ମନୋରଞ୍ଜନ
ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲା NIA
କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ଏହି ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ ଏନ୍ଆଇଏ ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି […]
କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ଏହି ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ ଏନ୍ଆଇଏ ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଭୂପତିନଗରରେ ପହଞ୍ଚିଥିଲା ଏନ୍ଆଇଏ ଟିମ୍ । ମାତ୍ର ସେଠାରେ ଉପସ୍ଥିତ ଶତାଧିକ ଲୋକେ ଏନ୍ଆଇଏ ଟିମ୍ ଉପରକୁ ପଥର ମାଡ଼ କରଥିଲେ। ଏଥିରେ ଟିମ୍ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ
ଖବର ଅନୁଯାୟୀ, ୨୦୨୨ ମସିହା ଡିସେମ୍ବର ୩ ତାରିଖରେ ଭୂପତିନଗରରେ ଏକ ବିସ୍ଫୋରଣ ଘଟଣାରେ ଏକ ଘର ଧ୍ୱସଂ ହୋଇ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍






