କରୋନା ରୋଗୀଙ୍କ ଠାରେ ବଢୁଛି ‘ଯକ୍ଷ୍ମା’ର ଭୟ, ସମସ୍ତ ପଜିଟିଭଙ୍କ ‘ଟିବି’ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟ୍ୟୁବରକ୍ୟୁଲୋସିସ ବା ଟିବି ପରୀକ୍ଷା କରାଯାଉ ବୋଲି ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଟିବିରୁ ଭଲ ହୋଇଥିବା ରୋଗୀଙ୍କର କରୋନା ସ୍କ୍ରିନିଂ କରାଯାଉ ବୋଲି କୁହାଯାଇଛି । ଦେଶରେ କରୋନା ମହାମାରୀ ଘାତକ ସାଜିଥିବା ବେଳେ ଏବେ ଯକ୍ଷ୍ମା (ଟିବି) ମାମଲା ବୃଦ୍ଧି ପାଉଛି। କରୋନା ସଂକ୍ରମିତଙ୍କ ଠାରେ ଟିବି ମାମଲା ବୃଦ୍ଧିପାଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛି ତେବେ […]

ନୂଆଦିଲ୍ଲୀ: ସମସ୍ତ କରୋନା ପଜିଟିଭ ରୋଗୀଙ୍କର ଟ୍ୟୁବରକ୍ୟୁଲୋସିସ ବା ଟିବି ପରୀକ୍ଷା କରାଯାଉ ବୋଲି ଶନିବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଟିବିରୁ ଭଲ ହୋଇଥିବା ରୋଗୀଙ୍କର କରୋନା ସ୍କ୍ରିନିଂ କରାଯାଉ ବୋଲି କୁହାଯାଇଛି । ଦେଶରେ କରୋନା ମହାମାରୀ ଘାତକ ସାଜିଥିବା ବେଳେ ଏବେ ଯକ୍ଷ୍ମା (ଟିବି) ମାମଲା ବୃଦ୍ଧି ପାଉଛି। କରୋନା ସଂକ୍ରମିତଙ୍କ ଠାରେ ଟିବି ମାମଲା ବୃଦ୍ଧିପାଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛି

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ତେବେ କରୋନା ଯୋଗୁ ଟିବି ହେଉଥିବା ନେଇ ପ୍ରର୍ୟ୍ୟାପ୍ତ ତଥ୍ୟ ମିଳିନାହିଁ ବୋଲି ସରକାର କହିଛନ୍ତି। ଉଭୟ କରୋନା ଏବଂ ଟିବି ଫୁସଫୁସକୁ ଆକ୍ରମଣ କରୁଥିବା ବେଳେ ଏଥିରେ କାଶ, ଜ୍ବର ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ରୋଗୀ। କିନ୍ତୁ ଟିବିର ଲକ୍ଷଣ ବିଳମ୍ବରେ ଆସୁଥିବା ବେଳେ ପ୍ରାରମ୍ଭିକ ପର୍ୟ୍ୟାୟରେ ଏହାର ଲକ୍ଷଣ ବେଶୀ ପ୍ରକାଶ ପାଏନାହିଁ।ଏହା ବ୍ୟତୀତ ବ୍ଲାକ ଫଙ୍ଗସ୍‌ ଭଳି ପୋଷ୍ଟ କୋଭିଡ୍‌ ରୋଗକୁ ନଜରରେ ରଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚେତାବନୀ ଦେଇ କହିଛି, ସାର୍ସ କୋଭ୍‌-୨ରେ ସଂକ୍ରିମତ ବ୍ୟକ୍ତିଙ୍କୁ ଯକ୍ଷ୍ମା ହେବାର ଅଧିକ ସମ୍ଭାବନା ରହିଛି । କାରଣ ବ୍ଲାକ ଫଙ୍ଗସ୍‌ ପରି ଟିବି ଏମିତି ଏକ ସଂକ୍ରମଣ ଯାହାକି ଶକ୍ତିହୀନ ଶରୀରକୁ ଆକ୍ରମଣ କରେ ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନାଯୋଗ୍ୟ, ଦେଶରେ କରୋନାର ଦ୍ୱିତୀୟ ଲହର କମ୍ ହୋଇ ନ ଥିବା ବେଳେ କେଉଁଠି କେଉଁଠି ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବା କୁହାଯାଉଛି । ସଂକ୍ରମଣ ମଧ୍ୟ ଗୋଟିଏ ଦିନ କମ୍ ହେଲେ ଆରଦିନକୁ ପୁଣି ବଢିଯାଉଛି । କେରଳ ଓ ମହାରାଷ୍ଟ୍ରରେ ପୁଣିଥରେ ସଂକ୍ରମଣ ବଢିଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର