କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର, ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି…

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର। ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ଘୋଷଣା ପତ୍ର ଜାରି କରିଛି କଂଗ୍ରେସ। ନ୍ୟାୟ ପତ୍ର ନାଁରେ ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ ଏହାର ମନିଫେଷ୍ଟୋରେ ଅନେକ ପ୍ରକାରର ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ କରିଛି। ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ରହିଛି ଏହି ନିର୍ବାଚନୀ ଇସ୍ତାହାରରେ। ଇସ୍ତାହାରରେ ପାଞ୍ଚଟି ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡିକ ହେଲା ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, […]

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର। ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ଘୋଷଣା ପତ୍ର ଜାରି କରିଛି କଂଗ୍ରେସ। ନ୍ୟାୟ ପତ୍ର ନାଁରେ ଘୋଷଣା ପତ୍ର ଜାରି କରାଯାଇଛି। କଂଗ୍ରେସ ଏହାର ମନିଫେଷ୍ଟୋରେ ଅନେକ ପ୍ରକାରର ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ କରିଛି। ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ରହିଛି ଏହି ନିର୍ବାଚନୀ ଇସ୍ତାହାରରେ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଇସ୍ତାହାରରେ ପାଞ୍ଚଟି ନ୍ୟାୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡିକ ହେଲା ଯୁବ ନ୍ୟାୟ, ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗୀଦାରୀ ନ୍ୟାୟ । ନୂଆଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଏହି ସମୟରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ମଧ୍ୟ ଉପସ୍ଥିତ ଥିଲେ। ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଓ ଗରିବ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଭଳି ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। କୃଷକଙ୍କ ଋଣ ଛାଡ଼ କରାଯିବା ସହ ରୋଜଗାର ଓ ଟ୍ୟାକ୍ସ ସୁଧାର ଉପରେ ଗୁରୁତ୍ବ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

ଜାତି ଜନଗଣନା ପ୍ରତିଶ୍ରୁତି, ଓପିଏସ ପ୍ରତିଶ୍ରୁତି, ୩୦ ଲକ୍ଷ ସରକାରୀ ଚାକିରି, ଗରିବ ମହିଳାଙ୍କୁ ଲକ୍ଷେ ଟଙ୍କା ସହ ୪୫୦ ଟଙ୍କାରେ ରୋଷେଇ ସିଲିଣ୍ଡର ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ । ଚାକିରିରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଏହା ସହିତ କୃଷକମାନଙ୍କ ପାଇଁ ସ୍ୱାମୀନାଥନ ଫର୍ମୁଲା ସହିତ ଏମଏସପି ର ଆଇନଗତ ଗ୍ୟାରେଣ୍ଟି, ଶ୍ରମିକମାନଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଗ୍ୟାରେଣ୍ଟି, ମାଗଣା ଚିକିତ୍ସା, ହସ୍ପିଟାଲ, ଡାକ୍ତର, ଔଷଧ, ଅସ୍ତ୍ରୋପଚାର ପାଇଁ ଗ୍ୟାରେଣ୍ଟି ଘୋଷଣା କରାଯାଇଛି। ଆହୁରି ମଧ୍ୟ ଯେଉଁମାନଙ୍କର ଜମି ନାହିଁ ସେମାନଙ୍କୁ ଜମି ଦେବା ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଏବଂ ଭିଟୋ କ୍ଷମତା: ବଢୁଛି ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର