ତାଲିବାନକୁ ପାକିସ୍ତାନର ଇଙ୍ଗିତ : ଆଫଗାନିସ୍ତାନରେ ଭାରତର ଚିହ୍ନବର୍ଣ୍ଣ ରଖନାହିଁ

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନ ଭାରତ ବିପକ୍ଷରେ ସବୁ ସ୍ତରରେ ଫେଲ ମାରିବା ପରେ ତାଲିବାନକୁ ମାଧ୍ୟମ କରି ଭାରତ ବିପକ୍ଷରେ ପ୍ରତିଶୋଧ ନେବାକୁ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ହେବା ପରେ ସେଠାରେ ଶାନ୍ତିପୂର୍ଣ୍ଣ ଉପାୟରେ ସରକାର ଗଠନ ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିବା ବେଳେ ଭାରତ ଏହିକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହେଲେ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ବରଂ ତାଲିବାକୁ ଭାରତ ବିପକ୍ଷରେ ନିୟୋଜିତ […]

ନୂଆଦିଲ୍ଲୀ : ପାକିସ୍ତାନ ଭାରତ ବିପକ୍ଷରେ ସବୁ ସ୍ତରରେ ଫେଲ ମାରିବା ପରେ ତାଲିବାନକୁ ମାଧ୍ୟମ କରି ଭାରତ ବିପକ୍ଷରେ ପ୍ରତିଶୋଧ ନେବାକୁ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ହେବା ପରେ ସେଠାରେ ଶାନ୍ତିପୂର୍ଣ୍ଣ ଉପାୟରେ ସରକାର ଗଠନ ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିବା ବେଳେ ଭାରତ ଏହିକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହେଲେ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ବରଂ ତାଲିବାକୁ ଭାରତ ବିପକ୍ଷରେ ନିୟୋଜିତ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଛି। ଏବେ ତାଲିବାନ୍‌ ଆଫଗାନିସ୍ତାନରେ ନରସଂହାର ଚଳାଇଥିବା ବେଳେ ସେମାନଙ୍କୁ ସହାୟତା କରିବାକୁ ପାକିସ୍ତାନ ସବୁ ସ୍ତରରେ ଉଦ୍ୟମ ଜାରି ରଖୀଛି। ଏଥିସହିତ ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତି ନଷ୍ଟ କରିବାକୁ ମଧ୍ୟ ପାକିସ୍ତାନ ତାଲିବାନକୁ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଗଲ୍ଫ କ୍ଲବ ଉପରେ ବର୍ଷିଲେ ସୁପ୍ରିମକୋର୍ଟ: ସଦସ୍ୟତା ଚୟନକୁ ନେଇ ମାଗିଲେ ସପ୍ତାହକ ମଧ୍ୟରେ ସ୍ପଷ୍ଟ ରିପୋର୍ଟ

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ନିର୍ଦ୍ଦେଶ ଅନୁସାରେ ଏବେ ତାଲିବାନ କାର୍ଯ୍ୟ କରୁଥିବା ବେଳେ ଆଇଏସ୍‌ଆଇ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ଗତ ଦୁଇ ଦଶନ୍ଧି ଧରି ଭାରତ ଆଫଗାନିସ୍ତାନର ପୁନର୍ନିର୍ମାଣରେ ଲାଗିଥିବା ବେଳେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିଛି। ଏହାପୂର୍ବରୁ ଡେଲାରମ ଓ ଜରାଞ୍ଜ ସଲମାନ ବନ୍ଧ ମଧ୍ୟରେ ୨୧୮ କିମି ସଡ଼କପଥ ସହିତ ଅାଫଗାନ ସଂସଦ ଭବନ ଏବଂ ବହୁ ସ୍କୁଲ ଓ ହସ୍ପିଟାଲ ମଧ୍ୟ ନିର୍ମାଣ କରିଛି। ତା ସହିତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି। ହେଲେ ଏହାକୁ ଆଦୌ ସହ୍ୟ କରିପାରୁନି ପାକିସ୍ତାନ। ଆଫଗାନିସ୍ତାନରେ ଭାରତର ସମସ୍ତ ଚିହ୍ନ ବର୍ଣ୍ଣ ନଷ୍ଟ କରିଦେବାକୁ ପାକିସ୍ତାନ ତାଲିବାନକୁ କହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର: ବିମାନରେ ବଞ୍ଚାଇଥିଲେ ୧୭୪ ଯାତ୍ରୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର