ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, କାନରେ ଗୁଳି ବାଜିଥିବା ସୂଚନା

The Sakala Picture
Published On

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବା ସୂଚନା ମିଳିଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ପରେ ତାଙ୍କୁ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ସେଠାରୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି । ଏହାସହ […]

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବା ସୂଚନା ମିଳିଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ପରେ ତାଙ୍କୁ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ସେଠାରୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି । ଏହାସହ ରାଲିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ମଡେଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଗୁଳି ମାଡ଼ ପରେ ବି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଜନତାଙ୍କ ଆଡ଼କୁ ହାତ ହଲାଇ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା । ମଞ୍ଚରୁ ଟ୍ରମ୍ପ ଓହ୍ଲାଇବା ମାତ୍ରେ ରାଲି ଗ୍ରାଉଣ୍ଡକୁ ପୋଲିସ ଖାଲି କରି ଦେଇଛି । ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି । ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା । ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି ।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

14 Jul 2024 By The Sakala

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, କାନରେ ଗୁଳି ବାଜିଥିବା ସୂଚନା

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବା ସୂଚନା ମିଳିଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ପରେ ତାଙ୍କୁ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ସେଠାରୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି । ଏହାସହ ରାଲିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି ।

ଗୁଳି ମାଡ଼ ପରେ ବି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଜନତାଙ୍କ ଆଡ଼କୁ ହାତ ହଲାଇ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା । ମଞ୍ଚରୁ ଟ୍ରମ୍ପ ଓହ୍ଲାଇବା ମାତ୍ରେ ରାଲି ଗ୍ରାଉଣ୍ଡକୁ ପୋଲିସ ଖାଲି କରି ଦେଇଛି । ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି । ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା । ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର