନ୍ତତଃପକ୍ଷେ ଜଣେ ବାପା କିମ୍ୱା ମାଆ କିମ୍ବା ଜେଜେ ବାପାମାଆ କିମ୍ବା ଅନ୍ୟ ବୟସ୍କ ସମ୍ପର୍କୀୟଙ୍କୁ ହରାଇଛନ୍ତି। ଏଥିରେ କୁହାଯାଇଛି ଯେ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋରେ ଅଧିକାଂଶ ଶିଶୁ ବାପାମାଆଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଉଭୟଙ୍କୁ ହରାଇଛନ୍ତି। ସେହିପରି ପେରୁ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ବ୍ରାଜିଲ, ଇରାନ, ଆମେରିକା, ଆର୍ଜେଣ୍ଟିନା ଏବଂ ଋଷର ଅଧିକାଂଶ ଶିଶୁଙ୍କ ଅଭିଭାବକଙ୍କୁ କରୋନା ଛଡ଼ାଇ ନେଇଛି। ରିପୋର୍ଟ ଅନୁଯାୟୀ, ଭାରତର ୨,୮୯୮ ଶିଶୁ ନିଜ ଅଭିଭାବକ ଜେଜେବାପା କିମ୍ବା ଜେଜେମାଆଙ୍କୁ ଏବଂ ୯ଜଣ ଉଭୟଙ୍କୁ ହରାଇଛନ୍ତି। ତେବେ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଅନ୍ୟଦେଶରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବାପାମାଆ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

22 Jul 2021 By The Sakala

୧୪ ମାସରେ ୧.୧୯ ଲକ୍ଷ ଶିଶୁଙ୍କୁ ଅନାଥ କରିଛି କରୋନା

ୱାଶିଂଟନ/ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ବ୍ୟାପିଥିବା କରୋନା ଭୂତାଣୁ ସାରା ବିଶ୍ବରେ ବିପର୍ଯ୍ୟୟ ଆଣିଦେଇଛି। ପ୍ରଥମ ଲହର ପରେ କରୋନାର ଦ୍ବିତୀୟ ଲହର ଅନେକ ଦେଶରେ ମୃତ୍ୟୁର ତାଣ୍ଡବ ରଚିଛି। ଏଥିରେ କିଏ ନିଜ ମାଆକୁ ତ ଆଉ କିଏ ବାପାକୁ ହରାଇଛି। କରୋନା ବାପାମାଆଙ୍କ ଠାରୁ ନିଜ ଭେଣ୍ଡିଆ ପୁଅକୁ ମଧ୍ୟ ଛଡ଼ାଇ ନେଇଛି ତ ସ୍ବାମୀକୁ ହରାଇଛି ସ୍ତ୍ରୀ ଏବଂ ସ୍ବାମୀ ମଧ୍ୟ ସ୍ତ୍ରୀକୁ ହରାଇଛି। ମହାମାରୀର ପ୍ରଥମ ୧୪ ମାସରେ ଭାରତର ପ୍ରାୟ ୧ ଲକ୍ଷ ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି। ସେମାନେ ନିଜ ବାପାମାଆ ଏବଂ ଅଭିଭାବକଙ୍କୁ ହରାଇଛନ୍ତି। ମେଡିକାଲ ଜର୍ଣ୍ଣାଲ(ପତ୍ରିକା) ଲାନ୍‌ସେଟ୍‌ରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏହି ରିପୋର୍ଟ ଅନୁଯାୟୀ କରୋନାର ପ୍ରଥମ ୧୪ ମାସରେ ଭାରତ ସମେତ ବିଶ୍ବର ୨୧ ରାଷ୍ଟ୍ରରେ ୧୫ ଲକ୍ଷରୁ ଅଧିକ ଶିଶୁ ନିଜ ବାପାମାଆ ତଥା ଅଭିଭାବକଙ୍କୁ ହରାଇଛନ୍ତି। ୧୦ ଲକ୍ଷ ଶିଶୁ ବାପାମାଆଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଉଭୟଙ୍କୁ ଏବଂ ଅନ୍ୟ ୫ ଲକ୍ଷ ଶିଶୁ ଅଭିଭାବକଙ୍କୁ ହରାଇଛନ୍ତି। ଭାରତରେ ଏପରି ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୧୯ ହଜାର ରହିଛି। ତେବେ କରୋନା ଯୋଗୁଁ ୯୩୪୬ ଶିଶୁ ଅନାଥ ହୋଇଥିବା ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ସୁପ୍ରିମକୋର୍ଟରେ ଏ ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ରିପୋର୍ଟ ଦେଇଛନ୍ତି। ଏବେ ଏନ୍‌ସିପିଆର୍‌ଙ୍କ ଏହି ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାର ଅନାଥ ଶିଶୁଙ୍କ ପାଇଁ ପିଏମ୍‌-କେୟାର୍ସ ଅଧୀନରେ ନୂଆ ଯୋଜନା ଆଣିଥିବା ବେଳେ ଏନ୍‌ସିପିସିଆର୍‌ଙ୍କ ତାଲିକାରେ ସାମିଲ ହୋଇ ନ ଥିବା ଶିଶୁମାନେ ଏଥିରୁ ବଞ୍ଚିତ ହେବେ ବୋଲି କୁହାଯାଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଡ୍ରଗ୍ ଆବ୍ୟୁଜ (ଏନ୍‌ଆଇଡିଏ) ଏବଂ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଲ୍‌ଥ(ଏନ୍‌ଆଇଏଚ୍‌)ର ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ୨୫,୫୦୦ ଶିଶୁ ନିଜ ମାଆଙ୍କୁ, ୯୦,୭୫୧ ବାପାଙ୍କୁ ଏବଂ ୧୨ ପିଲା ଉଭୟ ବାପା,ମାଆଙ୍କୁ ହରାଇଥିଲେ। ସେହିପରି ସାରା ବିଶ୍ବରେ ୧,୧୩୪,୦୦୦ ଶିଶୁ ବାପାମାଆଙ୍କ ସହିତ ନିଜ ଅଭିଭାବକ ଜେଜେବାପା ଓ ମାଆଙ୍କୁ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ ୪୨ ହଜାର ପିଲାଙ୍କ ମାଆ, ବାପା କିମ୍ବା ଉଭୟଙ୍କୁ କରୋନା ଛଡ଼ାଇ ନେଇଛି। ଏନ୍‌ଆଇଏଚର ବିଜ୍ଞପ୍ତି ଅନୁଯାୟୀ, ମୋଟ ୧୫ ଲକ୍ଷ ୬୨ ହଜାର ଶିଶୁ ଅନ୍ତତଃପକ୍ଷେ ଜଣେ ବାପା କିମ୍ୱା ମାଆ କିମ୍ବା ଜେଜେ ବାପାମାଆ କିମ୍ବା ଅନ୍ୟ ବୟସ୍କ ସମ୍ପର୍କୀୟଙ୍କୁ ହରାଇଛନ୍ତି। ଏଥିରେ କୁହାଯାଇଛି ଯେ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋରେ ଅଧିକାଂଶ ଶିଶୁ ବାପାମାଆଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଉଭୟଙ୍କୁ ହରାଇଛନ୍ତି। ସେହିପରି ପେରୁ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ବ୍ରାଜିଲ, ଇରାନ, ଆମେରିକା, ଆର୍ଜେଣ୍ଟିନା ଏବଂ ଋଷର ଅଧିକାଂଶ ଶିଶୁଙ୍କ ଅଭିଭାବକଙ୍କୁ କରୋନା ଛଡ଼ାଇ ନେଇଛି। ରିପୋର୍ଟ ଅନୁଯାୟୀ, ଭାରତର ୨,୮୯୮ ଶିଶୁ ନିଜ ଅଭିଭାବକ ଜେଜେବାପା କିମ୍ବା ଜେଜେମାଆଙ୍କୁ ଏବଂ ୯ଜଣ ଉଭୟଙ୍କୁ ହରାଇଛନ୍ତି। ତେବେ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଅନ୍ୟଦେଶରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବାପାମାଆ ସାମିଲ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର