ୟୁପିଏସ୍‌ସିରେ ଉଦୟକୃଷ୍ଣ ରେଡ୍ଡୀଙ୍କୁ ସଫଳତା: ସିଆଇ ଅପମାନିତ କରିବାରୁ ଛାଡ଼ିଥିଲେ ପୁଲିସ ଚାକିରି

The Sakala Picture
Published On

ନୂଆଦିଲ୍ଲୀ: କଠୋର ପରିଶ୍ରମ ଏବଂ ଅଧ୍ୟବସାୟ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇଥାଏ। ଏହି ଉକ୍ତିକୁ ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ଉଲ୍ଲାପଲେମ ଗ୍ରାମର ଉଦୟକୃଷ୍ଣ ରେଡ୍ଡୀ ସଫଳ କରିଦେଖାଇଛନ୍ତି। ଏବେ ସେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ୟୁପିଏସ୍‌ସି-୨୦୨୩ ପରୀକ୍ଷାରେ ସେ ସଫଳ ହୋଇଛନ୍ତି। ଉଦୟ ୭୮୦ ରାଙ୍କ ହାସଲ କରି ଆୟକର ଅଧିକାରୀ ହେବାକୁ ଯାଉଛନ୍ତି। ଏହା କେବଳ ତାଙ୍କ କ୍ୟାରିୟରର ବଡ଼ ଉପଲବ୍ଧି ନୁହେଁ, ବରଂ ସେ ନିଜ ଅପମାନର ପ୍ରତିଶୋଧ ମଧ୍ୟ ନେଇଛନ୍ତି। […]

ନୂଆଦିଲ୍ଲୀ: କଠୋର ପରିଶ୍ରମ ଏବଂ ଅଧ୍ୟବସାୟ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇଥାଏ। ଏହି ଉକ୍ତିକୁ ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ଉଲ୍ଲାପଲେମ ଗ୍ରାମର ଉଦୟକୃଷ୍ଣ ରେଡ୍ଡୀ ସଫଳ କରିଦେଖାଇଛନ୍ତି। ଏବେ ସେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ୟୁପିଏସ୍‌ସି-୨୦୨୩ ପରୀକ୍ଷାରେ ସେ ସଫଳ ହୋଇଛନ୍ତି। ଉଦୟ ୭୮୦ ରାଙ୍କ ହାସଲ କରି ଆୟକର ଅଧିକାରୀ ହେବାକୁ ଯାଉଛନ୍ତି। ଏହା କେବଳ ତାଙ୍କ କ୍ୟାରିୟରର ବଡ଼ ଉପଲବ୍ଧି ନୁହେଁ, ବରଂ ସେ ନିଜ ଅପମାନର ପ୍ରତିଶୋଧ ମଧ୍ୟ ନେଇଛନ୍ତି। ତାଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। ପୂର୍ବରୁ ଉଦୟ ଆନ୍ଧ୍ର ପୁଲିସରେ କନଷ୍ଟେବଳ ଥିଲେ। ମାତ୍ର ୨୦୧୮ରେ ଜଣେ ସର୍କଲ ଇନ୍ସପେକ୍ଟର (ସିଆଇ) ବ୍ୟକ୍ତିଗତ ବିବାଦ ଯୋଗୁଁ ତାଙ୍କୁ ୬୪ ପୁଲିସ ଅଧିକାରୀଙ୍କ ସାମ୍ନାରେ ଅପମାନିତ କରିଥିଲେ। ଉଦୟ ଏଥିଯୋଗୁଁ ଚାକିରିରୁ ଇସ୍ତଫା ଦେଇ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଏବଂ ବଡ଼ ଅଧିକାରୀ ହେବାକୁ ଦୃଢ଼ ସଙ୍କଳ୍ପ ନେଇଥିଲେ। ସେ ୬ ବର୍ଷ ପରେ ଏହାକୁ କରିଦେଖାଇଛନ୍ତି। ମାତ୍ର ଉଦୟ ଆଇଏଏସ ହେବାକୁ ଚାହୁଁଥିଲେ। ଆଇଏଏସ ନ ହେବା ପର୍ଯ୍ୟନ୍ତ ପ୍ରସ୍ତୁତି ଜାରି ରଖିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଦେବାସରେ ବଡ଼ ଧରଣର ସିମ୍ ଜାଲିଆତି: ଗୋଟିଏ ଫଟୋ ବ୍ୟବହାର କରି ୮୪ଟି ସିମ୍ କାର୍ଡ ଇସ୍ୟୁ କରିଥିବା ଏଜେଣ୍ଟ ଗିରଫ

ସୂଚନା ଅନୁଯାୟୀ, ସେ କମ୍‌ ବୟସରୁ ମାତାପିତାଙ୍କୁ ହରାଇ ଥିଲେ। ପରେ ଜେଜେମାଆ ତାଙ୍କୁ ପାଳି ଥିଲେ। ୨୦୧୩ରେ ସେ ପୁଲିସ ଚାକିରି କରିଥିଲେ।

ଆହୁରି ପଢ଼ନ୍ତୁ: ଗୁଗଲ୍ ମ୍ୟାପ୍ ବ୍ୟବହାର କରି ମନ୍ଦିରରୁ ଚୋରି: ଗୁଜରାଟର କଚ୍ଛରୁ ୨ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

18 Apr 2024 By The Sakala

ୟୁପିଏସ୍‌ସିରେ ଉଦୟକୃଷ୍ଣ ରେଡ୍ଡୀଙ୍କୁ ସଫଳତା: ସିଆଇ ଅପମାନିତ କରିବାରୁ ଛାଡ଼ିଥିଲେ ପୁଲିସ ଚାକିରି

ନୂଆଦିଲ୍ଲୀ: କଠୋର ପରିଶ୍ରମ ଏବଂ ଅଧ୍ୟବସାୟ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇଥାଏ। ଏହି ଉକ୍ତିକୁ ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ଉଲ୍ଲାପଲେମ ଗ୍ରାମର ଉଦୟକୃଷ୍ଣ ରେଡ୍ଡୀ ସଫଳ କରିଦେଖାଇଛନ୍ତି। ଏବେ ସେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ୟୁପିଏସ୍‌ସି-୨୦୨୩ ପରୀକ୍ଷାରେ ସେ ସଫଳ ହୋଇଛନ୍ତି। ଉଦୟ ୭୮୦ ରାଙ୍କ ହାସଲ କରି ଆୟକର ଅଧିକାରୀ ହେବାକୁ ଯାଉଛନ୍ତି। ଏହା କେବଳ ତାଙ୍କ କ୍ୟାରିୟରର ବଡ଼ ଉପଲବ୍ଧି ନୁହେଁ, ବରଂ ସେ ନିଜ ଅପମାନର ପ୍ରତିଶୋଧ ମଧ୍ୟ ନେଇଛନ୍ତି। ତାଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। ପୂର୍ବରୁ ଉଦୟ ଆନ୍ଧ୍ର ପୁଲିସରେ କନଷ୍ଟେବଳ ଥିଲେ। ମାତ୍ର ୨୦୧୮ରେ ଜଣେ ସର୍କଲ ଇନ୍ସପେକ୍ଟର (ସିଆଇ) ବ୍ୟକ୍ତିଗତ ବିବାଦ ଯୋଗୁଁ ତାଙ୍କୁ ୬୪ ପୁଲିସ ଅଧିକାରୀଙ୍କ ସାମ୍ନାରେ ଅପମାନିତ କରିଥିଲେ। ଉଦୟ ଏଥିଯୋଗୁଁ ଚାକିରିରୁ ଇସ୍ତଫା ଦେଇ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଏବଂ ବଡ଼ ଅଧିକାରୀ ହେବାକୁ ଦୃଢ଼ ସଙ୍କଳ୍ପ ନେଇଥିଲେ। ସେ ୬ ବର୍ଷ ପରେ ଏହାକୁ କରିଦେଖାଇଛନ୍ତି। ମାତ୍ର ଉଦୟ ଆଇଏଏସ ହେବାକୁ ଚାହୁଁଥିଲେ। ଆଇଏଏସ ନ ହେବା ପର୍ଯ୍ୟନ୍ତ ପ୍ରସ୍ତୁତି ଜାରି ରଖିବେ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ସେ କମ୍‌ ବୟସରୁ ମାତାପିତାଙ୍କୁ ହରାଇ ଥିଲେ। ପରେ ଜେଜେମାଆ ତାଙ୍କୁ ପାଳି ଥିଲେ। ୨୦୧୩ରେ ସେ ପୁଲିସ ଚାକିରି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର