ସଲାଉଦ୍ଦିନର ୨ ପୁଅଙ୍କୁ ଚାକିରିରୁ ବହିଷ୍କାର

The Sakala Picture
Published On

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ସହ ସମ୍ବନ୍ଧ ରଖିଥିବା ଅଭିଯୋଗରେ ୧୧ ଲୋକଙ୍କୁ ଚାକିରିରୁ ବହିଷ୍କାର କରିଦିଆଯାଇଛି। ସେମାନେ ଆତଙ୍କବାଦୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ଏଥିରେ ହିଜବୁଲ ମୁଜାହିଦିନ ମୁଖ୍ୟ ଆତଙ୍କବାଦୀ ସୈୟଦ ସଲାଉଦିନର ୨ ପୁଅ ସାମିଲ ଅଛନ୍ତି। ଏବେ ପୁଣିଥରେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଆତଙ୍କବାଦୀ ପ୍ରୀତି ବାହାରକୁ ବାହାରିଛି। ସେ ଏହି ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ବହିଷ୍କାର କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ମେହବୁବା ସୋମବାର କହିଛନ୍ତି ଯେ […]

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ସହ ସମ୍ବନ୍ଧ ରଖିଥିବା ଅଭିଯୋଗରେ ୧୧ ଲୋକଙ୍କୁ ଚାକିରିରୁ ବହିଷ୍କାର କରିଦିଆଯାଇଛି। ସେମାନେ ଆତଙ୍କବାଦୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ। ଏଥିରେ ହିଜବୁଲ ମୁଜାହିଦିନ ମୁଖ୍ୟ ଆତଙ୍କବାଦୀ ସୈୟଦ ସଲାଉଦିନର ୨ ପୁଅ ସାମିଲ ଅଛନ୍ତି। ଏବେ ପୁଣିଥରେ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଆତଙ୍କବାଦୀ ପ୍ରୀତି ବାହାରକୁ ବାହାରିଛି। ସେ ଏହି ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ବହିଷ୍କାର କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ମେହବୁବା ସୋମବାର କହିଛନ୍ତି ଯେ ସେ କାହାକୁ ସମର୍ଥନ କରୁନାହାନ୍ତି। କିନ୍ତୁ କୌଣସି ବାପାର କାର୍ଯ୍ୟକୁ ନେଇ ପୁଅକୁ ଦଣ୍ଡ ଦେଇପାରିବେ ନାହିଁ। କୌଣସି ପ୍ରମାଣ ନଥିବା ପର୍ଯ୍ୟନ୍ତ ଏପରି କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ୟୁକ୍ରେନର ଡ୍ରୋନ୍ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ପେସ୍ ଏକ୍ସର 'ଷ୍ଟାରସିଲ୍ଡ': କିଏ କରୁଛି ଏହାକୁ ନିୟନ୍ତ୍ରଣ?

ଏହା କେବଳ ୧୧ କର୍ମଚାରୀଙ୍କ କଥା ନୁହେଁ, ଚଳିତ ବର୍ଷ ସେମାନେ ୨୦-୨୫ ଲୋକଙ୍କୁ ଚାକିରିରୁ ବାହାର କଲେଣି। ସୂଚନାଯୋଗ୍ୟ ଯେ ମେହବୁବା ଯେଉଁ ୧୧ ଜଣଙ୍କ କଥା ହେଉଛନ୍ତି ସେଥିରେ ଆତଙ୍କବାଦୀ ସଲାଉଦିନର ପୁଅ ସୈୟଦ ଅହମଦ ସକିଲ ଏବଂ ସାହିଦ ୟୁସୁଫ ସାମିଲ ଅଛନ୍ତି। ଏହି ଦୁଇ ଜଣ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସାମିଲ ଥିଲେ । ଉଭୟେ ହିଜବୁଲ ମୁଜାହିଦିନ ପାଇଁ ଟଙ୍କା ସଂଗ୍ରହ, ଜମା କରିବା ଏବଂ ତାହାକୁ ହାୱାଲା ମାଧ୍ୟମରେ ସ୍ଥାନାନ୍ତର କରୁଥିଲେ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର